ଭୁବନେଶ୍ବର: ଛାଡ଼ ହେବ ସ୍କୁଲ ଫି । ଘରୋଇ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀ ସ୍କୁଲ ଫି ଛଡା କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ 7 ଟି ସ୍ଲାବରେ ଫି କୋହଳ କରାଯିବ। ମନଇଚ୍ଛା ଫି ଆଦାୟ କରିପାରିବେ ନାହିଁ ସ୍କୁଲ କର୍ତ୍ତୃପକ୍ଷ । 2020-21 ଶିକ୍ଷାବର୍ଷ ଲାଗି କୌଣସି ବି ବିଦ୍ୟାଳୟ ଫି ବୃଦ୍ଧି କରିପାରିବେ ନାହିଁ। ହଷ୍ଟେଲ ଫି 30 ପ୍ରତିଶତ ଛାଡ଼, ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟରନାଲ ଫି, ୟୁନିଫର୍ମ ଫି, ପରୀକ୍ଷା ଫି ଆଦି ଆଦାୟ କରାଯିବ ନାହିଁ।
କିଭଳି ରହିବ ବାର୍ଷିକ ଟ୍ୟୁସନ ଫି ?
6 ହଜାର ଟଙ୍କା ରେ 0 ପ୍ରତିଶତ ଛାଡ଼ ହେବ ସ୍କୁଲ ଫି । ସେହିପରି 6001 ରୁ 12000 ଟଙ୍କା ରେ 7.5 ପ୍ରତିଶତ, 12001 ରୁ 24000 ଟଙ୍କାରେ 12 ପ୍ରତିଶତ, 24001 ରୁ 48000 ଟଙ୍କାରେ 15 ପ୍ରତିଶତ, 48001 ରୁ 72000 ଟଙ୍କାରେ 20 ପ୍ରତିଶତ, 72000 ରୁ ଏକ ଲକ୍ଷ ଟଙ୍କାରେ 25 ପ୍ରତିଶତ, ଏବଂ ଏକ ଲକ୍ଷରୁ ଅଧିକ ହେଲେ 26 ପ୍ରତିଶତ ସ୍କୁଲ ଫି ହେବ ଛାଡ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ