ETV Bharat / city

ବନ୍ଦ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ! - biju swaststhya kalyan yojana

ବିଭିନ୍ନ ଘରୋଇ ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ପ୍ରାୟ ୨୫ ରୁ ୩୦ କୋଟି ଟଙ୍କାର ଅର୍ଥ ବାକି ପଡିଛି। ଯାହା ଦ୍ବାରା ଘରୋଇ ହସ୍ପିଟାଲମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ହିତାଧିକାରୀଙ୍କୁ ବାଦ ଦେବାକୁ ବାଧ୍ୟ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 16, 2019, 11:42 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ପ୍ରାୟ ୨୫ ରୁ ୩୦ କୋଟି ଟଙ୍କାର ଅର୍ଥ ବାକି ପଡିଛି। ଯାହା ଦ୍ବାରା ଘରୋଇ ହସ୍ପିଟାଲମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ହିତାଧିକାରୀଙ୍କୁ ବାଦ ଦେବାକୁ ବାଧ୍ୟ ହୋଇଛନ୍ତି। ଏହାକୁ ନେଇ ସରକାର ମଧ୍ୟ ନୀରବ ରହିଥିବାରୁ ସାଧାରଣ ହିତାଧିକାରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଘରୋଇ ହସ୍ପିଟାଲ ମାଲିକ ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୦୧୭ ମସିହାରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ହସପିଟାଲର ପ୍ରାୟ ୩୦ କୋଟି ଟଙ୍କା ବକେୟା ରହିଛି । ବିଭିନ୍ନ ସମୟରେ ଚିକିତ୍ସାଳୟ ଗୁଡିକ ଏ ବାବଦରେ ଅର୍ଥ ପୈଠ କରିବାକୁ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏହାର ଜବାବ ଦେଇନାହାନ୍ତି । ଯେଉଁଥିପାଇଁ ହସ୍ପିଟାଲ ଗୁଡିକରେ ହିତାଧିକାରୀମାନଙ୍କୁ ଏହି ସୁବିଧାରୁ ବଞ୍ଚିତ ହେବା ପାଇଁ ବାଧ୍ୟ କରିଛି।

ଘରୋଇ ହସ୍ପିଟାଲ ଗୁଡିକରେ ସୁରକ୍ଷା, ଚିକିତ୍ସାରେ ଖର୍ଚ୍ଚକୁ ବଢ଼େଇବା, ହସ୍ପିଟାଲ ଗୁଡିକର ପଞ୍ଜିକରଣ ଏବଂ ନବୀକରଣ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଏକ ଚିଠି ପ୍ରଦାନ କରାଯାଇଛି ବୋଲି ଓଡିଶା ଘରୋଇ ହସ୍ପିଟାଲ ଆସୋସିଏସନ ସଭାପତି ଡ଼. ଅଜୟ ମିଶ୍ର କହିଛନ୍ତି। ଘରୋଇ ମେଡିକାଲ ସଂଘ କହିଛି, ଯଦି ଏହି ବାକି ରହିଥିବା ଅର୍ଥକୁ ତୁରନ୍ତ ପଇଠ ନ କରାଯାଏ ସେମାନେ ହିତାଧିକାରୀଙ୍କୁ ସେବା ପ୍ରଦାନ କରାଯାଉଥିବା ଯୋଜନାକୁ ବନ୍ଦ କରିଦିଆଯିବ । ସରକାରଙ୍କ ପକ୍ଷରୁ ଅର୍ଥ ପଇଠ କରିବାକୁ ଆଗ୍ରହ ପ୍ରକାଶ କରାଯାଉନାହିଁ ଯେଉଁଥିପାଇଁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ କ୍ଷତି ସହୁଛନ୍ତି।

ତେବେ ଘରୋଇ ହସ୍ପିଟାଲ ଆସୋସିଏସନ ଆଶା ରଖିଛି ଯେ ସରକାର ଏ ବାବଦରେ ଆଲୋଚନା ପାଇଁ ଆଗକୁ ଆସିବେ ଏବଂ ଖୁବଶୀଘ୍ର ସୁଫଳ ମିଳିବ । ଯାହା ଦ୍ବାରା ଘରୋଇ ହସ୍ପିଟାଲ ସଂଘ ଏବଂ ହିତାଧିକାରୀ ଲାଭାନ୍ବିତ ହୋଇପାରିବେ। କିନ୍ତୁ ସରକାର ଆଲୋଚନାକୁ ନ ଆସିବା ପର୍ଯ୍ୟନ୍ତ ଏହାର ସ୍ଥିତି ଅସ୍ପଷ୍ଟ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁବିଧା ବନ୍ଦ ରହିବ।

Body:ବାସ୍ତବତା ହରେଇଛି କି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା।ଏଭଳି ଅଭିଯୋଗ ନେଇ ଏବେ ଢେର ଚର୍ଚ୍ଚା ,କାରଣ ରାଜ୍ୟରେ ଏକାଧିକ ଘରୋଇ ହସ୍ପିଟାଲ ଏହି ଅଭିଯୋଗ ଆଣିଛନ୍ତି ଯେ ସରକାରଙ୍କ ଉପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ପ୍ରାୟ ୨୫ ରୁ ୩୦ କୋଟି ଟଙ୍କାର ଅର୍ଥ ବାକି ପଡିଛି।ଯେଉଁଥିପାଇଁ ସେମାନେ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରୁ ହିତାଧିକାରୀଙ୍କୁ ବାଦ ଦେବାକୁ ବାଧ୍ୟ ହୋଇଛନ୍ତି।ଏପଟରେ ସରକାର ଙ୍କ ପାଖରେ ଏନେଇ କୌଣସି ଉତ୍ତର ନାହିଁ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାରଙ୍କ ଉପରେ ବାକି ପଡିଛି ପ୍ରାୟ ୨୫ ରୁ ୩୦ କୋଟି ଟଙ୍କା।ଏହି ଅଭିଯୋଗ ବିରୋଧିଙ୍କର ନୁହେଁ ଏ ଅଭିଯୋଗ ହେଉଛି ଖୋଦ ଘରୋଇ ହସ୍ପିଟାଲ ମାଳିକମାନଙ୍କର।କାରଣ ଘରୋଇ ହସ୍ପିଟାଲ ମାଲିକ ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୦୧୭ ମସିହାରୁ ପ୍ରାୟ ୩୦୦ ରୁ ଉର୍ଧ୍ବ ହସପିଟାଲର ୨୫ ରୁ ୩୦ କୋଟି ଟଙ୍କା।ବିଭିନ୍ନ ସମୟରେ ଚିକିତ୍ସାଳୟ ଗୁଡିକ ଏ ବାବଦରେ ଅର୍ଥ ପୈଠ କରିବାକୁ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ବିଭାଗୀୟ କତ୍ତୃପକ୍ଷ ଙ୍କ ପକ୍ଷରୁ ତାର କୌଣସି ଉତ୍ତର ନାହିଁ, ଫଳରେ ବଢି ବଢି ଚାଲିଛି ଏହି ବାବଦ ଅର୍ଥ ରାଶି।ଯେଉଁଥିପାଇଁ ହସ୍ପିଟାଲ ଗୁଡିକରେ ହିତାଧିକାରୀମାନଂଙ୍କୁ ଏ ସୁବିଧା ରୁ ବଞ୍ଚିତ ହେବା ପାଇଁ ବାଧ୍ୟ କରିଛି।ଭୁବନେଶ୍ୱର ,କଟକ ସମେତ ସାରା ରାଜ୍ୟରେ ଏଭଳି ଘରୋଇ ଚିକିତ୍ସାଳୟର ସଂଖ୍ୟା ୩୦୦ ରୁ ଅଧିକ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ବାକି ପଡ଼ିଥିବାରୁ ଏବେ ହିତାଧିକାରୀଙ୍କୁ ସେବା ବନ୍ଦ କରାଯାଇଛି।ରାଜ୍ୟରେ ଥିବା ପ୍ରାୟ ୩୦୦ ରୁ ଉର୍ଧ୍ବ ଘରୋଇ ହସ୍ପିଟାଲ ଗୁଡିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହିତାଧିକାରୀଙ୍କ ପ୍ରାୟ ୨୫ ରୁ ୩୦ କୋଟି ଟଙ୍କା ବାକି ପଡିଛି।ଘରୋଇ ହସ୍ପିଟାଲ ଗୁଡିକରେ ସୁରକ୍ଷା ,ଚିକିତ୍ସିତ ବିଭିନ୍ନ ଖର୍ଚ୍ଚର ରେଟକୁ ବଢ଼େଇବା, ହସ୍ପିଟାଲ ଗୁଡିକର ପଞ୍ଜିକରଣ ଏବଂ ନବୀକରଣ ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏକ ଚିଠି ପ୍ରଦାନ କରାଯାଇଛି ବୋଲି ଓଡିଶା ଘରୋଇ ହସ୍ପିଟାଲ ଆସୋସିଏସନ ସଭାପତି ଡ଼ ଅଜୟ ମିଶ୍ର କହିଛନ୍ତି।

ଘରୋଇ ମେଡିକାଲ ସଂଘ କହିଛି ଯଦି ଏହି ବାକି ରହିଥିବା ଅର୍ଥ କୁ ତୁରନ୍ତ ପଇଠ ନକରାଯାଏ ସେମାନେ ହିତାଧିକାରୀଙ୍କୁ ସେବା ପ୍ରଦାନ କରାଯାଉଥିବା ଯୋଜନାକୁ ବନ୍ଦ କରିଦିଆଯିବ।ସରକାରଙ୍କ ପକ୍ଷରୁ ଅର୍ଥ ପଇଠ କରିବାକୁ ଆଗ୍ରହ ପ୍ରକାଶ କରାଯାଉନାହିଁ ଯେଉଁଥିପାଇଁ ଘରୋଇ ହସ୍ପିଟାଲ କତ୍ତୃପକ୍ଷ କ୍ଷତି ସହୁଛନ୍ତି।

ତେବେ ଘରୋଇ ହସ୍ପିଟାଲ ଆସୋସିଏସନ ଆଶା ରଖିଛି ଯେ ସରକାର ଏ ବାବଦରେ ଆଲୋଚନା ପାଇଁ ଆଗକୁ ଆସିବେ ଏବଂ ଖୁବଶୀଘ୍ର ସୁଫଳ ମିଳିବ ଯାହାଦ୍ୱାରା ଘରୋଇ ହସ୍ପିଟାଲ ସଂଘ ଏବଂ ହିତାଧିକାରୀ ଲାଭାନ୍ୟୁତ ହୋଇପାରିବେ।କିନ୍ତୁ ସରକାର ଆଲୋଚନା କୁ ନସିବା ପର୍ଯ୍ୟନ୍ତ ଏ ସ୍ଥିତି ଅସ୍ପଷ୍ଟ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.