ETV Bharat / city

ଫେରସ୍ତ ଟିକା ବାବଦର ଅର୍ଥ ପାଇବେ ଘରୋଇ ହସ୍ପିଟାଲ

author img

By

Published : Jul 16, 2021, 8:55 AM IST

ଘରୋଇ ହସ୍ପିଟାଲ ଟିକା ବାବଦକୁ ବାକି ଥିବା ଅର୍ଥକୁ ଫେରସ୍ତ ପାଇପାରିବେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନମା ଜାରି ହୋଇଛି । ଅଧିକ ପଢନ୍ତୁ...

ଘରୋଇ ହସ୍ପିଟାଲ ଫେରସ୍ତ ଟିକା ବାବଦର ଅର୍ଥ ପାଇପାରିବେ

ଭୁବନେଶ୍ବର: ଘରୋଇ ହସ୍ପିଟାଲ ଟିକା ବାବଦକୁ ବାକି ଥିବା ଅର୍ଥ ଫେରି ପାଇବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁସାରେ ଘରୋଇ ହସ୍ପିଟାଲ କିଣିଥିବା ଯେଉଁ ଟିକା ବାବଦକୁ ଟଙ୍କା ଫେରି ପାଇବେ ବୋଲି ଜଣାପଡିଛି ।

ମାର୍ଚ୍ଚ ୧ଠ ରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ଟୀକାକରଣ ପାଇଁ ଯେଉଁ ପ୍ରାଇଭେଟ୍ ହସ୍ପିଟାଲଗୁଡ଼ିକ କୋ-ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରସନ୍ କରି ନିଜ ହସ୍ପିଟାଲରେ ଟୀକାକରଣ ପାଇଁ ଅନୁମତି ପାଇଥିଲେ । ସେମାନେ ଏହି ତାରିଖ ଭିତରେ ପ୍ରତି ଡୋଜ୍‌କୁ ୧୫୦ ଟଙ୍କା ଦେଇ କିଣିଥିଲେ । ହେଲେ ଯେତେବେଳେ ମେ ମାସରେ ଦେଶରେ ନୂଆ ଟିକା ନୀତି ଲାଗୁ ହେଲା । ସେତେବେଳେ କେନ୍ଦ୍ର ସରକାର ନୂଆ ଟିକା ନୀତି ଅନୁସାରେ ଘରୋଇ ହସ୍ପିଟାଲକୁ ବଳକା ଟିକା ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁମାନେ ବଳକା ଟିକା ଫେରାଇଛନ୍ତି, ସେମାନେ ବଳକା ଟିକା ବାଦଦକୁ ବାକି ଥିବା ଟଙ୍କା ପାଇପାରିବେ ।

ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ନ୍ୟାସନାଲ ହେଲ୍‌ଥ ଅଥରିଟି (ଏନ୍‌ଏସ୍ଏ) ପାଖରେ ଆବେଦନ କରିପାରିବେ । ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ SOP ଜାରି କରାଯାଇଛି । ଏହି SOP ଅନୁସାରେ ରାଜ୍ୟରେ ଦାୟିତ୍ଵରେ ଥବା ଜିଲ୍ଲା ଅଧିକାରୀ ସହଯୋଗ କରିବେ । ଫେରସ୍ତ ଟଙ୍କା ପାଇବା ପାଇଁ ଜିଲ୍ଲା ଅଧିକାରୀ ସମସ୍ତ କାଗଜପତ୍ର ଯାଞ୍ଚ କରିବେ । ଯଦି କୌଣସି ସମସ୍ୟା କି ତ୍ରୁଟି ଦେଖା ଦିଏ, ତାହାଲେ ଉଭୟ ମିଶି ସମସ୍ୟାର ସମାଧାନ କରିବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.