ETV Bharat / city

ସଙ୍କଟରେ ରାଜଧାନୀର ଘରୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ରୋଜଗାର

author img

By

Published : Dec 7, 2020, 10:08 PM IST

କୋରୋନା ମହାମାରୀ ଯୋଗୁଁ ରାଜଧାନୀ ଭୁବନେଶ୍ବରରେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ ଦୁଇ ପଇସା ରୋଜଗାର କରିପାରୁ ନାହାନ୍ତି। ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା କମୁଥିବାରୁ ଏଭଳି ସଙ୍କଟ ଦେଖା ଦେଇଛି। ଅଧିକ ପଢ଼ନ୍ତୁ...

private ambulance employees of bhubaneswar facing many problem due to covid 19 spread
http://10.10.50.80:6060///finalout3/odisha-nle/finalout/07-December-2020/9794100_od_bbsr_ambulance_pkg.mp4

ଭୁବନେଶ୍ବର: ଜୀବନର ଦୋ ଛକିରେ ରାଜଧାନୀର ଆମ୍ବୁଲାନ୍ସ କର୍ମଚାରୀ। କୋରୋନା ଭାରରସ ସଂକ୍ରମଣ ଯୋଗୁଁ ଜୀବନଜୀବିକାକୁ ନେଇ ଛଟପଟ ହେଉଛନ୍ତି ଭୁବନେଶ୍ବରର ଘରୋଇ ଆମ୍ବୁଲାନ୍ସ କର୍ମଚାରୀ। କୋରୋନା ମହାମାରୀ ଯୋଗୁଁ ରାଜଧାନୀର ବିଭିନ୍ନ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା କମିଛି। ଏହାସହ ରାଜଧାନୀରେ ଆମ୍ବୁଲାନ୍ସ ସେବ ମଧ୍ୟ କମିବାରେ ଲାଗିଛି। ଏଭଳି ସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ନିଜ ପରିବାର ଭରଣ ପୋଷଣ କରିବା କଷ୍ଟକର ହୋଇ ପଡ଼ିଛି।

ରୋଜଗାର ସଙ୍କଟରେ ରାଜଧାନୀରେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ

କୋରୋନା ଭାଇରସ ମହାମାରୀ ଯୋଗୁଁ 8 ମାସ ହେଲା ନିଜ ଜୀବନକୁ ବାଜି ଲଗାଇ ଆମ୍ବୁଲାନ୍ସ ସେବାର ନିୟୋଜିତ ଅଛନ୍ତି କର୍ମଚାରୀ। କୋରୋନା ଯୋଦ୍ଧା ଭାବରେ ନିରନ୍ତର ରୋଗୀଙ୍କୁ ସେବା ଯୋଗାଇ ଦେଇଛନ୍ତି। ଜୀବନ ପ୍ରତି ଭୟ ରହିଥିଲେ ମଧ୍ୟ ଏଥିପ୍ରତି ଖାତିର କରିନାହାନ୍ତି ରାଜଧାନୀର ଘରୋଇ ଆମ୍ବୁଲାନ୍ସ କର୍ମଚାରୀ। ହେଲେ ବର୍ତ୍ତମାନ ହାତ ବାନ୍ଧି ବସିଛନ୍ତି। ମହାମାରୀ ଯୋଗୁଁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ହସ୍ପିଟାଲରେ ରୋଗୀ ସେବା ସୁଧୁରୁଥିବା ବେଳେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଉଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କ ପକ୍ଷରେ ଦୁଇ ପଇସା ରୋଜଗାର କରି ପାରୁନାହାନ୍ତି।

ପୂର୍ବରୁ କ୍ୟାପିଟାଲ ହସ୍ପିଟାଲକୁ ହଜାର ରୋଗୀ ଆସୁଥିଲେ। ସେମାନଙ୍କ ରାଜ୍ୟ ସରକାର 3ଟି 108 ଆମ୍ବୁଲାନ୍ସ ରହିଥିଲା। ଏଥିପାଇଁ ଏହି ଘରୋଇ ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିଲେ। ହେଲେ କୋରୋନା ମହାମାରୀ ଯୋଗୁଁ ଏବେ ରୋଗୀଙ୍କ ସଂଖ୍ୟା କମିଛି। ଏବେ ରାଜଧାନୀରେ 50ଟି ଘରୋଇ ଆମ୍ବୁଲାନ୍ସ କାର୍ଯ୍ୟ କୁରଛନ୍ତି। ପୂର୍ବରୁ ଘରୋଇ ଆମ୍ବୁଲାନ୍ସ ସଂଖ୍ୟା ଅଧିକ ରହିଥିଲା। ଫଳରେ ଆମ୍ବୁଲାନ୍ସ କର୍ମଚାରୀ ବେଶ ଭଲ ରୋଜଗାର କରି ପାରୁଥିଲେ। ବର୍ତ୍ତମାନ ପରିବାର ପେଟ ପାଳିବା କାଠିକର ପାଠ ହୋଇ ପଡ଼ିଛି।

କୋରୋନା ମହାମାରୀ ଯୋଗୁଁ ପ୍ରତ୍ୟେକ ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବା ଆଣିବା ଉପରେ କଟକଣା ଜାରି କରିଥିଲେ ରାଜ୍ୟ ସରକାର। କେବଳ ଗୋଟିଏ ଡାକ୍ତରଖାନାରୁ ଅନ୍ୟ ଡାକ୍ତରଖାନାକୁ ରୋଗୀଙ୍କୁ ନେବା ପାଇଁ ଏହି କର୍ମଚାରୀମାନେ ସହଯୋଗ କରି ଆସୁଥିଲେ। ହେଲେ ବର୍ତ୍ତମାନ ପରିସ୍ଥିତିରେ କେତେକ ଆମ୍ବୁଲାନ୍ସ କର୍ମଚାରୀ ଏହି ନଯୁ୍କ୍ତିରୁ ଓହରିବା ଆରମ୍ଭ କରିଛନ୍ତି। ଅନ୍ୟ ମାନଙ୍କୁ ସୁରକ୍ଷା ଦେବା ପାଇଁ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜେ ସାନିଟାଇଜ ହେବା ସହ ପିପିଇ କିଟ ବ୍ୟବହାର କରିଥାନ୍ତି। ହେଲେ ଏବେ ତାହା କିଣିବାକୁ ମଧ୍ୟ ଟଙ୍କା ନଥିବା କଥା କହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। କେବେ ଏହି କୋରୋନା ସ୍ଥିତି ସୁଧୁରିବା ସେନେଇ ଚିନ୍ତାରେ ରହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.