ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୃଥ୍ୱୀରାଜ ହରିଚନ୍ଦନ । ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଯେଉଁମାନେ ଏଥିରେ ସାମିଲ ସେମାନଙ୍କ ବିରୋଧରେ କେବେ କାର୍ଯ୍ୟନୁଷ୍ଠାନ ହେବ ଜଣାନ୍ତୁ, ନିରପେକ୍ଷ ଭାବେ ତାଲିକା କେବେ ପ୍ରସ୍ତୁତ କରିବେ? କେବେ ସମସ୍ତଙ୍କୁ ଘର ମିଳିବ ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ସମସ୍ତଙ୍କ ଘର ପକ୍କା ହେଉ । ଓଡ଼ିଶାରେ ଅନେକ ଲୋକ ବିପିଏଲ ରହିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଓଡ଼ିଶାରେ ଘର ତିଆରି କରିବାକୁ ପ୍ରଚେଷ୍ଟା ଓ ତାଲିକା ତିଆରି କରିବାର ପ୍ରଚେଷ୍ଟା ବି ହେଲାନାହିଁ । କେନ୍ଦ୍ର ସରକାର ଆହୁରି 93 ଲକ୍ଷ ଘର ଯୋଡିବାକୁ କେନ୍ଦ୍ର ସରକାର ଚେଷ୍ଟା କରିଛନ୍ତି । ଓଡ଼ିଶାରେ ମାତ୍ର 2 ଲକ୍ଷ 95 ଘର ହେଇଛି । ଏବଂ ଓଡିଶାରେ ନିର୍ବାଚନ ପାଇଁ ବିଜୁ ପକ୍କା ଘର ଯୋଜନା ହୋଇଥିଲା ।
ରାଜ୍ୟରେ 8 ଲକ୍ଷ 17 ହଜାର ଘର କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ସେଥିରୁ ମାତ୍ର 6 ହଜାର ଘର ପଶ୍ଚିମ ଓଡିଶା, ଉପାନ୍ତ ଅଞ୍ଚଳରେ ଦିଆଗଲା । ଘର ଦେବା ନାଁରେ ଦୁର୍ନୀତି କରି ଦଳୀୟ ଆଧାରରେ ଦେଲେ । କେତେ ଲେକଙ୍କୁ ଘର ଦିଆଯାଇନାହିଁ କିନ୍ତୁ ବ୍ୟାପକ ଲାଞ୍ଚ କାରବାର କରି ଘର ହୋଇଛି ବୋଲି ଏଣ୍ଟ୍ରି ହୋଇଛି । 7 ଏପ୍ରିଲ ସୁଦ୍ଧା 26 ଲକ୍ଷ 95 ହଜାର ଘର କରିବାକୁ ଟାର୍ଗେଟ ରଖିଥିଲେ କେନ୍ଦ୍ର ସରକାର । ମାତ୍ର 62 ପ୍ରତିଶତ କରାଯାଇଛି ବୋଲି କହୁଛନ୍ତି ରାଜ୍ୟ ସରକାର । ସେଥିରେ ବି ବ୍ୟାପକ ଅନିୟମିତତା ହୋଇଛି ।
ଗରିବଙ୍କୁ କେବେ ସୁଦ୍ଧା ଘର ମିଳିବ ତାହା ସ୍ପଷ୍ଟ କରନ୍ତୁ । ତେଣୁ ନିରପେକ୍ଷ ଭାବେ ତାଲିକା ପ୍ରସ୍ତୁତ କରିବାକୁ ବିଜେପି ଦାବି କରିଛି । କେବେ ସର୍ଭେ ସରିବ କେବେ ସମସ୍ତଙ୍କୁ ଘର ମିଳିବ । 2022 ସୁଦ୍ଧା କରିପାରିବେ ନାହିଁ । 2024 ସୁଦ୍ଧା କରିପାରିବେ ନା ନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ