ETV Bharat / city

ଝାରପଡା ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ - ଝାରପଡା ଜେଲରେ କଏଦୀ ମୃତ

ଭୁବନେଶ୍ବର ଝାରପଡା ଜେଲ ଭିତରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ କଏଦୀ ହେଉଛନ୍ତି ପ୍ରାଣକୃଷ୍ଣ ଦାସ। ଅଧିକ ପଢନ୍ତୁ

ଝାରପଡାଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ଝାରପଡାଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
author img

By

Published : Feb 22, 2022, 1:19 PM IST

ଭୁବନେଶ୍ବର: ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ରାତିଅଧରେ ପ୍ରାଣକୃଷ୍ଣ ଦାସ ନାମକ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ସୂଚନା ଅନୁଯାୟୀ ୫୩ବର୍ଷିୟ ମୃତକ ପ୍ରାଣକୃଷ୍ଣ ୟୁନିଟ ୬ ଅକ୍ଷର କନ୍ଦର ବସ୍ତିରେ ରହୁଥିଲେ। ଗତ ୫ ଜୁଲାଇ ୨୦୨୧ରେ ଭୁବନେଶ୍ବର ଆଡିସିନାଲ ସେସନ ଜଜଙ୍କ ନିର୍ଦେଶକ୍ରମେ ଝାରପଡା ଜେଲରେ ୭ମାସ ହେବ ଗଞ୍ଜେଇ ଚୋରାଚାଲଣ ମାମଲାରେ ବିଚାରଧିନ କଏଦୀ ଭାବରେ ଥିଲେ। ଗତ ୨ଦିନ ତଳେ ପରିବାର ଲୋକଙ୍କ ସହ କଥା ହୋଇଥିଲେ ପ୍ରାଣକୃଷ୍ଣ । ତେବେ ହଠାତ ପ୍ରାଣକୃଷ୍ଣଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ପରିବାର ଲୋକେ।

ସେପଟେ ଜେଲ ସୁପରିଟେଣ୍ଡ କହିଛନ୍ତି ରାତି ଅଧରେ ଗ୍ୟାସ ସମସ୍ୟା ଯୋଗୁ ପେଟ ବଥା ହୋଇଥିଲା ଜେଲ ଡାକ୍ତର ଦେଖି ତୁରନ୍ତ ହସ୍ପିଟାଲ ନେବାକୁ କହିଥିଲେ । ହସ୍ପିଟାଲରେ‌ ପ୍ରାଣକୃଷ୍ଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.