ETV Bharat / city

ପିଏମଙ୍କ ପ୍ରମୁଖ ସଚିବ ମେଧାବୀ ଛାତ୍ର ଥିଲେ: ପ୍ରମୋଦ ମିଶ୍ରଙ୍କ ବାଲ୍ୟ ବନ୍ଧୁ - ପ୍ରମୋଦଙ୍କ ମିଶ୍ରଙ୍କ  ବାଲ୍ୟବନ୍ଧୁ

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ତଥା ସମ୍ବଲପୁର ପୁଅ ପ୍ରମୋଦ ମିଶ୍ର । ପ୍ରମୋଦ ମିଶ୍ରଙ୍କ ଛାତ୍ର ଜୀବନକୁ ନେଇ କଣ କହୁଛନ୍ତି ସହପାଠୀ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 11, 2019, 6:28 PM IST

ସମ୍ବଲପୁର: ଓଡିଆ ପୁଅ ପ୍ରମୋଦ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ମିଳିଛି ପଦନ୍ନୋତି । ଏହି ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ହେବାପରେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଓଡିଆ ଅଫିସର ନୃପେନ୍ଦ୍ର ମିଶ୍ର ଅବସର ନେବା ପରେ ତାଙ୍କ ସ୍ଥାନରେ ପ୍ରମୋଦଙ୍କୁ ମିଳିଛି ଏହି ଦାୟିତ୍ବ । ଜଣେ ଓଡିଆଙ୍କ ସ୍ଥାନରେ ଆଉ ଜଣେ ଓଡିଆଙ୍କୁ ନିଯୁକ୍ତି ଦେବା ଏହା ଦେଶରେ ପ୍ରଥମ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡିଆଙ୍କ ଗୁରୁତ୍ବ ଆହୁରି ବୃଦ୍ଧି ପାଇବା ପରେ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି । ବିଶେଷ କରି ସମ୍ବଲପୁରରେ ଏକ ପ୍ରକାର ଉତ୍ସବର ମାହୋଲ । କାରଣ ଗତ କିଛିଦିନ ତଳେ ପ୍ରମୋଦ ମିଶ୍ର ନୂଆଖାଇ ପାଳନ କରିବାକୁ ସମ୍ବଲପୁର ଆସିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ପ୍ରମୋଦଙ୍କ ମିଶ୍ରଙ୍କ ବାଲ୍ୟବନ୍ଧୁ ତଥା ସହପାଠୀ ଭବାନୀ ଶଙ୍କର ହୋତା କହିଛନ୍ତି ପ୍ରମୋଦ ଜଣେ ମେଧାବୀ ଛାତ୍ର ଥିଲେ । ତାଙ୍କର ବାପା ପ୍ରସନ୍ନ କୁମାର ମିଶ୍ର ଜଣେ ଆଇନଜୀବୀ । ପ୍ରମୋଦଙ୍କର ପ୍ରାଥମିକ ଶିକ୍ଷା ସମ୍ବଲପୁର ପଟ୍ଟନାୟକପଡାର ପ୍ରାଥମିକ ବିଦ୍ୟାଳୟରେ ଶେଷ ହେବା ପରେ ଜିଲ୍ଲାର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରୁ ହାଇସ୍କୁଲ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ଗଙ୍ଗଧର ମେହେର କଲେଜରୁ ସ୍ନାତକ ସାରି ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ଛାତ୍ର ଅବସ୍ଥାରୁ ଜଣେ ପରୋପକାରୀ ବ୍ୟକ୍ତି ଥିଲେ ସେ ଏବଂ ନିଜ କର୍ତ୍ତବ୍ୟ ଓ ଦାୟିତ୍ବ ପ୍ରତି ସେ ବେଶ ସଚେତନ ରୁହନ୍ତି।

ସେହିପରି ଆଉ ଜଣେ ପ୍ରମୋଦଙ୍କ ବାଲ୍ୟ ବନ୍ଧୁ ଅଭୟ ପାଢୀ ମଧ୍ୟ ପ୍ରମୋଦଙ୍କୁ ଅନେକ ପ୍ରଂଶସା କରିବା ସହ ତାଙ୍କର କାର୍ଯ୍ୟଶୈଳୀ ଓ ସରଳତାକୁ ଭୂରିଭୂରି ପ୍ରଂଶସା କରିଛନ୍ତି । ଯେତେ ସଫଳତା ପାଇଲେ ମଧ୍ୟ ନିଜ ପରମ୍ପରା ସଂସ୍କୃତିଓ ସହରକୁ କେବେ ଭୁଲିନାହାଁନ୍ତି ବୋଲି କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ପଟ୍ଟନାୟକ ପଡା ର ନିଵାସୀ ଗୁଜୁରାଟ କ୍ୟାଡର ର ଆଇ ଏ ଏସ ଅଫିସର ପ୍ରମୋଦ କୁମାର ମିଶ୍ର ଆଜି ପି ଏମ ଓ ରେ ପ୍ରଧାନମନ୍ତ୍ରୀ ଙ୍କ ପ୍ରମୁଖ ସଚିବ ଭାବେ ଯୋଗ ଦେଇଛନ୍ତି।ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାମ କରିଛନ୍ତି।ଏହି ଖବର ମିଳିବା ପରେ ସମ୍ବଲପୁର ରେ ଥିବା ତାଙ୍କର ବନ୍ଧୁ ଓ କ୍ଲାସମେଟ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।

Body:ପ୍ରମୋଦ କୁମାର ମିସ୍ର ବାଲ୍ୟ ଜୀବନରୁ ହିଁ ଜଣେ ମେଧାବୀ ଛାତ୍ର ଥିଲେ ବୋଲି ତାଙ୍କର ବନ୍ଧୁ କୁହନ୍ତି। ତାଙ୍କର ବାପା ପ୍ରସନ୍ନ କୁମାର ମିଶ୍ର ଆଇନଜୀବୀ ଭାବେ ସମ୍ବଲପୁର ରେ କାର୍ଯ୍ୟ କରୁଥିଲେ। ପ୍ରମୋଦ ତାଙ୍କର ପ୍ରାଥମିକ ଶିକ୍ଷା ସମ୍ବଲପୁର ପଟ୍ଟନାୟକ ପଡା ର ପ୍ରାଥମିକ ବିଦ୍ୟାଳୟର କରିଥିଲେ।ଏହାପରେ ସମ୍ବଲପୁର ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲରେ ହାଇ ସ୍କୁଲ ପାଠ ପଢିଥିଲେ। ପରବର୍ତ୍ତୀ ସମୟରେ ସେ ଗଙ୍ଗାଧର ମେହେର ମହା ବିଦ୍ୟାଳୟ ରେ ଗ୍ରାଜୁଏସନ ଶେଷ କରିଥିଲେ। ଏହା ପରେ ସେ 1972 ରେ ଭାରତୀୟ ପ୍ରଶାସନିକ ସେବାରେ ଗୁଜୁରାଟ କ୍ୟାଡର ଆଇ ଏ ଏସ ଭାବରେ ଯୋଗ ଦେଇଥିଲେ। ଛୋଟ ସମୟରୁ ସେ ମେଧାବୀ, ପରିଶ୍ରମୀ ଓ ସାଧୁତାର ପ୍ରତୀକ ଥିଲେ ବୋଲି ତାଙ୍କର ବାଲ୍ୟ ବନ୍ଧୁ ତଥା କ୍ଲାସମେଟ ଭବାନୀ ଶଙ୍କର ହୋତା ଓ ଅଭୟ ପାଢ଼ୀ କହିଛନ୍ତି। ତାଙ୍କର ଅମାୟିକ ବ୍ୟବହାର ପାଇଁ ବନ୍ଧୁ ମହଲରେ ବହୁ ପ୍ରିୟ ଥିଲେ ଓ ଏବେ ବି ଅଛନ୍ତି ବୋଲି କହିଛନ୍ତି। ସେ ବହୁତ ମିଷ୍ଟଭାଷୀ ହେଲେବି ତାଙ୍କର ନିଷ୍ପତ୍ତି ରେ ଅଟଳ ରୁହନ୍ତି ଓ ତାଙ୍କ ପାଇଁ ତାଙ୍କର କର୍ତ୍ତବ୍ୟ ସର୍ବୋପରି ବୋଲି କୁହନ୍ତି ତାଙ୍କ ବନ୍ଧୁ।

Conclusion:ପ୍ରଧାନମନ୍ତ୍ରୀ ପ୍ରମୋଦଙ୍କୁ ଏହି ପଦବୀ ଦେଇ ବହୁତ ଉଚିତ ନିଷ୍ପତ୍ତି ନେଇଛନ୍ତି ବୋଲି ତାଙ୍କର ବନ୍ଧୁ ମହଲରେ ଚର୍ଚ୍ଚା ହେଉଛି।

ବାଇଟ-1- ଭବାନୀ ଶଙ୍କର ହୋତା,କ୍ଲାସ ମେଟ।
ବାଇଟ-2-ଅଭୟ ପାଢ଼ୀ, କ୍ଲାସ ମେଟ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.