ETV Bharat / city

PM Security Breach: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତ୍ୟେକ ସରକାରଙ୍କ କର୍ତ୍ତବ୍ୟ, ଅବହେଳା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ

author img

By

Published : Jan 6, 2022, 9:56 PM IST

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା କରାଯାଇଥିଲା । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନାପସନ୍ଦ କରିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ । ଏହି ଅନୁଷ୍ଠାନକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇବା ଏବଂ ଏହାର ଗାରିମା ରକ୍ଷା କରିବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ବୋଲି କହିଲେ ନବୀନ । ଅଧିକ ପଢ଼ନ୍ତୁ

PM Security Breach: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତ୍ୟେକ ସରକାରଙ୍କ ଧର୍ମ କହିଲେ ନବୀନ

ଭୁବନେଶ୍ବର: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା କରାଯାଇଥିଲା । ଏକ ଓଭରବ୍ରିଜ୍‌ ଉପରେ ମୋଦିଙ୍କ କାରକେଡକୁ ୨୦ ମିନିଟ କାଳ ଅଟକିବାକୁ ପଡ଼ିଥିଲା । ଏହାକୁ ନେଇ ପଞ୍ଜାବ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନାପସନ୍ଦ କରିଛନ୍ତି ।

  • The Prime Minister of India is an institution. It is the duty of every Government to provide foolproof security and safeguard the dignity of this institution. Anything contrary should be unacceptable in our democracy.

    — Naveen Patnaik (@Naveen_Odisha) January 6, 2022 " class="align-text-top noRightClick twitterSection" data=" ">

ନବୀନ ପଟ୍ଟନାୟକ ଟ୍ବିଟ୍‌ କରି କହିଛନ୍ତି ଯେ, "ଭାରତର ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ । ତାଙ୍କ କଡ଼ା ସୁରକ୍ଷା ଯୋଗାଇବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ । ଏହି ଅନୁଷ୍ଠାନର ସମ୍ମାନ ରକ୍ଷା କରିବା ପ୍ରତ୍ୟେକଙ୍କ ଧର୍ମ । ତାଙ୍କ ସୁରକ୍ଷାରେ ଅବହେଳା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ।"

ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁ ଏକ ଫ୍ଲାଏଓଭରରେ ପ୍ରାୟ ୨୦ ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଫସି ରହିଥିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ । ପରେ କାର୍ଯ୍ୟକ୍ରମ ବାତିଲ କରିବା ସହ ପୁନର୍ବାର ଭଟିଣ୍ଡା ବିମାନବନ୍ଦର ଓ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏନେଇ କେନ୍ଦ୍ର ସରକାର ଆକ୍ସନ ମୋଡକୁ ଆସିଥିବା ଦେଖିବାକୁ ମିଳିଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଗତକାଲି (ବୁଧବାର) ସକାଳେ ହେଲିକପ୍ଟର ଯୋଗେ ପଞ୍ଜାବର ହୁସେନାୱାଲା ସ୍ଥିତ ଜାତୀୟ ଶହୀଦ ମେମୋରିଆଲ ଗସ୍ତ କାର୍ଯ୍ୟକ୍ରମ ପାଇଁ ଭଟିଣ୍ଡା ବିମାନବନ୍ଦରରେ ଅବତରଣ କରିଥିଲେ । ସେଠାରୁ ସେ ଉକ୍ତସ୍ଥାନକୁ ହେଲିକପ୍ଟରରେ ଯିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଖରାପ ପାଗ ଯୋଗୁ ସଡକ ପଥରେ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.