ETV Bharat / city

OCAC CEO WhatsApp Hacking Case: ନାଇଜେରିଆ ବାସିନ୍ଦା ବେଙ୍ଗାଲୁରୁରୁ ଗିରଫ - ଓକଉଦିରି ପାଶ୍ଚାଲ ଗିରଫ

ବାଙ୍ଗାଲୋରରୁ ନାଇଜେରିଆନ ସାଇବର ଠକ ଗ୍ୟାଙ୍ଗର ଅନ୍ୟତମ ଅଭିଯୁକ୍ତ ଓକଉଦିରି ପାଶ୍ଚାଲକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

prime Accused in OCAC CEO cyber fraud case arrested in bengaluru by Delhi police
OCAC CEO WhatsApp Hacking Case: ନାଇଜେରିଆ ବାସିନ୍ଦା ବେଙ୍ଗାଲୁରୁରୁ ଗିରଫ
author img

By

Published : Nov 23, 2021, 8:43 PM IST

ଭୁବନେଶ୍ବର: ଦିଲ୍ଲୀ ପୋଲିସ ହାତରେ ନାଇଜେରିଆ ଠକ, OCAC CEO ନାଁରେ ଠକେଇ ଲିଙ୍କ୍‌ ଥିବା ସନ୍ଦେହ । ବାଙ୍ଗାଲୋରରୁ ଧରାପଡିଲା ନାଇଜେରିଆ ଠକ। ନାଇଜେରିଆନ ସାଇବର ଠକ ଗ୍ୟାଙ୍ଗର ଅନ୍ୟତମ ଅଭିଯୁକ୍ତ ଓକଉଦିରି ପାଶ୍ଚାଲକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ତେବେ OCAC ସିଇଓ ମନୋଜ ପଟ୍ଟନାୟକଙ୍କ ନାମରେ ୭ଲକ୍ଷ ଠକେଇ ମାମଲାରେ ଏହି ଅଭିଯୁକ୍ତ ଥାଇପାରେ ବୋଲି ସନ୍ଦେହ କରୁଛି ଓଡିଶା କ୍ରାଇମବ୍ରାଞ୍ଚ। ଯାହାକୁ ନେଇ ଏନେଇ ପଚରାଉଚୁରା ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛି ଓଡିଶା କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ ।

ତେବେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ପରେ ଦିଲ୍ଲୀ ପୋଲିସ ତାକୁ ରିମାଣ୍ଡରେ ନେଇଛି । ପୂର୍ବରୁ ଏହି ଗ୍ୟାଙ୍ଗର ପୂର୍ବତନ ଅଭିଯୁକ୍ତ ଚିମୁନମ ଉମାନୁଏଲକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ। ମାତ୍ର ତା'ର ଏହି ଘଟଣାରେ ସମ୍ପୃକ୍ତି ନଥିଲା ବୋଲି ଜଣାପଡିଥିଲା ।

ତେବେ ଦିଲ୍ଲୀ ପୋଲିସ ହାତରେ ଧରାପଡିଥିବା ଚିମୁନମର ସହଯୋଗୀର ଏହି ଓକାକ କେସ୍‌ରେ ସମ୍ପୃକ୍ତି ଥାଇପାରେ ବୋଲି ଓଡିଶା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ଦିଲ୍ଲୀ ପୋଲିସ ପାଇଁ ସେ ମୋଷ୍ଟ ଓ୍ବାଣ୍ଟେଡ ଥିବାରୁ ଧରିବାକୁ ଜାଲ ବିଛାଇଥିଲା । ଗିରଫ ପରେ ଅଭିଯୁକ୍ତ ଓକଉଦିରି ଠାରୁ କିଛି ATM କାର୍ଡ ଓ ଆକାଉଣ୍ଟ ପାସବୁକ୍‌ ଜବତ କରିଛି । ତେବେ ଏନେଇ ଓଡିଶା କ୍ରାଇମବ୍ରାଞ୍ଚ ଟିମ ପଚରାଉଚୁରା କରିବା ପରେ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଏଡିଜି କ୍ରାଇମବ୍ରାଞ୍ଚଙ୍କ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.