ETV Bharat / city

ପୂଜା ପରେ ଖୋଲିପାରେ ପ୍ରାଥମିକ ସ୍କୁଲ, ଏକାଧିକ ପରାମର୍ଶ ଦେଲେ ଅଭିଭାବକ ଓ ଶିକ୍ଷାବିତ - mass education minister

ଦଶହରା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବିଭିନ୍ନ ପରାମର୍ଶ ଦେଲେ ବୁଦ୍ଧିଜୀବୀ ଓ ଶିକ୍ଷାବିତ। ସ୍କୁଲ ଖୋଲିବା ସହ କୋରୋନା କଟକଣାକୁ ମଧ୍ୟ ଗୁରୁତ୍ବ । ଯୁଗ୍ମ ଅଯୁଗ୍ମ ଫର୍ମୁଲାରେ ସ୍କୁଲ ଚଳାଇବା ପାଇଁ ପରାମର୍ଶ । ଅଧିକ ପଢନ୍ତୁ...

ପୂଜା ପରେ ଖୋଲିପାରେ ସ୍କୁଲ, ଏକାଧିକ ପରାମର୍ଶ ଦେଲେ ଅଭିଭାବକ ଓ ଶିକ୍ଷାବିତ

author img

By

Published : Sep 23, 2021, 10:48 PM IST

ଭୁବନେଶ୍ବର: ବର୍ତ୍ତମାନ କରୋନା ସଂକ୍ରମଣ ବହୁ ପରିମାଣରେ ହ୍ରାସ ପାଇଥିବାରୁ ଦଶହରା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ରାଜ୍ୟ ‌ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଆସନ୍ତା ଦିନରେ ଯଦି କୋରୋନା ସଂକ୍ରମଣ ବୃଦ୍ଧି ନହୁଏ ତେବେ ଦଶହରା ପରେ 1ମ ରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସ୍କୁଲ ଖୋଲିବା ନେଇ ‌ଯେକୌଣସି ସମୟରେ ନିଷ୍ପତ୍ତି ନିଆଯାଇପାରେ । ବିଭିନ୍ନ ବିଭାଗରୁ ଆସିଥିବା ପ୍ରସ୍ତାବ ଆଧାରରେ ସରକାର ନିଷ୍ପତ୍ତି ନେବେ। ତା ପୂର୍ବରୁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ସରକାରଙ୍କ ନିଷ୍ପତ୍ତି ପୂର୍ବରୁ ବିଭିନ୍ନ ଦୃଷ୍ଟିକୋଣରୁ ଏକାଧିକ ସଂସ୍କାରମୂଳକ ପରାମର୍ଶ ରଖିଲେ ଅଭିଭାବକ ଓ ବୁଦ୍ଧିଜୀବୀ।

ପୂଜା ପରେ ଖୋଲିପାରେ ପ୍ରାଥମିକ ସ୍କୁଲ, ଏକାଧିକ ପରାମର୍ଶ ଦେଲେ ଅଭିଭାବକ ଓ ଶିକ୍ଷାବିତ

ସ୍କୁଲ ଖୋଲିବା ପ୍ରସଙ୍ଗରେ ପରାମର୍ଶ ରଖିଛି ଅଭିଭାବକ ମହାସଂଘ। କୋରୋନାର ନିୟମ ମାନି ସ୍କୁଲ ଖୋଲାଯାଉ । କ୍ଲାସରେ କୋଭିଡ କଟକଣାକୁ ଗୁରୁତ୍ବ ଦିଆଯାଉ। ସ୍କୁଲକୁ ଛାତ୍ରଛାତ୍ରୀ ଆସିବାକୁ ନେଇ କୌଣସି ବାଧ୍ୟବାଧକତା ନ ରଖାଯାଉ ବୋଲି କହିଛନ୍ତି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ।

ସେହିପରି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି, ଯୁଗ୍ମ ଅଯୁଗ୍ମ ଫର୍ମୁଲାକୁ ବିକଳ୍ପ ଭାବେ ଗ୍ରହଣ କରି ପ୍ରାଥମିକ ସ୍କୁଲ ଖୋଲାଯାଉ । ଆଜି ଯଦି 1ମ, 3ୟ, 5ମ, ସପ୍ତମ କ୍ଲାସ ହେବ, ଆସନ୍ତାକାଲି 2ୟ, 4ର୍ଥ, 6ଷ୍ଠ କ୍ଲାସ ହେଉ। ଆବଶ୍ୟକ ପଡ଼ିଲେ, ଶ୍ରେଣୀ ବି ଯୁଗ୍ମ ଭାବେ ଚାଲୁ କିମ୍ବା ଘଣ୍ଟାକୁ ଘଣ୍ଟା ବ୍ରେକ ଦେଇ କ୍ଲାସ ହେଉ ବୋଲି ପ୍ରାଥମିକ ଶିକ୍ଷକ ସଂଘ ପ୍ରସ୍ତାବ ଦେଇଛି ।

ଅନ୍ୟପଟେ ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି, ବିଦ୍ୟାଳୟ ଖୋଲିବାର ରାଜ୍ୟ ସରକାର ତୁରନ୍ତ ଏକ ନିଷ୍ପତି ନେବାର ଆବଶ୍ୟକତା ରହିଛି । ବିକଳ୍ପ ଭାବେ 1ମରୁ 8ମ ପର୍ଯ୍ୟନ୍ତ କ୍ଳାସ କରିବା ଆବଶ୍ୟକ । ଇଣ୍ଟରନେଟ ନଥିବା ସ୍ଥାନରେ ପିଲା ପାଠ ପଢାରୁ ବଞ୍ଚିତ ହେଉଛନ୍ତି । ତେବେ ବର୍ତ୍ତମାନ ସମୟରେ କୋରୋନା ନିୟନ୍ତ୍ରଣକୁ ଆସିଥିବାରୁ ରାଜ୍ୟ ସରକାର ପାଠ ପଢ଼ିବାର ବ୍ୟବସ୍ଥା କରିବା ଉଚିତ।

ସୂଚନା ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟର 6ଷ୍ଠ ଶ୍ରେଣୀ ରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବାକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂନ୍ଧ୍ୟାବତୀ ପ୍ରଧାନ କିଛି ଦିନତଳେ ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ । ତେବେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ସ୍କୁଲ ଖୋଲିବା ନେଇ ଚାପ ବଢୁଥିବାବେଳେ ସରକାରୀ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.