ETV Bharat / city

ପ୍ରାଥମିକ ସ୍କୁଲ ଖୋଲିବା ନେଇ ତଜର୍ମା କରିବା ଉଚିତ: ଅଭିଭାବକ ସଙ୍ଘ ସଭାପତି - ସ୍କୁଲ୍ ଖୋଲିବା ନେଇ ଅଭିଭାବକ ସଙ୍ଘର ପରାମର୍ଶ

ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ପରେ ପ୍ରସ୍ତୁତ ରହିଥିବା କହିଲେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନଶିକ୍ଷକ । ସେପଟେ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତିରେ ଆଉଥରେ ତର୍ଜମା କରାଯିବା ଆବଶ୍ୟକ ଥିବା କହିଲେ ଅଭିଭାବକ ସଙ୍ଘ ସଭାପତି । ଅଧିକ ପଢନ୍ତୁ

ପ୍ରାଥମିକ ସ୍କୁଲ୍ ଖୋଲିବା ନେଇ ତଜର୍ମା କରିବା ଉଚିତ୍: ଅଭିଭାବକ ସଙ୍ଘ ସଭାପତି

author img

By

Published : Feb 4, 2022, 5:49 PM IST

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ସୋମବାର ଠାରୁ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ । ଏନେଇ କ୍ୟାପିଟାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଜିତେନ୍ଦ୍ର ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରସ୍ତୁତି ଜାରିରହିଛି । ଛୋଟ ପିଲାଙ୍କର କ୍ଳାସ କରିବା ଏକ ବଡ ଚାଲେଞ୍ଜ । କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ କରାଯାଉଥିବା କହିଛନ୍ତି ।

ପ୍ରାଥମିକ ସ୍କୁଲ୍ ଖୋଲିବା ନେଇ ତଜର୍ମା କରିବା ଉଚିତ୍: ଅଭିଭାବକ ସଙ୍ଘ ସଭାପତି

ପ୍ରଧାନଶିକ୍ଷକ କହିଛନ୍ତି ଯେ, ଛୋଟ ପିଲାମାନେ ସ୍କୁଲକୁ ଆସିବା ସମୟରେ କୋଭିଡ କଟକଣା ମାନିପାରିବେ ନାହିଁ । ଏଥିପାଇଁ ଶ୍ରେଣୀଗୃହରେ କୋଭିଡ କଟକଣା ମାନିବା ଏକପ୍ରକାର ଚ୍ୟାଲେଞ୍ଜ ହୋଇଯିବ । ସେହିପରି କୋର୍ସକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଧିକାଂଶ କ୍ଳାସର ସିଲାବସ 50 ପ୍ରତିଶତ ଶେଷ ହୋଇ ଥିବାବେଳେ ଆଉ ଅନେକ ବିଷୟ ରିଭିଜନ କରାଯାଉଛି । ଯାହା ବାକି ବିଷୟ ରହିଛି ସେଗୁଡିକ ଏହି ଅଫଳାଇନ କ୍ଳାସ ସମୟରେ ପାଠ୍ୟ ଶେଷ କରିବାକୁ ବିଶେଷଧ୍ୟାନ ଦିଆଯିବ । ଏହାସହ ପରୀକ୍ଷାକୁ ନେଇ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।

ଅନ୍ୟପଟେ ଉତ୍କଳ ଅଭିଭାବକ ସଂଘର ସଭାପତି କୃଷ୍ଣ ଚନ୍ଦ୍ର ପତି କହିଛନ୍ତି ଯେ, ସ୍କୁଲ ଓ କଲେଜ ଖୋଲିବାକୁ ନେଇ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ । କିନ୍ତୁ ପ୍ରାଥମିକ ସ୍କୁଲ ଖୋଲିବାକୁ ନେଇ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ପୁନଃବିଚାର କରିବା ଆବଶ୍ୟକ । କାରଣ ଛୋଟ ପିଲାମାନଙ୍କର ଏବେ ସମ୍ପୂର୍ଣ୍ଣ ଭାବରେ ଶିକ୍ଷାବର୍ଷ ଶେଷ ହେବାକୁ ବସିଲାଣି । ପରବର୍ତ୍ତୀ ଶିକ୍ଷାବର୍ଷ ଠାରୁ ଛୋଟ ପିଲାମାନଙ୍କର କ୍ଳାସ କରିବା ଆବଶ୍ୟକ । ଏହି ସମୟରେ କୌଣସି ଛୋଟ ପିଲାମାନେ ସ୍କୁଲରେ ସାମାଜିକ ଦୂରତା, ମାସ୍କ ଓ କୋଭିଡ କଟକଣା ମାନିବା ସମ୍ଭବପର ହୋଇପାରିବ ନାହିଁ ।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ଆସନ୍ତା 7 ତାରିଖରେ ଅଷ୍ଟମ କ୍ଳାସ ଠାରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଫେବୁଆରୀ 14 ତାରିଖ ଠାରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଫଲାଇନ କ୍ଲାସ ହେବ । ଗତ ଏକ ମାସ ମଧ୍ୟରେ ରାଜ୍ୟରେ କୋଭିଡର ତୃତୀୟ ଲହର ନିୟନ୍ତ୍ରଣାଧୀନ ଥିବାରୁ ସ୍କୁଲ୍ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.