ଭୁବନେଶ୍ବର: ଦେଶର ଦୈନନ୍ଦିନ ଭାବେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବଢି ଚାଲିଛି ଦରଦାମ । ଦରଦାମ ବୃଦ୍ଧିକୁ ନେଇ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଦରଦାମ ନିୟନ୍ତ୍ରଣ ପାଇଁ ରାଜନୈତିକ ଦଳ ମାନେ ପ୍ରତିଦିନ ବିକ୍ଷୋଭ, ଧାରଣା କରୁଛନ୍ତି ।
ଏହି ଦରଦାମ ବୃଦ୍ଧିକୁ ନେଇ ବିଜେଡି ମଧ୍ୟ ପଛରେ ପଡି ନାହିଁ । ଦରଦାମ ବୃଦ୍ଧି ଅସହ୍ୟ ହେଲାଣି । ସରକାର ତୁରନ୍ତ ନିୟନ୍ତ୍ରଣ କରିବା ଜରୁରୀ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁବାସ ସିଂ ।
ସୁବାସ କହିଛନ୍ତି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ନିୟନ୍ତ୍ରଣ ବାହାରକୁ ଯାଉଛି । ତୈଳଜାତ ଦ୍ରବ୍ୟ ଉପରେ ଟିକସ ବୋଝ ପଡିବାରୁ ଦରଦାମ ବଢ଼ୁଛି । କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ କରିବା ଜରୁରୀ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ