ETV Bharat / city

ରାଜ୍ୟରେ ଗୋହତ୍ୟା ଆଇନ କଡାକଡି କରିବାକୁ ବିଷ୍ଣୁଙ୍କ ଦାବି - bjp

ରାଜ୍ୟରେ ଗୋଚାଲାଣ ନେଇ ବିରୋଧୀ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପ୍ରେସମିଟ୍ । ରାଜ୍ୟରେ ଗୋ ହତ୍ୟା ଆଇନ କଡାକଡି କରିବାରୁ ଦାବି କରିଛନ୍ତି ବିଷ୍ଣୁ । ଅଧିକ ପଢନ୍ତୁ...

ରାଜ୍ୟରେ ଗୋ ହତ୍ୟା ଆଇନ କଡାକଡି କରିବାରୁ ବିଷ୍ଣୁଙ୍କ ଦାବି

author img

By

Published : Jun 15, 2021, 2:26 PM IST

Updated : Jun 15, 2021, 4:53 PM IST

ଭୁବନେଶ୍ବର: ଗୋଚାଲାଣ ନେଇ ବିରୋଧୀ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଏକ ପ୍ରେସମିଟ କରିଛନ୍ତି । ରାଜ୍ୟରେ1960 ମସିହାରୁ ବିଧାନସଭାରେ ଓଡିଶା ଗୋହତ୍ୟା ନିରୋଧକ ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ପ୍ରଣୟନ ହେଲେ ମଧ୍ୟ 60 ବର୍ଷ ଧରି କୌଣସି ସରକାର କର୍ଣ୍ଣପାତ କରିନାହାନ୍ତି ବୋଲି କହିଛନ୍ତି ବିଷ୍ଣୁ ।

ରାଜ୍ୟରେ ଗୋ ହତ୍ୟା ଆଇନ କଡାକଡି କରିବାରୁ ବିଷ୍ଣୁଙ୍କ ଦାବି

ଓଡିଶା ପ୍ରଥମ ରାଜ୍ୟ ଯେଉଁଠି ଗୋହତ୍ୟା ନିରୋଧ ଆଇନ ପ୍ରଣୟନ ହୋଇଥିଲା । ସ୍ବଚ୍ଛ ଶାସନର ଦ୍ବାହି ଦେଉଥିବା କିନ୍ତୁ ଏ ଦିଗରେ କିଛି ପଦକ୍ଷେପ ନେଇ ନାହାନ୍ତି । ହାଇକୋର୍ଟରେ ଏହି ମାମଲାକେ 29 ଅଗଷ୍ଟ 2012ରେ ରାୟ ଆସିଥିଲା । ହାଇକୋର୍ଟରେ ତତ୍କାଳୀନ ପ୍ରଧାନ ବିଚାରପତି ଭି. ଗୋପାଳ ଗୌଡ଼ା ଓ ଏସ.କେ. ମିଶ୍ର ରାୟ ଶୁଣାଇଛନ୍ତି ଯେ ଗୋ ହତ୍ୟା ଓ ଗୋ ଚାଲାଣ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା । କିନ୍ତୁ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେବା ପରେ ମଧ୍ୟ ଡିଜି ପୋଲିସ କୌଣସି ପଦକ୍ଷେପ ନେଇନାହାନ୍ତି ।

ଗାଈ ଅଧିକ ସଂଖ୍ୟାରେ ବଙ୍ଗଳାଦେଶକୁ ଚାଲାଣ ହେଉଛି । ଆଇନ ରହିଛି ଯେ, ଗାଈ ସେତେବେଳେ ଚାଲାଣ ହେବ ଯେତେବେଳେ ଗାଈ କାମରେ ଲାଗିବ ନାହିଁ ବୋଲି ଜଣେ ସ୍ବୀକୃତିପ୍ରାପ୍ତ ପଶୁ ଡାକ୍ତର ସର୍ଟିଫିକେଟ ଦେବେ । ବିଭିନ୍ନ ଜିଲ୍ଲାରେ ଗୋଟିଏ ଜରି ଟାଣି ଗାଈ ଚାଲାଣ ଓ କଟା ହେଉଛି । କିନ୍ତୁ ନିଜ ଭୋଟ ବ୍ୟାଙ୍କକୁ ବଞ୍ଚାଇବା ପାଇଁ ଗୋ ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର । ଗାଈ ହତ୍ୟା କରିବା ପରେ ଚମଡା ଯାଉଛି ପଶ୍ଚିମବଙ୍ଗ ଓ ମାଂସ ଯାଉଛି ଛତିଶଗଡ଼ । ବାକି ଜିନିଷ ସ୍ଥାନୀୟ ଲୋକ ବ୍ୟବହାର କରୁଛନ୍ତି । ଏହି ଘାଟଣା ଗୁଡ଼ିକ ଦ୍ବାରା ଆଗାମୀ ଦିନରେ ଦୁଇ ଗୋଷ୍ଠୀ ଭିତରେ ବିବାଦ ବଢିବ ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ତେଣୁ ସମ୍ବଲପୁର, ବଲାଙ୍ଗୀର, ଢେଙ୍କାନାଳ ଦେଇ ବାଂଲାଦେଶକୁ ଚାଲାଣ ହେଉଛି । ସେଥିପାଇଁ 1960ରୁ ଥିବା ଆଇନକୁ କାର୍ଯ୍ୟକାରୀ କରିବା ସହ ବେଆଇନ ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛି ବିଜେପି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

Last Updated : Jun 15, 2021, 4:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.