ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଢିବା ପାଇଁ ଓଡ଼ିଶାବାସୀ ଆକୁଣ୍ଠିତ ସମର୍ଥନ ଦେଇଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସକୁ ବିତାଡିତ କରି ବିଜେପିକୁ ବିରୋଧୀ ଦଳର ପଦମର୍ଯ୍ୟଦା ଦେଇଥିବାରୁ ରାଜ୍ୟବାସୀଙ୍କୁ ବିଜେପି ପକ୍ଷରୁ ଉପସଭାପତି ସମୀର ମହାନ୍ତି କୃତଜ୍ଞତା ଜଣାଇଛନ୍ତି ।
ଓଡିଶାବାସୀ ଚଳିତ ନିର୍ବାଚନରେ 8 ଟି ଲୋକସଭା ସାଂସଦ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରି ପ୍ରଧାନମନ୍ତ୍ରୀ ହାତ ମୁଠାକୁ ଟାଣ କରିଥିବାରୁ ଓଡିଶାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।
ନିର୍ବାଚନରେ ବିପୁଳ ଜନ ସମର୍ଥନ ମିଳିଥିବା ସହ ରାଜ୍ୟରେ ବିଜେପିର ଭୋଟ ପ୍ରତିଶତ ବୃଦ୍ଧିପାଇଛି । ବିଧାନସଭାରେ ୩୮ ଲକ୍ଷ ୮୫ ହଜାର ଭୋଟ, ୩୧ ପ୍ରତିଶତ ସହ ବିଜେପିକୁ ମିଳିଛି ୨୩ ଟି ସିଟ । ଲୋକସଭା ରେ ୮ ସିଟ ସହ ୩୮ ପ୍ରତିଶତ ମିଳିଛି ବୋଲି ସମୀର ମହାନ୍ତି କହିଛନ୍ତି । ନବୀନ ବାବୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମୀର।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ