ETV Bharat / city

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି, ସନ୍ଧ୍ୟାରେ ଶ୍ରୀଜୀଉଙ୍କ ଦର୍ଶନ

author img

By

Published : Feb 19, 2022, 2:42 PM IST

Updated : Feb 19, 2022, 4:17 PM IST

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

୨୫ ମିନିଟ ପୂର୍ବରୁ ପହଁଞ୍ଚିଲେ ରାଷ୍ଟ୍ରପତି, ଏୟାରପୋର୍ଟରେ ସ୍ବାଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ପୁରୀ: ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି(ଶନିବାର)ଠୁ ଦୁଇଦିନିଆ ପୁରୀ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ହେଲିକପ୍ଟରରେ ପୁରୀ ଅଭିମୁଖେ ଗସ୍ତ କରିଛନ୍ତି । ସନ୍ଧ୍ୟାରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି, ସନ୍ଧ୍ୟାରେ କରିବେ ଶ୍ରୀଜିଉଙ୍କ ଦର୍ଶନ

ରାଷ୍ଟ୍ରପତି କଡ଼ା ସୁରକ୍ଷା ବଳରେ ପୁରୀରେ ପହଞ୍ଚିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨ ଟା ୪୦ରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କୁ ଭୁବନେଶ୍ଵର ଏୟାରପୋର୍ଟରେ ସ୍ବାଗତ କରିବା ପାଇଁ ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ରାଜ୍ୟପାଳଙ୍କ ସମେତ ପୋଲିସ ଡ଼ିଜି ଓ ମୁଖ୍ୟଶାସନ ସଚିବ ବି ଉପସ୍ଥିତ ରହିଥିଲେ।

ସନ୍ଧ୍ୟାରେ ଦର୍ଶନ ପରେ ରାଷ୍ଟ୍ରପତି ୨୦ ତାରିଖରେ ଗୌଡିୟ ମଠ ଏବଂ ମିଶନର ସଂସ୍ଥାପକ ଶ୍ରୀଳ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ ତମ ବର୍ଷପୁର୍ତ୍ତୀ ଆବିର୍ଭାବ ଦିବସ ଉପଲକ୍ଷେ ତ୍ରିବର୍ଷ ବ୍ୟାପୀ ପାଳନ ଉତ୍ସବରେ ଯୋଗଦେବେ । ଘରୋଇ ହୋଟେଲ ପରିବର୍ତ୍ତେ ରାଜଭବନରେ ଅବସ୍ଥାନ କରିବେ ରାଷ୍ଟ୍ରପତି ।

ଭୁବନେଶ୍ବରରୁ ତାପସ ପରିଡ଼ା ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 19, 2022, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.