ETV Bharat / city

National Teachers Awards: 44 ଶ୍ରେଷ୍ଠ ଶିକ୍ଷକ ସମ୍ମାନିତ, 2 ଓଡିଆ ସାମିଲ

author img

By

Published : Sep 5, 2021, 12:59 PM IST

Updated : Sep 5, 2021, 6:17 PM IST

ପବିତ୍ର ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦେଶର ଶିକ୍ଷକମାନଙ୍କୁ ସମ୍ମାନିତ କରିଛନ୍ତି । ଏହି ଶିକ୍ଷକଙ୍କ ମଧ୍ୟରେ ରାଜ୍ୟରୁ ଅଛନ୍ତି ୨ ଶିକ୍ଷକ । ଅଧିକ ପଢନ୍ତୁ...

ଗୁରୁଦିବସ: ୨ ଓଡ଼ିଆ ଶିକ୍ଷକଙ୍କୁ ମିଳିଲା ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-2021

ଭୁବନେଶ୍ବର/ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପବିତ୍ର ଗୁରୁଦିବସକୁ ପାଳନ କରୁଛି । ଏହି ଅବସରରେ ଆଜି(ରବିବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ଶିକ୍ଷକମାନଙ୍କୁ ସମ୍ମାନିତ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟର ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା ସହ ଓଡିଶାର ଦୁଇଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି ।

ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଏବଂ ଗଞ୍ଜାମ ଜିଲ୍ଲା କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ଏହି ଦୁଇ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-2021 ସମ୍ମାନରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ଆଜିର ଏହି ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ଦେଶର 44 ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-2021 ପ୍ରଦାନ କରାଯାଇଛି । ଶିକ୍ଷକଙ୍କୁ ଭର୍ଚ୍ଚୁଆଲରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ଓଡ଼ିଶାର 2 ଜଣ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି। ଦେଶର କେତେକ ଶ୍ରେଷ୍ଠ ଶିକ୍ଷକଙ୍କ ଅତୁଳନୀୟ ଅବଦାନକୁ ପାଳନ କରିବା ତଥା ଶିକ୍ଷକମାନଙ୍କୁ ସମ୍ମାନିତ କରିବା ପାଇଁ ରାଷ୍ଟ୍ରପତି ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଶ୍ରେଷ୍ଠ ଶିକ୍ଷକମାନେ ସେମାନଙ୍କର ପ୍ରତିବଦ୍ଧତା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତାକୁ ଉନ୍ନତ କରିବା ସହିତ ଛାତ୍ରଛାତ୍ରୀଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ।

ଜାତୀୟ ଶିକ୍ଷକ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକ ମାନଙ୍କର ବଡ ଭୂମିକା ରହିଛି ବୋଲି କହିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଥିବା ଓଡ଼ିଶାର ୨ ଜଣ ଶିକ୍ଷକଙ୍କ ସମେତ ୪୪ ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକ ସମାଜ ଏକ ବିଂଶ ଶତାବ୍ଦୀରେ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିବେ ବୋଲି କହିଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ଡାକ୍ତର ଏପିଜେ ଅବଦୁଲ କାଲାମଙ୍କ ଶିକ୍ଷକଙ୍କ ପ୍ରତି ଥିବା ସମ୍ମାନକୁ ସ୍ମୃତିଚାରଣ କରି ରାଷ୍ଟ୍ରପତି କହିଛନ୍ତି ଯେ ନୂଆ ଜାତୀୟ ଶିକ୍ଷା ନୀତିରେ ଭାରତକୁ ବିଶ୍ଵ ଜ୍ଞାନର ମହାଶକ୍ତି ଭାବରେ ପ୍ରତିଷ୍ଠା କରିବା ପାଇଁ ମହତ୍ବକାଂକ୍ଷୀ ଉଦ୍ଦେଶ୍ୟ ନିଶ୍ଚିତ କରାଯାଇଛି । ବିଦ୍ୟାର୍ଥୀଙ୍କୁ ଏଭଳି ଶିକ୍ଷା ପ୍ରଦାନ କରିବା ଯାହା ଜ୍ଞାନ ଉପରେ ଆଧାରିତ ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣରେ ସହାୟକ ହେବ । ଆମର ଶିକ୍ଷା ବ୍ୟବସ୍ଥା ଏଭଳି ହେବା ଆବଶ୍ୟକ ଦ୍ଵାରା ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ ତଥା ନାଗରିକଙ୍କ ପାଇଁ ମୂଳ କର୍ତ୍ତବ୍ୟ ପ୍ରତି ନିଷ୍ଠା ଜାଗ୍ରତ ହେବ । ଏହା ସହ ଦେଶ ପ୍ରତି ଭଲ ପାଇବାର ଭାବନା ମଜବୁତ ହେବ ତଥା ପରିବର୍ତ୍ତିତ ବୈଶିକ ଦୃଶ୍ୟପଟ୍ଟରେ ସେମାନେ ନିଜର ଭୂମିକାକୁ ନେଇ ଚିନ୍ତା କରିବେ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଅନ୍ୟପଟେ ମହାମାରୀ ସମୟରେ ଶିକ୍ଷାର ନିରନ୍ତରକୁ ସୁନିଶ୍ଚିତ କରିବାରେ ଶିକ୍ଷକମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଏକ ରାଷ୍ଟ୍ରର ଦ୍ରୁତ ବିକାଶ ପାଇଁ ଜଣେ ଶିକ୍ଷକ ଯେଉଁ ଭୂମିକା ଗ୍ରହଣ କରନ୍ତି ତାହା ମହତ୍ବପୂର୍ଣ୍ଣ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏକବିଂଶ ଶତାବ୍ଦୀର ଭାରତର ଭାଗ୍ୟକୁ ପରିବର୍ତ୍ତନ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିବା ସମସ୍ତ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏକବିଂଶ ଶତାବ୍ଦୀରେ ଭାରତକୁ ରାଷ୍ଟ୍ରୀୟ ଶିକ୍ଷା ନୀତି ନୂଆ ଶିଖରକୁ ନେବା ପାଇଁ ଆମେ ସଂକଳ୍ପବଦ୍ଧ । ଗୁରୁ ଦିବସରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 5, 2021, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.