ଭୁବନେଶ୍ବର: ଆଜି ଉତ୍କଳ ଦିବସ । 1936 ମସିହା ଆଜିର ଦିନରେ ଆମ ରାଜ୍ୟ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବରେ ଦେଶର ମାନଚିତ୍ରରେ ସ୍ଥାନ ପାଇଥିଲା ଉତ୍କଳ ପ୍ରଦେଶ । ଏହି ଦିବସ ଅବସରରେ ଓଡିଶାବାସୀଙ୍କୁ ଛୁଟିଛି ଶୁଭେଚ୍ଛାରେ ସୁଅ । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ଉତ୍କଳ ଦିବସରେ ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ,କୋଣାର୍କ ଭଳି ଅନେକ ଅନ୍ୟାନ୍ୟ ସମୃଦ୍ଧ ଐତିହ୍ୟର ମନ୍ଦିରର ଏହି ଭୂମିରେ ଭରି ରହିଛି । ଓଡ଼ିଶା ବିଶ୍ବକୁ ଶାନ୍ତି ଏବଂ ପ୍ରେମର ବାର୍ତ୍ତା ଦେଉଛି । ରାଜ୍ୟର ଅଗ୍ରଗତି ପାଇଁ ଶୁଭେଚ୍ଛା ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
-
On Odisha Day, my greetings to the people of the state. The land of the temples of Jagannath, Lingaraj, Konark and other rich heritages, Odisha gave the world a message of peace and love, shunning violence. My best wishes for the progress of the state.
— President of India (@rashtrapatibhvn) April 1, 2022 " class="align-text-top noRightClick twitterSection" data="
">On Odisha Day, my greetings to the people of the state. The land of the temples of Jagannath, Lingaraj, Konark and other rich heritages, Odisha gave the world a message of peace and love, shunning violence. My best wishes for the progress of the state.
— President of India (@rashtrapatibhvn) April 1, 2022On Odisha Day, my greetings to the people of the state. The land of the temples of Jagannath, Lingaraj, Konark and other rich heritages, Odisha gave the world a message of peace and love, shunning violence. My best wishes for the progress of the state.
— President of India (@rashtrapatibhvn) April 1, 2022
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉତ୍କଳ ଦିବସରେ ଓଡିଶାବାସୀଙ୍କୁ ମୋର ଶୁଭେଚ୍ଛା । ଏଠାରେ ପ୍ରତୀକାତ୍ମକ ମନ୍ଦିର, ଜୀବନ୍ତ ସଂସ୍କୃତି ଏବଂ ଚିତ୍ରକଳା ସ୍ଥାନ ପାଇଁ ରାଜ୍ୟ ପ୍ରସିଦ୍ଧିଲାଭ କରିଛି । ଜାତିର ଅଭିବୃଦ୍ଧିରେ ଓଡିଶାର ପରିଶ୍ରମୀ ଲୋକମାନଙ୍କର ଅତୁଳନୀୟ ଅବଦାନ ଦେଇଛନ୍ତି । ରାଜ୍ୟର ନିରନ୍ତର ଅଭିବୃଦ୍ଧି ପାଇଁ ଶୁଭେଚ୍ଛା ଦେଇଛନ୍ତି ଉପରାଷ୍ଟ୍ରପତି ।
-
My greetings on Utkala Dibasa!
— Vice President of India (@VPSecretariat) April 1, 2022 " class="align-text-top noRightClick twitterSection" data="
The state is renowned for its iconic temples, vibrant culture & picturesque places. The industrious people of Odisha have contributed immensely to the growth of the nation. My best wishes for the state's continuous growth. #UtkalaDibasa
">My greetings on Utkala Dibasa!
— Vice President of India (@VPSecretariat) April 1, 2022
The state is renowned for its iconic temples, vibrant culture & picturesque places. The industrious people of Odisha have contributed immensely to the growth of the nation. My best wishes for the state's continuous growth. #UtkalaDibasaMy greetings on Utkala Dibasa!
— Vice President of India (@VPSecretariat) April 1, 2022
The state is renowned for its iconic temples, vibrant culture & picturesque places. The industrious people of Odisha have contributed immensely to the growth of the nation. My best wishes for the state's continuous growth. #UtkalaDibasa
ସେହିପରି ଓଡିଶା ପାଇଁ ଏହି ବଡ ଦିନରେ ଦିନରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ସେ କହିଛନ୍ତି ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
-
ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
— Narendra Modi (@narendramodi) April 1, 2022 " class="align-text-top noRightClick twitterSection" data="
">ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
— Narendra Modi (@narendramodi) April 1, 2022ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
— Narendra Modi (@narendramodi) April 1, 2022
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
-
ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ। #OdishaDibasa pic.twitter.com/1XsWOa581J
— Naveen Patnaik (@Naveen_Odisha) April 1, 2022 " class="align-text-top noRightClick twitterSection" data="
">ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ। #OdishaDibasa pic.twitter.com/1XsWOa581J
— Naveen Patnaik (@Naveen_Odisha) April 1, 2022ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ। #OdishaDibasa pic.twitter.com/1XsWOa581J
— Naveen Patnaik (@Naveen_Odisha) April 1, 2022
ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦିନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ସେ ବାର୍ତ୍ତା ଦେଇଛନ୍ତି ।
-
#ଓଡ଼ିଶାଦିବସ ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ସେ ବାର୍ତ୍ତା ଦେଇଛନ୍ତି। #ଉତ୍କଳଦିବସ pic.twitter.com/T6ZpVfEZH5
— Governor Odisha (@GovernorOdisha) April 1, 2022 " class="align-text-top noRightClick twitterSection" data="
">#ଓଡ଼ିଶାଦିବସ ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ସେ ବାର୍ତ୍ତା ଦେଇଛନ୍ତି। #ଉତ୍କଳଦିବସ pic.twitter.com/T6ZpVfEZH5
— Governor Odisha (@GovernorOdisha) April 1, 2022#ଓଡ଼ିଶାଦିବସ ଅବସରରେ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ସେ ବାର୍ତ୍ତା ଦେଇଛନ୍ତି। #ଉତ୍କଳଦିବସ pic.twitter.com/T6ZpVfEZH5
— Governor Odisha (@GovernorOdisha) April 1, 2022
କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡିଶା ଦିବସ ଅବସରରେ ଓଡିଆ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶା ପ୍ରଦେଶ ଗଠନର ପୁରୋଧାଙ୍କୁ ମନେପକାଇଲେ ଧର୍ମେନ୍ଦ୍ର । ଓଡିଶାକୁ ଆହୁରି ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବାକୁ ପଣ କରିବାକୁ ହେବ କହିଲେ ଧର୍ମେନ୍ଦ୍ର ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ