ETV Bharat / city

ବାୟୁସେନା ସୂର୍ଯ୍ୟକିରଣ Air Show ପାଇଁ ପ୍ରସ୍ତୁତି ଜୋରଦାର

author img

By

Published : Sep 10, 2022, 2:41 PM IST

ଆସନ୍ତା ୧୬ ତାରିଖରେ ଭୁବନେଶ୍ବର ଏବଂ ପୁରୀ ରାଜଭବନ ପାଖରେ ଥିବା ବେଳାଭୂମିରେ ଭାରତୀୟ ବାୟୁସେନାର ଏଆର ସୋ' (Air Show) । ଏଥିଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଅଧିକ ପଢନ୍ତୁ

ବାୟୁସେନା ସୂର୍ଯ୍ୟକିରଣ Air Show ପାଇଁ ପ୍ରସ୍ତୁତି ଆରମ୍ଭ
ବାୟୁସେନା ସୂର୍ଯ୍ୟକିରଣ Air Show ପାବାୟୁସେନା ସୂର୍ଯ୍ୟକିରଣ Air Show ପାଇଁ ପ୍ରସ୍ତୁତି ଆରମ୍ଭଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ବର ଏବଂ ପୁରୀ ରାଜଭବନ ପାଖରେ ଥିବା ବେଳାଭୂମିରେ ଭାରତୀୟ ବାୟୁସେନାର ଏଆର ଶୋ' (Air Show) । ଆଜାଦି କା ଅମୃତ ମହୋତ୍ସବ ଅବସରରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ' ଲାଗି ସୋମବାର ଭୁବନେଶ୍ବରରେ ପହଞ୍ଚିବ ଇଣ୍ଡକ୍ସନ ଟିମ । ଏହି ଟିମ N୩୨ ବିମାନରେ ଆସିବ ବୋଲି ଜଣାପଡ଼ିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ବର ବାଲିଯାତ୍ରା ପଡ଼ିଆରେ ଏୟାର ସୋ' ହେବାର ଏ ପର୍ଯ୍ୟନ୍ତ ଅନୁମତି ମିଳିନାହିଁ । ତେବେ ଏହି ଏଆର ଶୋ'ରେ ଭାରତୀୟ ବାୟୁ ସେନାର ୯ଟି ଫାଇଟର ଜେଟ୍‌ କୌଶଳ ପ୍ରଦର୍ଶନ କରିବେ । ୧୨ ତାରିଖରେ ଆସିବେ ବାୟୁସେନା ଟିମ । ୧୩ ତାରିଖରେ ଭୁବନେଶ୍ବରରେ ପହଞ୍ଚିବ। ମ୍ୟାପିଂ ସର୍ଟି ବା ରିହରସଲ ହେବ । ୧୪ ତାରିଖରେ ଆସିବ ଗ୍ଲୋ ମାଷ୍ଟର( ଏୟାର କାପ୍ଟ) । ଲୋ ପ୍ରେସର ପାଇଁ କାର୍ଯ୍ୟକ୍ରମ ବିଳମ୍ବ ହେଉଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- ଓଡିଶାରେ ସୂର୍ଯ୍ୟକିରଣ ଏୟାର ସୋ, ଖୁବ ଶୀଘ୍ର ମ୍ୟାପିଂ ସର୍ଟି

ତେବେ ୧୫ ତାରିଖରେ ପୁଣି ଥରେ ହେବ ଫୁଲ ଡ୍ରେସ୍‌ ରିହଲସଲ । ୧୬ ତାରିଖରେ ହେବ ମୁଖ୍ୟ ଏଆର ସୋ' କାର୍ଯ୍ୟକ୍ରମ । ଏହା ପରେ ୧୮ ତାରିଖରେ ପୁରୀ ବେଳାଭୂମିରେ ହେବା ଏୟାର ସୋ' । ସୂଚନା ଅନୁଯାୟୀ, ସୋ'ରେ ୯ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡବାଏ ରହିବ । ଆଜାଦି କା ଅମୃତ ମହୋତ୍ସବ ଅବସରରେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ' । ଭୁବନେଶ୍ବର ଓ ପୁରୀରେ ସୂର୍ଯ୍ୟକିରଣ ସୋ' ପାଇଁ ହୋଇଛି ଯୋଜନା ।

ଏହା ବି ପଢନ୍ତୁ- ଓଡିଶା ଦେଖିବ ସୂର୍ଯ୍ୟକିରଣ ସୋ, ଭୁବନେଶ୍ୱର-ପୁରୀରେ ଦମ ଦେଖାଇବ ବାୟୁସେନା

ଆସନ୍ତା ୧୬ ତାରିଖରେ ଭୁବନେଶ୍ବର ନିକଟସ୍ଥ କୂଆଖାଇ ନଦୀର ଜାଲି ପାଟଣା ଗାଁ ନିକଟ ବାଲିଯାତ୍ରା ପଡିଆରେ ଓ ୧୮ ତାରିଖରେ ପୁରୀର ଗଭର୍ଣ୍ଣର ହାଉସ ଉପରେ ସୋ' ପାଇଁ ଯୋଜନା କରାଯାଇଛି । ପାଣିପାଗ ସ୍ଥିତି ଆଧାରରେ ୧୦ଟାରୁ ୧୧ଟା କିମ୍ବା ଅପରାହ୍ନ ୪ଟା ୧୫ରୁ ୫ଟା ୧୫ ଯାଏଁ ହେବ ଶୋ' । ପୁରୀ ଏୟାର ସୋ' ସୁନିଶ୍ଚିତ ହୋଇସାରିଛି । ଭୁବନେଶ୍ବର ଏୟାର ସୋ'ପାଇଁ ଏୟାର ସ୍ପେସ ଅନୁମତିକୁ ଅପେକ୍ଷା କରାଯାଇଛି ।

ସୂଚନା ଥାଉ କି, ଓଡ଼ିଶା ବ୍ୟତୀତ ସେପ୍ଟେମ୍ବର ୨୬ ଏବଂ ୨୭ରେ ଗୌହାଟୀ, ଅକ୍ଟୋବର ୮ରେ ଚଣ୍ଡିଗଡ଼ ଏବଂ ବରେଲୀରେ ଅକ୍ଟୋବର ୧୪ ତାରିଖରେ ଏହାର ସୋ ପ୍ରଦର୍ଶନ କରାଯିବ । ୧୯୯୬ରେ ଗଠିତ ହୋଇଥିବା 'ସୂର୍ଯ୍ୟକିରଣ' ଏକ ଏରୋବ୍ୟାଟିକ୍ସ ପ୍ରଦର୍ଶନକାରୀ ଦଳ ଏବଂ ଭାରୀତୟ ବାୟୁସେନାର ୫୨ତମ ସ୍କ୍ବାର୍ଡନର ଏକ ଅଂଶ । ଏହି ପ୍ରଦର୍ଶନରେ Hawk Mk-132 ବିମାନ ଆକାଶରେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥାଏ । ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ୨୦୧୬ ମସିହାରେ କଟକର କାଠଯୋଡ଼ି ପଠାରେ ଏୟାର ସୋ' କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.