ETV Bharat / city

ବିଦାହେବେ ଅଯୋଗ୍ୟ ସରକାରୀ ବାବୁ, ସାଧାରଣ ପ୍ରଶାସନ ବିଭାଗର ବିଞ୍ଜପ୍ତି ଜାରି

author img

By

Published : Sep 26, 2019, 12:10 PM IST

ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ସନ୍ଦେହ ଉପୁଜିଲେ ସେମାନଙ୍କୁ ଅବସର ଦିଆଯିବ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛ

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସରକାରୀ ଚାକିରି କ୍ଷେତ୍ରରେ ‌‌ଯେଉଁ କର୍ମଚାରୀ ପ୍ରଭାବହୀନ ଓ ଯେଉଁମାନଙ୍କର କାର୍ଯ୍ୟନିଷ୍ଠା ପ୍ରତି ସନ୍ଦେହ ସୃଷ୍ଟି ହେବ, ସେମାନଙ୍କୁ ଆଗୁଆ ଅବସର ପ୍ରଦାନ କରାଯିବ। ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ଏକ ସମୀକ୍ଷା କମିଟି ଗଠନ କରାଯାଇ ଗ୍ରୁପ୍‌ ଏ, ବି, ସି ଓ ଡି କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାର ସମୀକ୍ଷା କରାଯିବ ବୋଲି କୁହାଯାଇଛି।

ଏନେଇ ତିନୋଟି କମିଟି ଗଠନ କରାଯିବ। ଗ୍ରୁପ୍ ଏ ଏବଂ ବି କର୍ମଚାରୀଙ୍କ କ୍ଷେତ୍ରରେ ୩୦ ବର୍ଷର ଚାକିରି, ୫୦ କିମ୍ବା ୫୫ ବର୍ଷ ବୟସ୍କ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଏଥିରେ ବିଚାରକୁ ନିଆଯିବ। ଏହି ସମୀକ୍ଷା ବର୍ଷର ମାର୍ଚ୍ଚ ୩୧, ଜୁନ୍ ୩୦ ଏବଂ ସେପ୍ଟେମ୍ବର ୩୦ ଓ ଡିସେମ୍ବର ୩୧ ତାରିଖ ଅନୁସାରେ ଅର୍ଥାତ୍ ଚାରିଥର କରାଯିବ । ସେହିପରି ଗ୍ରୁପ୍ ସି ଓ ଡି କର୍ମଚାରୀଙ୍କ ପାଇଁ ସମୀକ୍ଷା ବର୍ଷର ଜୁନ୍ ୩୦ ଓ ଡିସେମ୍ବର ୩୧ ଅନୁସାରେ କରିବାକୁ ନିଷ୍ପତ୍ତି ନିଆଯାଇଛି ।

କୌଣସି କର୍ମଚାରୀଙ୍କୁ ଆଗୁଆ ଅବସର ପ୍ରଦାନ କରିବା ପୂର୍ବରୁ ‌କେତେକ ବିଷୟ ବିଚାରକୁ ନିଆଯିବ । ଯେଉଁ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ସନ୍ଦେହ ଥିବ ସେମାନଙ୍କୁ ଅବସର ଦିଆଯିବ । କର୍ମ କ୍ଷେତ୍ରରେ ପ୍ରଭାବହୀନ ଥିବା କର୍ମଚାରୀଙ୍କୁ ମଧ୍ୟ ଅବସର ପୂର୍ବରୁ ବିଦା କରାଯିବ। ‌କର୍ମଚାରୀ ଜଣକ ଯେଉଁ ପଦରେ କାମ କରୁଛନ୍ତି ସେହି ପଦର ଦାୟିତ୍ବ ନିର୍ବାହ କରିବା ଲାଗି ଯଦି ସେ ଶାରୀରିକ ସ୍ତରରେ ସକ୍ଷମ ନ ଥିବେ କିମ୍ବା ଦକ୍ଷତା ନ ଥିବ ତେବେ ତାଙ୍କୁ ପ୍ରଭାବହୀନ କର୍ମଚାରୀ ବୋଲି ବିଚାର କରାଯିବ।

କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବା ବେଳେ ତାଙ୍କ ସାରା ଚାକିରି ଜୀବନକୁ ବିଚାରକୁ ନିଆଯିବ । କେବଳ ପ୍ରଭାବହୀନ ମାନଦଣ୍ଡରେ ଆଗୁଆ ଅବସର ଦିଆଯିବ ନାହିଁ । ଯଦି କୌଣସି କର୍ମଚାରୀ ନୂତନ ଭାବେ ଅନ୍ୟ ଏକ ପଦକୁ ପଦୋନ୍ନତି ପାଇଥିବେ ଏବଂ ବିଗତ ପାଞ୍ଚ ବର୍ଷର କାର୍ଯ୍ୟକାଳ ଭିତରେ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ଥିବ ତେବେ ତାଙ୍କୁ ଅବସର ଦିଆଯିବ ନାହିଁ । ଯଦି କୌଣସି ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ହଠାତ କମିଯାଇଥିବ ଏବଂ ବର୍ଷକ ପରେ ସେ ଅବସର ନେବାକୁ ଥିବେ ସେଭଳି ପରିସ୍ଥିତିରେ ତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରି ତାଙ୍କୁ ଆଗୁଆ ଅବସର ଦିଆଯାଇପାରିବ।

ଏହା ସହ ଯଦି କୌଣସି କର୍ମଚାରୀ ନିଜ ଚାକିରି କାଳରେ ଦୁର୍ନୀତିରେ ଜଡିତ ଥିବେ କିମ୍ବା ବେଆଇନ ଲାଭ ହାସଲ କରିଥିବେ, ତେବେ ତାଙ୍କ ଦ୍ବାରା ହୋଇଥିବା କ୍ଷତିକୁ ଅପୂରଣୀୟ ବୋଲି ବିଚାର କରାଯିବ। ୩୦ ବର୍ଷ ଚାକିରି କରିଥିବା, ୫୦ ବର୍ଷ ବୟସ ଓ ୫୫ ବର୍ଷ ବୟସ ହୋଇଥିବା କର୍ମଚାରୀଙ୍କ ନାମକୁ ଏକ ରେଜିଷ୍ଟରରେ ‌ସାମିଲ କରାଯିବ। ପ୍ରତି ତିନିମାସରେ ବିଭାଗ ଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ସେହି ରେଜିଷ୍ଟରର ସମୀକ୍ଷା କରିବେ।

ବିଭିନ୍ନ ମାମଲାର ବିଚାର କରିବା ଲାଗି ପ୍ରଶାସନିକ ବିଭାଗର ସଚିବ ମଧ୍ୟ ଆଭ୍ୟନ୍ତରୀଣ କମିଟି ଗଠନ କରିପାରିବେ ଓ କେଉଁ ମାମଲାର ସମୀକ୍ଷା କରାଯିବ ତାହାର ନିଷ୍ପତ୍ତି ନେଇପାରିବେ । ପ୍ରଶାସନିକ ବିଭାଗ ପକ୍ଷରୁ ସମସ୍ତ ସମୀକ୍ଷା ବୈଠକର ବିବରଣୀକୁ ପ୍ରତି ତିନି ମାସରେ ସାଧାରଣ ବିଭାଗକୁ ପ୍ରଦାନ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବିଦା ହେବେ ଅଯୋଗ୍ୟ ଅଫିସର

ରାଜ୍ୟ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଚାକିରି କ୍ଷେତ୍ରରେ ‌‌ଯେଉଁ କର୍ମଚାରୀମାନେ ପ୍ରଭାବହୀନ ଏବଂ ଯେଉଁମାନଙ୍କର କାର୍ଯ୍ୟ ନିଷ୍ଠା ପ୍ରତି ସନ୍ଦେହ ସୃଷ୍ଟି ହେବ, ସେମାନଙ୍କୁ ଆଗୁଆ ଅବସର ପ୍ରଦାନ କରାଯିବ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି, ଏକ ସମୀକ୍ଷା କମିଟି ଗଠନ କରାଯାଇ ଗ୍ରୁପ୍‌ ଏ, ବି, ସି ଓ ଡି କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାର ସମୀକ୍ଷାକରାଯିବ ।ଏନେଇ ତିନୋଟି କମିଟି ଗଠନ କରାଯିବ ।
ଗ୍ରୁପ୍ ଏ ଏବଂ ବି କର୍ମଚାରୀଙ୍କ କ୍ଷେତ୍ରରେ ୩୦ ବର୍ଷର ଚାକିରି, ୫୦ ବର୍ଷ ବୟସ କିମ୍ବା ୫୫ ବର୍ଷ ବୟସକୁ କାର୍ଯ୍ୟଦକ୍ଷତା ମାପିବା ବେଳେ ବିଚାରକୁ ନିଆଯିବ। ଏହି ସମୀକ୍ଷା ବର୍ଷର ମାର୍ଚ ୩୧, ଜୁନ୍ ୩୦ ଏବଂ ସେପ୍ଟେମ୍ବର ୩୦ ଓ ଡିସେମ୍ବର ୩୧ ତାରିଖ ଅନୁସାରେ ଅର୍ଥାତ୍ ଚାରିଥର କରାଯିବ। ସେହିପରି ଗ୍ରୁପ୍ ସି ଓ ଡି କର୍ମଚାରୀଙ୍କ ପାଇଁ ସମୀକ୍ଷା ବର୍ଷର ଜୁନ୍ ୩୦ ଓ ଡିସେମ୍ବର ୩୧ ଅନୁସାରେ କରିବାକୁ ନିଷ୍ପତ୍ତି ନିଆଯାଇଛି।

Body:କୌଣସି କର୍ମଚାରୀଙ୍କୁ ଆଗୁଆ ଅବସର ପ୍ରଦାନ କରିବା ପୂର୍ବରୁ ‌କେତେକ ବିଷୟ ବିଚାରକୁ ନିଆଯିବ। ଯେଉଁ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ସନ୍ଦେହ ଥିବ ସେମାନଙ୍କୁ ଅବସର ଦିଆଯିବ। କର୍ମ କ୍ଷେତ୍ରରେ ପ୍ରଭାବହୀନ ଥିବା କର୍ମଚାରୀମାନଙ୍କୁ ମଧ୍ୟ ଅବସର ପୂର୍ବରୁ ବିଦା କରାଯିବ। ‌କର୍ମଚାରୀ ଜଣକ ଯେଉଁ ପଦରେ କାମ କରୁଛନ୍ତି ସେହି ପଦର ଦାୟିତ୍ବ ନିର୍ବାହ କରିବା ଲାଗି ଯଦି ସେ ଶାରୀରିକ ସ୍ତରରେ ସକ୍ଷମ ନଥିବେ କିମ୍ବା ଦକ୍ଷ ନଥିବେ ତେବେ ତାଙ୍କୁ ପ୍ରଭାବହୀନ କର୍ମଚାରୀ ବୋଲି ବିଚାର କରାଯିବ।କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବା ବେଳେ ତାଙ୍କ ସାରା ଚାକିରି ଜୀବନକୁ ବିଚାରକୁ ନିଆଯିବ। କେବଳ ପ୍ରଭାବହୀନ ମାନଦଣ୍ଡରେ ଆଗୁଆ ଅବସର ଦିଆଯିବ ନାହିଁ। ଯଦି କୌଣସି କର୍ମଚାରୀ ନୂତନ ଭାବେ ଅନ୍ୟ ଏକ ପଦକୁ ପଦୋନ୍ନତି ପାଇଥିବେ ଏବଂ ବିଗତ ପାଞ୍ଚ ବର୍ଷର କାର୍ଯ୍ୟକାଳ ଭିତରେ ତାଙ୍କ ପ୍ରଦର୍ଶନ ସନ୍ତୋଷଜନକ ଥିବ ତେବେ ତାଙ୍କୁ ଅବସର ଦିଆଯିବ ନାହିଁ। ଯଦି କୌଣସି ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ହଠାତ କମିଯାଇଥିବ ଏବଂ ବର୍ଷକ ପରେ ସେ ଅବସର ନେବାକୁ ଥିବେ ସେଭଳି ପରିସ୍ଥିତିରେ ତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରି ତାଙ୍କୁ ଆଗୁଆ ଅବସର ଦିଆଯାଇପାରିବ।

Conclusion:ଏହା ସହ ଯଦି କୌଣସି କର୍ମଚାରୀ ନିଜ ଚାକିରି ଜୀବନ କାଳରେ ଦୁର୍ନୀତିଗସ୍ତ ରହିଥିବେ କିମ୍ବା ବେଆଇନ ଲାଭ ହାସଲ କରିଥିବେ, ତାଙ୍କ ଦ୍ବାରା ହୋଇଥିବା କ୍ଷତିକୁ ଅପୂରଣୀୟ ବୋଲି ବିଚାର କରାଯିବ।୩୦ ବର୍ଷ ଚାକିରି କରିଥିବା, ୫୦ ବର୍ଷ ବୟସ ଓ ୫୫ ବର୍ଷ ବୟସ ହୋଇଥିବା କର୍ମଚାରୀମାନଙ୍କ ନାମକୁ ଏକ ରେଜିଷ୍ଟର୍‌ରେ ‌ସାମିଲ କରାଯିବ। ପ୍ରତି ତିନିମାସରେ ବିଭାଗ ଓ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ସେହି ରେଜିଷ୍ଟର୍‌ର ସମୀକ୍ଷା କରିବେ। ବିଭିନ୍ନ ମାମଲାର ବିଚାର କରିବା ଲାଗି ପ୍ରଶାସନିକ ବିଭାଗର ସଚିବ ମଧ୍ୟ ଆଭ୍ୟନ୍ତରୀଣ କମିଟି ଗଠନ କରିପାରିବେ ଓ କେଉଁ ମାମଲାଗୁଡ଼ିକର ସମୀକ୍ଷା କରାଯିବ ତାହାର ନିଷ୍ପତ୍ତି ନେଇପାରିବେ।ପ୍ରଶାସନିକ ବିଭାଗ ତରଫରୁ ସମସ୍ତ ସମୀକ୍ଷା ବୈଠକର ବିବରଣୀକୁ ପ୍ରତି ତିନି ମାସରେ ସାଧାରଣ ବିଭାଗକୁ ପ୍ରଦାନ କରିବାକୁ ପଡ଼ିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.