ETV Bharat / city

ସଂକ୍ରମଣକୁ ନେଇ ପୂର୍ବାନୁମାନ ଯୁକ୍ତିଯୁକ୍ତି ନୁହେଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jan 18, 2022, 4:15 PM IST

ଗତ 3 ଦିନ ହେଲା ରାଜ୍ୟରେ କୋଭିଡ ସଂକ୍ରମଣ ୧୦ରୁ ୧୧ ହଜାର ରହୁଛି । ଦୈନିକ ସଂକ୍ରମଣ ଆଗକୁ ବଢ଼ିବ କି ନ ବଢ଼ିବ, ସେନେଇ କୌଣସି ପୂର୍ବାନୁମାନ କରିହେବ ନାହିଁ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସଂକ୍ରମଣକୁ ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢ଼ନ୍ତୁ

Predicting covid infection for future is not logical says health director
ସଂକ୍ରମଣକୁ ନେଇ ପୂର୍ବାନୁମାନ ଯୁକ୍ତିଯୁକ୍ତି ନୁହେଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଦୈନିକ କୋଭିଡା ସଂକ୍ରମଣ ଗତ 3 ଦିନ ହେଲା ୧୦ରୁ ୧୧ ହଜାର ଉପରେ ରହୁଛି । ତେବେ ସଂକ୍ରମଣ ଆଗକୁ ବଢ଼ିବ କି ନ ବଢ଼ିବ, ସେନେଇ କୌଣସି ପୂର୍ବାନୁମାନ କରିହେବ ନାହିଁ । କୋଭିଡ ସଂକ୍ରମଣକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କୋଭିଡର ଟ୍ରେଣ୍ଡ ବିଷୟରେ ଜାଣିବା ପାଇଁ ଅତିକମ୍‌ରେ ୧୫ ଦିନ ସମୟ ଆବଶ୍ୟକ ।

ଯେପର୍ଯ୍ୟନ୍ତ ଏହି ଟ୍ରେଣ୍ଡ୍‌ ବିଷୟରେ ନ ଜଣା ପଡ଼ିଛି, ସେପର୍ଯ୍ୟନ୍ତ କୋଭିଡ ସଂକ୍ରମଣ କମିବ କି ବଢ଼ିବ ତାହା ଆକଳନ କରିବା ଯୁକ୍ତିଯୁକ୍ତ ନୁହେଁ । ସିଡିସି(Centres For Disease Control) ୧୫ ଦିନ ପୂର୍ବରୁ ହୋମ୍‌ ଆଇସୋଲେସନକୁ ୫ ଦିନକୁ କମାଇ ଦେଇଛନ୍ତି । ତେବେ ଜଳବାୟୁ, ଲୋକଙ୍କ ବ୍ୟବହାର, ଭିତ୍ତିଭୂମିକୁ ଦେଖି ଆମ ଦେଶ ସମେତ ଅନ୍ୟ କିଛି ଦେଶ ମଧ୍ୟ ଏହାକୁ ଗ୍ରହଣ କରିନାହାଁନ୍ତି । ବୋଧହୁଏ ଆଗକୁ ଏହାକୁ ଗ୍ରହଣ କରାଯାଇପାରେ । ବର୍ତ୍ତମାନ ଟାସ୍କଫୋର୍ସ ଯେଉଁ ୭ ଦିନ ନିୟମ କରିଛନ୍ତି ତାକୁ ମାନି ଚଳିବା ଆବଶ୍ୟକ ।

AIIMS ଷ୍ଟଡି ରିପୋର୍ଟକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, "ଗୋଟିଏ ଷ୍ଟଡିକୁ ନେଇ କହିହେବ ନାହିଁ ଯେ ଏହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ । ଯଦି କାହା ଦେହରେ ଲମ୍ବା ସମୟ ପର୍ଯ୍ୟନ୍ତ କୋଭିଡ ରହୁଛି ତେବେ ଏହା ହୋଇ ଥାଇପାରେ । ଛୋଟଛୋଟ ଷ୍ଟଡିକୁ ନେଇ ଆମେ ପର୍ଯ୍ୟାଲୋଚନା କଲେ ଏହା ଲୋକଙ୍କ ଭିତରେ ଆତଙ୍କ ଖେଳାଇପାରେ। ସାଧାରଣ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ ଆବଶ୍ୟକତା ନାହିଁ । ଯେତେବେଳେ ଯାହା ଦରକାର ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଆନ୍ତୁ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଅଛି, ଅକ୍ସିଜେନର ଅଭାବ ନାହିଁ ।"

ଅନ୍ୟପଟେ କୋଭିଡ୍‌ ସଚେତନତା ନେଇ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ସଂକ୍ରମଣକୁ ନେଇ କିଛି ଡରିବାର କିଛି ନାହିଁ । ଓମିକ୍ରନ୍ ହେଉଛି ଏକ କ୍ଷୁଦ୍ର ଭୂତାଣୁ । ଯାହା ବଡ଼ ଆକାରରେ ମାଡୁଛି । ଡେଲଟା ହେଉ କି ଗାମା ହେଉ, କୌଣସି ଭୂତାଣୁ ଏଯାଏଁ ସମାପ୍ତ ହୋଇନି । ଡେଲଟା ସ୍ଥାନ ଧୀରେଧୀରେ ଓମିକ୍ରନ ନେଉଛି । ଡେଲଟାର ଭୟାବହତା ଆମେ ସମସ୍ତେ ଜାଣିଛୁ । ଓମିକ୍ରନ ଅଧିକ ସଂକ୍ରାମକ । କିନ୍ତୁ ଫୁସଫୁସରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯାଉଛି । ଯାହା ଫଳରେ ଫୁସୁଫୁସକୁ କ୍ଷତି କରିପାରୁନି ଓମିକ୍ରନ୍‌ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.