ETV Bharat / city

ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟୀକାକରଣ, 17 ଲକ୍ଷରୁ ଉର୍ଦ୍ଧ୍ବ ନେବେ ଟିକା - କୋଭିଡ ପ୍ରିକସନ ଡୋଜ ଟୀକାକରଣ

ସମଗ୍ର ରାଜ୍ୟରେ ଆଜିଠୁ(ସୋମବାର) ପ୍ରିକସନ ଡୋଜ ଟୀକାକରଣ(Precaution Dose vaccination) ଆରମ୍ଭ ହୋଇଛି । ରାଜ୍ୟରେ ମୋଟ 17 ଲକ୍ଷ 52 ହଜାର 838 ଲୋକ ପ୍ରିକସନ ଟିକା ନେବେ । ଅଧିକ ପଢନ୍ତୁ

ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟୀକାକରଣ ଆରମ୍ଭ, 17 ଲକ୍ଷରୁ ଉର୍ଦ୍ଧ୍ବ ନେବେ ଟିକା

author img

By

Published : Jan 10, 2022, 12:25 PM IST

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଆଜିଠୁ(ସୋମବାର) ପ୍ରିକସନ ଡୋଜ ଟୀକାକରଣ(Precaution Dose vaccination) ଆରମ୍ଭ ହୋଇଛି । ରାଜ୍ୟରେ ମୋଟ 17 ଲକ୍ଷ 52 ହଜାର 838 ଲୋକ ପ୍ରିକସନ ଟିକା ନେବେ । ଯେଉଁଥିରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତି ଅନ୍ତର୍ଭୁକ୍ତ । ତେବେ ଦ୍ବିତୀୟ ଡୋଜ ଓ ପ୍ରିକସନ ଡୋଜ ମଧ୍ୟରେ 9 ମାସ ବା 39 ସପ୍ତାହ ବ୍ୟବଧାନ ରହିବା ଜରୁରୀ । ପ୍ରିକସନ ଡୋଜ ପାଇଁ ଦ୍ବିତୀୟ ଡୋଜ ସାର୍ଟିଫିକେଟ ଆବଶ୍ୟକ ।

ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟୀକାକରଣ ଆରମ୍ଭ, 17 ଲକ୍ଷରୁ ଉର୍ଦ୍ଧ୍ବ ନେବେ ଟିକା

ଜାନୁଆରୀ ଶେଷ ସୁଦ୍ଧା 5 ଲକ୍ଷ 25 ହଜାର 607 ଲୋକ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ବର୍ତ୍ତମାନ ରାଜ୍ୟର 3616 ସେସନ ସାଇଟରେ ଟୀକାକରଣ ଚାଲିଛି । ସେଥିମଧ୍ୟରୁ 1340 ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ରରେ 15 ରୁ 18 ବର୍ଷର ଟୀକାକରଣ ଚାଲିଛି । ଆପଣଙ୍କୁ କହିରଖୁଛି ଯେ, ପ୍ରିକସନ ଡୋଜ ନେବା ପାଇଁ ନୂଆଁ ପଞ୍ଜିକରଣ କରିବାର କୌଣସି ଆବଶ୍ୟକତା ନାହିଁ । କେବଳ କୋ-ୱିନରେ ସ୍ଲଟ ବୁକିଂ କରିବେ । ଏହି ସ୍ଲଟ ବୁକିଂ ପାଇଁ ଉଭୟ ଅନ ଲାଇନ ଓ ଅଫ ଲାଇନ ବ୍ୟବସ୍ଥା ରହିଛି । ଯିଏ ଯେଉଁ ଟିକା ନେଇଥିଲେ ସେମାନେ ସେହି ଟିକା ନେବେ । ସବୁ ସେସନ ସାଇଟରେ 20 ପ୍ରତିଶତ କାପାସିଟି ବୃଦ୍ଧି କରାଯାଇଛି ।

ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ଏନେଇ ପ୍ରସ୍ତୁତ ସରିଛି। ଦୈନିକ 150 ଜନସାଧାରଣ ପ୍ରିକସନ ଡୋଜ ଟିକା ନେବେ। ଏଥିପାଇଁ 4 ଟି କାଉଣ୍ଟର କରାଯାଇଛି। ତେବେ ଦେଶରେ ପୁଣି ଦ୍ରୁତ ଗତିରେ କୋରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଉଛନ୍ତି ସରକାର । ଏନେଇ ଏବେ ପ୍ରିକସନ ଡୋଜକୁ ଅଧିକ ଗୁରୁତ୍ବ ଦିଆଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.