ETV Bharat / city

ପ୍ରତାପଙ୍କ ସେୟାର ନିବେଶ ଏକ କୋଟି ! ଭିଜିଲାନ୍ସକୁ ମିଳିଲା SIP, Debentures ଲିଙ୍କ୍

author img

By

Published : Nov 12, 2021, 4:26 PM IST

Updated : Nov 12, 2021, 4:35 PM IST

ଗିରଫ କୋଟିପତି କୁବେର ସରକାରୀ ଅଧିକାରୀ ପ୍ରତାପ ସାମଲଙ୍କ ପାପ ଟଙ୍କାର ଫୁଟିଛି ପେଡି । ପ୍ରତାପ ଖାଲି ଘର କି ପ୍ଲଟ କି ଅଳଙ୍କାରରେ ନିଜ ସମ୍ପତ୍ତିକୁ ସୀମିତ ରଖିନଥିଲେ । ଅଧିକ ପଢନ୍ତୁ...

Vigilance cuttack
Vigilance cuttack

ଭୁବନେଶ୍ବର: ଗିରଫ କୋଟିପତି କୁବେର ସରକାରୀ ଅଧିକାରୀ ପ୍ରତାପ ସାମଲଙ୍କ ପାପ ଟଙ୍କାର ଫୁଟିଛି ପେଡି । ପ୍ରତାପ ଖାଲି ଘର କି ପ୍ଲଟ କି ଅଳଙ୍କାରରେ ନିଜ ସମ୍ପତ୍ତିକୁ ସୀମିତ ରଖିନଥିଲେ ।

ପୁଞ୍ଜି ବଜାରରେ ମଧ୍ୟ ଲଗାଇଥିଲେ ବିପୁଳ ପରିମାଣର ପୁଞ୍ଜି । ଯାହାର ତଥ୍ୟ ଏବେ ଲାଗିଛି ଭିଜିଲାନ୍ସ ହାତରେ । ଭିଜିଲାନ୍ସ ମୁଖ୍ୟାଳୟର ସୂଚନା ଅନୁସାରେ ପ୍ରତାପ ସାମଲ ସେୟାର ମାର୍କେଟରେ 60 ଲକ୍ଷ ଟଙ୍କା ନିବେଶ କରିଥିଲେ । ଯାହା ଏବେ 1,07,37,831.74ପହଁଚିଛି । ଏସମ୍ପର୍କିତ ସମସ୍ତ ନଥିପତ୍ର ଭିଜିଲାନ୍ସ ପାଖରେ ଲାଗିଛି ।

ଖାଲି ଏତିକି ନୁହେଁ ସହିଦ ନଗର ସ୍ଥିତ ମେଟ୍ରୋ ଟାଓ୍ବାରରେ ଥିବା ‘ଏମକେ ଗ୍ଲୋବାଲ’ ଅର୍ଥ ଲଗାଣକାରୀ କମ୍ପାନୀରେ ମଧ୍ୟ ଟଙ୍କା ନିବେଶ କରିଛନ୍ତି ପ୍ରତାପ । ଯାହା ଏବେ 4 ଗୁଣା ହୋଇଛି । ଯେହେତୁ ନିବେଶ କରିଥିବା ଟଙ୍କା ପ୍ରତାପଙ୍କର ଆୟବହିର୍ଭୂତ ସମ୍ପତ୍ତି ତେଣୁ ତାକୁ ମଧ୍ୟ ଜବତ କରିପାରେ ଭିଜିଲାନ୍ସ। କିନ୍ତୁ ଏହି କମ୍ପାନୀରେ ନିବେଶ ହୋଇଥିବା ମୂଳ ଟଙ୍କା ବ୍ୟତୀତ ତିନିଗୁଣା ବା ଚାରିଗୁଣା ରିଟର୍ଣ୍ଣ ରାଶିକୁ ଜବତ କରାଯିବ କି ନାହିଁ ତାହା ଭିଜିଲାନ୍ସ ଅଧିକ ଖୋଲତାଡ କରୁଛି ।

ଅନ୍ୟପେଟେ ସେୟାର ବଜାରରେ ନିବେଶ ହୋଇଥିବା ଟଙ୍କାକୁ କିଭଳି ଭାବେ ଜବତ କରାଯିବ, ସେନେଇ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହାୟତା ନେଉଛି ଭିଜିଲାନ୍ସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 12, 2021, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.