ETV Bharat / city

ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ପ୍ରଣବଙ୍କ ଜବାବ: ଆଇନ ଆଗରେ ସମସ୍ତେ ସମାନ

author img

By

Published : May 1, 2022, 8:44 PM IST

ବିଡ଼ିଓଙ୍କୁ ମାଡ଼ ମାରି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ଘଟଣା । ଆଇନ ଆଗରେ ସମସ୍ତେ ସମାନ ବୋଲି କହିଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ପ୍ରଣବଙ୍କ ଜବାବ; ଆଇନ ଆଗରେ ସମସ୍ତେ ସମାନ

ଭୁବନେଶ୍ବର: ବିଡ଼ିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହୋଇଛନ୍ତି । ସୁବାସଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାହାର ଜବାବ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆଇନ ଆଗରେ ସମସ୍ତେ ସମାନ ବୋଲି ସେ କହିଛନ୍ତି।

ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ପ୍ରଣବଙ୍କ ଜବାବ
ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, ପ୍ରଣବଙ୍କ ଜବାବ

ଏହା ବି ପଢନ୍ତୁ- ବିରୋଧୀ ନେତାଙ୍କ ସ୍ବର ଚାପିବାକୁ ଆଇନର ଅପବ୍ୟବହାର କରୁଛନ୍ତି ସରକାର: ଧର୍ମେନ୍ଦ୍ର ପ୍ରଧାନ

ପ୍ରଣବ କହିଛନ୍ତି ଯେ, ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ ଅଫିସକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ । କେହି ଭୁଲିଯିବା ଉଚିତ ନୁହେଁ ଯେ ଓଡ଼ିଶାରେ ଆଇନର ଶାସନ ଚାଲିଛି । ବିଗତ 3 ବର୍ଷ ମଧ୍ୟରେ ଆଇନକୁ ହାତକୁ ନେଇଥିବା ବିଜେଡିର 3 ବିଧାୟକଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଛି । ଏବେ ସମାନ କାରଣରୁ ଦେବଗଡ଼ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏହା ବି ପଢନ୍ତୁ- BDOଙ୍କୁ ମାଡ ମାରି ବନ୍ଧା ହେଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ

ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଧର୍ମେନ୍ଦ୍ର କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଣବ ତାଙ୍କୁ ପ୍ରଶ୍ନ କରିଛନ୍ତି । ବିଧାୟକ ବିଜେପି ଦଳର ହୋଇଥିବାରୁ ସେ କ'ଣ ଆଇନର ଊର୍ଦ୍ଧ୍ଵରେ ବୋଲି ପ୍ରଣବ କହିଛନ୍ତି। ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ, ସାଧାରଣ ଜନତା ସମସ୍ତେ ସମାନ । ବିଜେଡି ସରକାରରେ ଆଇନ ଆଗରେ ସମସ୍ତଙ୍କୁ ସମାନ ଆଖିରେ ଦେଖାଯାଏ। ଏକଥା ଓଡ଼ିଶାରେ ମଧ୍ୟ ସମସ୍ତେ ଭଲ ଭାବେ ଜାଣନ୍ତି ବୋଲି ପ୍ରଣବ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.