ETV Bharat / city

ପ୍ରଥମ ମହିଳା ସରକାରୀ ମୁଖ୍ୟ ସଚେତକ ହେବେ ପ୍ରମିଳା ମଲ୍ଲିକ ! - odisha

ବିଧାନସଭା ଦେଖିବ ପ୍ରଥମ ମହିଳା ସରକାରୀ ମୁଖ୍ୟ ସଚେତକ । ପ୍ରଥମ ମହିଳା ମୁଖ୍ୟ ସଚେତକ ହେବେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ନବୀନ ନିବାସରୁ ପ୍ରମିଳାଙ୍କ ପାଖକୁ ଏନେଇ ଯାଇଛି ଫୋନ କଲ ।

ଫାଇଲ ଫଟୋ
author img

By

Published : May 29, 2019, 3:30 AM IST

ଭୁବନେଶ୍ବର: ଆଜିଠୁ(ବୁଧବାର) ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି । ରାଜ୍ୟପାଳଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମଥର ପାଇଁ ଶପଥ ଗ୍ରହଣ କରିବେ ନବୀନ । ତେବେ ତାଙ୍କ ସହ 20 ବିଧାୟକ, ମନ୍ତ୍ରୀ ପଦ ପାଇଁ ନେବେ ଶପଥ ।

ଯେଉଁଥିପାଇଁ ନବୀନ ନିବାସରୁ 20 ବିଧାୟକଙ୍କ ପାଖକୁ ମଙ୍ଗଳବାର ଫୋନ କଲ ଯାଇଥିଲା । ତେବେ 20 ବିଧାୟକଙ୍କ ବ୍ୟତୀତ ଆଉ ଦୁଇ ବିଧାୟକଙ୍କ ପାଖକୁ ମଧ୍ୟ ଫୋନ କଲ ଯାଇଛି ।

ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଓ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ମଧ୍ୟ ଫୋନ ଯାଇଛି । ସୂର୍ଯ୍ୟ ପାତ୍ର ବାଚସ୍ପତି ଓ ପ୍ରମିଳା ମଲ୍ଲିକ ସରକାରୀ ଦଳ ମୁଖ୍ୟ ସଚେତକ ହେବେ ବୋଲି ଫୋନରେ କୁହାଯାଇଥିବା ସୂଚନା ମିଳିଛି । ତେବେ ଯଦି ପ୍ରମିଳା ମୁଖ୍ୟ ସଚେତକ ହୁଅନ୍ତି ସେ ରାଜ୍ୟର ପ୍ରଥମ ମହିଳା ସରକାରୀ ଦଳ ମୁଖ୍ୟ ସଚେତକ ହେବାର ଗୌରବ ଅର୍ଜନ କରିବେ । ସୂଚନା ଥାଉକି, ପ୍ରମିଳା ପୂର୍ବରୁ ମନ୍ତ୍ରୀ ରହିସାରିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.