ଭୁବନେଶ୍ବର: ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି । ରବିବାର ବିଳମ୍ବିତ ରାତିରେ 83 ବର୍ଷ ବୟସରେ ମହାନ ସଙ୍ଗୀତଜ୍ଞଙ୍କ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ହୋଇଛି । ଆଜି ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଜଣ ମନ୍ତ୍ରୀ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି ।
ପୁରୀରେ ହେବାକୁ ଥିବା ଶେଷକୃତ୍ୟରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଉପସ୍ଥିତ ରହିବେ । ଉଭୟ ମନ୍ତ୍ରୀ ଉପସ୍ଥିତ ରହି ମହାନ ସଙ୍ଗୀତଜ୍ଞଙ୍କୁ ଶେଷ ସମ୍ମାନ ଜଣାଇବେ । ଏମାନଙ୍କ ସହ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ମଧ୍ୟ ଉପସ୍ଥିତ ରହିବେ ।
ଏହା ବି ପଢନ୍ତୁ...ପରଲୋକରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ସ୍ତବ୍ଧ ସଙ୍ଗୀତ ଜଗତ
ପ୍ରକାଶ ଥାଉ କି, ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକରେ ବୁଡିଛି କଳା ଜଗତ । 8 ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି । ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀଙ୍କଠୁ ନେଇ ମୁଖ୍ୟମନ୍ତ୍ରୀ ଓ ଅନେକ ରାଜନେତା ଅଭିନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ