ETV Bharat / city

ବିତର୍କରେ ବିଶ୍ବାସ କରୁନଥିବା ବ୍ୟକ୍ତି ଏଭଳି ହୀନ କାର୍ଯ୍ୟ କରିଛନ୍ତି: ପ୍ରଦୀପ୍ତ ନାୟକ

author img

By

Published : Jan 15, 2021, 9:56 PM IST

ଗୁଗଲରେ ବିରୋଧି ଦଳ ନେତାଙ୍କ ପ୍ରଦୀପ୍ତ ନାୟକ ପ୍ରତି ହୋଇଥିଲା ଦୁର୍ବ୍ୟବହାର। ଏହାକୁ ସେନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି ଆଶା ରଖିଛନ୍ତି। ଅଧିକ ପଢ଼ନ୍ତୁ...

pradipta nayak reaction over indecent comments on him in wikipedia
ବିତର୍କରେ ବିଶ୍ବାସ କରୁନଥିବା ବ୍ୟକ୍ତି ଏଭଳି ହୀନ କାର୍ଯ୍ୟ କରିଛନ୍ତି: ପ୍ରଦୀପ୍ତ ନାୟକ

ଭୁବନେଶ୍ବର: ସୋସିଆଲ ମିଡିଆରେ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ପ୍ରତି ହୋଇଥିଲା ଦୁର୍ବ୍ୟବହାର । ଗୁଗଲରେ ଏହି ବିରୋଧି ଦଳ ନେତାଙ୍କ ନାମ ଖୋଜିଲେ ୱିକିପିଡିଆରେ କିଛି ଅଶାଳୀନ ଭାଷା ଲେଖାଯାଇଥିବା ଦେଖାଯାଇଥିଲା। ଏହାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ରାଜନୈତିକ ବାଦବିବାଦର ଏକ ସ୍ତର ରହିଛି। କିଏ କାହାକୁ ବିରୋଧ କରିବା ଠିକ ଅଛି ହେଲେ ବ୍ୟକ୍ତିଗତ ଭାବରେ ଏଭଳି ବ୍ୟବହାର ସେ କେବେ ଆଶା କରିନଥିଲେ ବୋଲି ଟ୍ବିଟ କରିଛନ୍ତି।

ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ଟ୍ବିଟ କରି କହିଛନ୍ତି ଯେ, "ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବା ବୋଧହୁଏ କିଛି ରାଜନୈତିକ ପ୍ରତିପକ୍ଷଙ୍କ ଆଖିରେ ଯାଉନି । ମୁହାଁମୁହିଁ ବିତର୍କରେ ବିଶ୍ବାସ କରୁନଥିବା ଲୋକମାନେ ହିଁ କେବଳ ଇଣ୍ଟରନେଟ ଆତଙ୍କବାଦ ଏପରି ହୀନ କାମ କରନ୍ତି। ମୋର ଯାହା ସନ୍ଦେହ ପ୍ରତିପକ୍ଷ ରାଜନୈତିକ ଦଳର ଆଇଟି ସେଲ ଏପରି କାମ କରିଥିବେ।"

କୌଣସି ରାଜନୈତିକ ଦଳ ତାଙ୍କୁ ବ୍ୟକ୍ତିଗତ ଭାବରେ ଟାର୍ଗେଟ କରି ଏଭଳି କରିଥିବା ବିଜେପି ନେତା ସନ୍ଦେହ କରିଛନ୍ତି। ପରୋକ୍ଷ ଭାବରେ ସେ ଶାସକ ଦଳକୁ ଟାର୍ଗେଟ କିରଛନ୍ତି। ରାଜ୍ୟରେ 20 ବର୍ଷର ଶାସନ ରହିଥିବାରୁ କିଛି ଲୋକ ଅସହିଷ୍ଣୁ ହୋଇ ପଡ଼ିଥିବା କଥା ସେ କହିଛନ୍ତି।

ପୁନଃ ସେ ଟ୍ବିଟ କରି କହିଛନ୍ତି ଯେ, "ରାଜନୈତିକ ବିମର୍ଷ, ବାଦବିବାଦର ଏକ ସ୍ତର ରହିଛି । କିଏ କାହାକୁ ବିରୋଧ କରିବ ବୋଲି ତାହା ବିରୋଧରେ ଯେ ଏପରି କରାଯାଇପାରେ ତାହା ମୁଁ କେବେ ଭାବିନଥିଲି । ୨୦ ବର୍ଷର ନିରଙ୍କୁଶ ସରକାର ରହିଥିବା କାରଣରୁ ବୋଧହୁଏ କିଛି ଲୋକମାନେ ଅସହିଷ୍ଣୁ ହୋଇଯାଇଛନ୍ତି ।"

ଏହି ସମସ୍ତ ଘଟଣାକୁ ନେଇ ତଦନ୍ତ କରାଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ କରିଛନ୍ତି। ଏଭଳି ହୀନ କାର୍ଯ୍ୟ ପଛରେ କାହାର ହାତ ରହିଛି ତାହାର ସତ୍ୟାସତ୍ୟ ଉନ୍ମଚୋନ କରିବାକୁ କହିଛନ୍ତି। ଗତକାଲି(ଗୁରୁବାର) ଏହି ଘଟଣାକୁ ନେଇ ଡିଜି ପୋଲିସଙ୍କୁ ଜଣାଇବା ସହ ସାଇବର ଥାନାରେ ଅଭିଯୋଗ କରିବେ ବୋଲି ପ୍ରତିକ୍ରିୟା ଦେଇଥଲେ ପ୍ରଦୀପ୍ତ ନାୟକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.