ETV Bharat / city

CAG Report: ସିଏଜି ରିପୋର୍ଟ ଆର୍ଥିକ ଅନିୟମିତତା ଦର୍ଶାଉଛି କହିଲା ବିଜେପି - ସିଏଜି ରିପୋର୍ଟ ଚିନ୍ତାଜନକ

ସିଏଜି ରିପୋର୍ଟକୁ ବଡ ଚିନ୍ତାଜନକ କହିଲେ ବିଜେପି ନେତା । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ରିପୋର୍ଟ ଦର୍ଶାଉଛି କହିଲେ ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

CAG Report: ସିଏଜି ରିପୋର୍ଟ ଆର୍ଥିକ ଅନିୟମିତତା ଦର୍ଶାଉଛି କହିଲେ ବିଜେପି ନେତା

author img

By

Published : Apr 15, 2022, 10:52 AM IST

ଭୁବନେଶ୍ବର: ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ଯେଉଁ ସିଏଜି ରିପୋର୍ଟ ଆସିଛି ତାହା ବଡ଼ ଚିନ୍ତାଜନକ । ରିପୋର୍ଟରୁ 19ଟି ବିଭାଗରେ ବ୍ୟାପକ ଆର୍ଥିକ ଅନିୟମତା ହୋଇଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ସେଥିପାଇଁ ଅର୍ଥ ବିଭାଗର ସଚିବ 19ଟି ବିଭାଗକୁ 30 ତାରିଖ ସୁଦ୍ଧା ଉତ୍ତର ରଖିବାକୁ ଚିଠି ଲେଖିଛନ୍ତି । ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସିଏଜି ରିପୋର୍ଟକୁ ନେଇ ଏପରି କହିଛନ୍ତି ।

CAG Report: ସିଏଜି ରିପୋର୍ଟ ଆର୍ଥିକ ଅନିୟମିତତା ଦର୍ଶାଉଛି କହିଲେ ବିଜେପି ନେତା

2020-21 ଆର୍ଥିକ ବର୍ଷରେ ସରକାର ଦେଇଥିବା ଋଣ ଅର୍ଥର କିଛି ତାଳମେଳ ମିଳୁନାହିଁ । ବର୍ଷ ଶେଷ ସୁଦ୍ଧା ଖାତାରେ ଆକାଉଣ୍ଟ ଜିରୋ ହେବା କଥା । ହେଲେ ଏବେ ବି ପ୍ରଶାସନିକ ଏବଂ ଅର୍ଥ ବିଭାଗରେ ଋଣ 3,500 କୋଟି ଦର୍ଶାଯାଇଛି । 18ଟି ବିଭାଗ ଯେପରିକି ମିଶନ ଶକ୍ତି, ପଶୁ ସଂପଦ ବିଭାଗରେ ଏବେ ଯାଏଁ ଆକାଉଣ୍ଟରେ ଜିରୋ ବାଲାନ୍ସ କରାଯାଇ ନାହିଁ । ବ୍ୟାପକ ଘୋଟଲା ହୋଇଥିବା ଯୋଗୁଁ କେନ୍ଦ୍ରୀୟ ଟିମ୍ ଆସିଲେ ମଧ୍ୟ ଜିଲ୍ଲାପାଳ ଉପସ୍ଥିତ ରହିଲେ ନାହିଁ ଏବଂ ତଥ୍ୟ ଲୁଚେଇଲେ ।

କେନ୍ଦ୍ରୀୟ ଟିମ୍ ସିଏଜି ରିପୋର୍ଟ ସମ୍ପର୍କରେ ଜାଣିଲେ ରାଜ୍ୟ ସରକାରଙ୍କ ମିଛ ଧରା ପଡିଯିବ । କେନ୍ଦ୍ରୀୟ ଟିମ୍ ସରକାରଙ୍କୁ ତାଗିଦ କରିବ । ଅର୍ଥ ଆସିବା ବନ୍ଦ ହେଇଯିବା ଭୟରେ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜ୍ୟ ସରକାର ସାମିଲ ହେଉନାହାନ୍ତି । ୫ଟି ଆସିବା ପରେ ସ୍ବଚ୍ଛତା ସହ ରାଜ୍ୟ ସରକାର କାମ କରୁଥିବା କହୁଛନ୍ତି । କିନ୍ତୁ 19ଟି ବିଭାଗକୁ ଦିଆଯାଇଥିବା ଏହି ଚିଠି ସରକାରଙ୍କ ବାସ୍ତବିକତାକୁ ପଦାରେ ପକାଇଛି । 19ଟି ବିଭାଗରେ ଯେଉଁ ଅର୍ଥ ହେରଫେର ହୋଇଛି ତାହା ସିଏଜି ରିପୋର୍ଟରୁ ସ୍ପଷ୍ଟ ପ୍ରମାଣିତ ହୋଇଥିବା ବିଜେପି ନେତା କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.