ଭୁବନେଶ୍ବର:ଶୂନ୍ୟ କାଳରେ ଉଠିଲା ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାର ପ୍ରସଙ୍ଗ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିରେ ସମୃକ୍ତି ପ୍ରସଙ୍ଗରେ ବିରୋଧି ହୋହଲ୍ଲା କରିଛନ୍ତି । ସେପଟେ ଗୃହରେ ଆଲୋଚନା କରାଯାଉ ବୋଲି ଦାବି କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଫାଠକ ଓ ତାଙ୍କ ପୁଅ ସହ ବିଧାୟକ ପାଣିଗ୍ରାହୀଙ୍କ ସମୃକ୍ତି ଆଣିଲେ କଂଗ୍ରେସ ବିଧାୟକ । ଶାସକ ଦଳର ବହୁ ନେତା ମନ୍ତ୍ରୀ ଦୁର୍ନୀତି ସହ ଜଡ଼ିତ ଅଛନ୍ତି । କିଛି ଅଣ ଓଡିଆ ଅଫିସର ରାଜ୍ୟକୁ ଲୁଟି ଖାଉଥିବା ଅଭିଯୋଗ କଲେ ତାରାବାହିନୀ ପତି ।
ଏହାସହ ଶୂନ୍ୟ କାଳରେ ଆଲୋଚନା ବେଳେ ବିଜେପି ବିଧାୟକଙ୍କ ହୋହଲ୍ଲା ଓ ନାରାବାଜୀ କରିବା ସହ ବାଚସ୍ପତିଙ୍କ ପୋଡିୟମକୁ ଚଢିବାକୁ ଉଦ୍ୟମ କରିଥିଲେ ବିଜେପି ବିଧାୟକ । ଗୃହକୁ ୧୧ଟା୩୦ମିନିଟ୍ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ