ଭୁବନେଶ୍ବର: ଆସନ୍ତା 31 ମାର୍ଚ୍ଚରେ କଂଗ୍ରେସର ସଦସ୍ୟତା ଅଭିଯାନ ଶେଷ ହେବ । ଏହାପରେ ଅଗଷ୍ଟରେ ପ୍ରଦେଶ କଂଗ୍ରେସ କମିଟି ନିର୍ବାଚନ ହେବ । ଆଗାମୀ ଦିନରେ କଂଗ୍ରେସ ଇଲେକ୍ସନ ପ୍ରୋସେସ ଆରମ୍ଭ କରିବାକୁ ଯାଉଥିବାବେଳେ ଆସନ୍ତା ୩୧ ମାର୍ଚ୍ଚରେ ଧାରଣା ପ୍ରଦର୍ଶନ କରିବ ଦଳ ।
AICC ନିଷ୍ପତ୍ତି ନେଇଛି ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ଲକ ଲେବଲରେ ବିଭିନ୍ନ ପ୍ରସଙ୍ଗ ନେଇ 31 ମାର୍ଚ୍ଚରେ ଧାରଣା ଓ ପ୍ରଦର୍ଶନ କରିବ । ଦ୍ଵିତୀୟ ପର୍ଯ୍ୟାୟରେ 2 ଏପ୍ରିଲରୁ 4 ଏପ୍ରିଲ ମଧ୍ୟରେ ଜିଲ୍ଲା ସ୍ତରରେ ମଧ୍ୟ ଧାରଣା ଓ ପ୍ରଦର୍ଶନ କରାଯିବ । ତୃତୀୟ ପର୍ଯ୍ୟାୟରେ 7 ଏପ୍ରିଲରେ ଭୁବନେଶ୍ବରରେ ମଧ୍ୟ ଏଭଳି ଧାରଣା ଓ ପ୍ରଦର୍ଶନ କରାଯିବ । ଗ୍ୟାସ ଦର ବୃଦ୍ଧି, ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଆଦି ପ୍ରସଙ୍ଗରେ ଏହି ଧାରଣା ଓ ପ୍ରଦର୍ଶନ କରାଯିବ । ଏହାର ନାଁ 'ମେହେଙ୍ଗାଇ ମୁକ୍ତ ଭାରତ ଅଭିୟାନ' ଦିଆଯାଇଛି ବୋଲି କହିଛନ୍ତି ସାଂସଦ ନିରଜ୍ ଡାଙ୍ଗି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ