ETV Bharat / city

ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ଉତ୍ସବ ପାଳିଲା କଂଗ୍ରେସ - ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ପାଇଁ ଭୁବନେଶ୍ବରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

PCC ପକ୍ଷରୁ ରାଜ୍ୟସ୍ତରୀୟ ବାଂଲାଦେଶ ମୁକ୍ତି ସଂଗ୍ରାମ-୧୯୭୧ର ୫୦ତମ ପୂର୍ତ୍ତି ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟଦକ୍ଷତାକୁ ମନେ ପକାଇଲେ ସେନା ଅଧିକାରୀ । ଅଧିକ ପଢ଼ନ୍ତୁ

ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ଉତ୍ସବ ପାଳିଲା କଂଗ୍ରେସ

author img

By

Published : Dec 22, 2021, 7:04 AM IST

ଭୁବନେଶ୍ବର: PCC ପକ୍ଷରୁ ରାଜ୍ୟସ୍ତରୀୟ ବାଂଲାଦେଶ ମୁକ୍ତି ସଂଗ୍ରାମ -୧୯୭୧ର ୫୦ତମ ପୂର୍ତ୍ତି ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟଦକ୍ଷତାକୁ ମନେ ପକାଇଲେ ସେନା ଅଧିକାରୀ । ଏଥିରେ ପୂର୍ବତନ ଯବାନମାନେ ଯୋଗ ଦେଇ ନିଜ ନିଜର ଯୁଦ୍ଧ ଅନୁଭୂତି ବର୍ଣ୍ଣନା କରିଥିଲେ ।

ବାଂଲାଦେଶ ମୁକ୍ତି ସଂଗ୍ରାମର ୫୦ତମ ପୂର୍ତ୍ତି ଉତ୍ସବ ପାଳିଲା କଂଗ୍ରେସ
ବାଂଲାଦେଶ ମୁକ୍ତି ସଂଗ୍ରାମ-୧୯୭୧ର ୫୦ତମ ପୂର୍ତ୍ତି ଉତ୍ସବ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା । ଓଡ଼ିଶା ପ୍ରଦେଶ କଂଗ୍ରେସ ବାଂଲାଦେଶ ମୁକ୍ତି ସଂଗ୍ରାମ -୧୯୭୧ କମିଟିର ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବାଂଲାଦେଶ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ବୀର ଯବାନ ବୈଠକକୁ ଉଦଘାଟନ କରିଥିଲେ । ଯୁଦ୍ଧରେ ନିଜର ଅନୁଭୂତି ବର୍ଣ୍ଣନା କରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ବଶ୍ରୀ ମେଜର ଜେନେରାଲ ବିକାଶ ମହାନ୍ତି, ଲେପ୍ଟେନାଂଟ କର୍ଣ୍ଣଲ ଶିବରାମ ଶତପଥି, କ୍ୟାପଟେନ ଦୁର୍ଯ୍ୟୋଧନ ମହାନ୍ତି ପ୍ରମୁଖ ତତ୍‌କାଳୀନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ନିଷ୍ପତ୍ତି ଓ ନେତୃତ୍ୱର ଭୂୟସୀ ପ୍ରଶଂସା କରିଥିଲେ । ଗାନ୍ଧୀ ନେଉଥିବା ନିଷ୍ପତ୍ତିରୁ କେବେ ବିଚ୍ୟୁତ ହୁଅନ୍ତି ନାହିଁ ବୋଲି ସେମାନେ କହିଥିଲେ । ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ନିଷ୍ପତ୍ତି ଓ ବଳିଷ୍ଠ ନେତୃତ୍ୱ ବଳରେ ପୂର୍ବ ପାକିସ୍ଥାନ ଓ ପଶ୍ଚିମ ପାକିସ୍ଥାନ ମଧ୍ୟରେ ଲାଗିରହିଥିବା ଦ୍ୱନ୍ଦ ଓ ଲଢ଼େର ଅବସାନ ଘଟାଇ ବାଲାଂଦେଶ ତିଆରି କରିପାରିଥିଲେ ବୋଲି କହିଥିଲେ । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.