ETV Bharat / city

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ କଂଗ୍ରେସ କରିବ ବିକ୍ଷୋଭ - କଂଗ୍ରେସ

ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ଆଇନ ଶୃଙ୍ଖଳାକୁ ସୁଧାରିବା ଓ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବିରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 23, 2019, 11:16 PM IST

ଭୁବନେଶ୍ୱର: ସାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ, ଆସନ୍ତା କାଲି ସମସ୍ତ ଜିଲ୍ଲା ସଦର ମହକୁମା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଦିନ 10 ଟାରୁ ଦିନ 1ଟା ଯାଏଁ ବିକ୍ଷୋଭ କରାଯିବ ।

ବିଶେଷକରି ନାରୀ ଅପହରଣ ଓ ଦୁଷ୍କର୍ମ ସାରା ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ନିୟନ୍ତ୍ରଣରେ କରିବାରେ ଏବଂ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି ବୋଲି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ସମଗ୍ର ରାଜ୍ୟରେ ମହିଳା ଓ ନାବାଳିକା ସୁରକ୍ଷା ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମଙ୍ଗଳବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ବିଧାନସଭାରେ ଏ ଦିଗରେ ସରକାରଙ୍କ ଉତ୍ତର ଚାହିଁଲେ କୌଣସି ଉତ୍ତର ମିଳେ ନାହିଁ। ଯାହା ଉତ୍ତର ଆସେ ତାହା ଭୁଲ ତଥ୍ୟ ଉପରେ ଆଧାରିତ। ଏନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ଠୋସ ପଦକ୍ଷେପ ନିଆଯାଉନାହିଁ । ଗଣତନ୍ତ୍ରର ପବିତ୍ର ଗୃହ ବିଧାନସଭା ଆଜି ପଙ୍ଗୁ ହୋଇଯାଇଛି । ତେଣୁ ୨୪ ଜୁଲାଇ ବୁଧବାର ସମସ୍ତ ଜିଲ୍ଲା ସଦର ମହକୁମା ସମ୍ମୁଖରେ କଂଗ୍ରେସ ବିକ୍ଷୋଭ କରିବ ବୋଲି ନରସିଂହ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro: ସାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ, ଆସନ୍ତା କାଲି ଜିଲ୍ଲା ସଦର ମହକୁମା ସମ୍ମୁଖରେ କଂଗ୍ରେସ ପକ୍ଷରୁ ଦିବା ୧୦ ଟାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ।

Body:ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଥିବାରୁ ଆସନ୍ତାକାଲି ସମସ୍ତ ଜିଲ୍ଲା ସଦର ମହକୁମା ଠାରେ ଦିବା ୧୦ ଟାରୁ ଦିବା ୧ ଘଟିକା ପର୍ଯ୍ୟନ୍ତ କଂଗ୍ରେସର ବିକ୍ଷୋଭ ପଦର୍ଶନ କରାଯିବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ,ବିଶେଷକରି ନାରୀ ଅପହରଣ ଓ ଦୁଷ୍କର୍ମ ସାରା ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି।ଏହାକୁ ନିୟନ୍ତ୍ରଣରେ କରିବାରେ ଏବଂ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ପ୍ରଶାସନ ବିଫଳ ହୋଇଛି ବୋଲି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ସମଗ୍ର ରାଜ୍ୟରେ ମହିଳା ଓ ନାବାଳିକା ସୁରକ୍ଷା ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି , ମଙ୍ଗଳବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।ବିଧାନସଭାରେ ଏ ଦିଗରେ ସରକାରଙ୍କ ଉତ୍ତର ଚାହିଁଲେ କୌଣସି ଉତ୍ତର ମିଳେ ନାହିଁ।ଯାହା ଉତ୍ତର ଆସେ ତାହା ଭୁଲ ତଥ୍ୟ ଉପରେ ଆଧାରିତ।ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ଠୋସ ପଦକ୍ଷେପ ନିଆଯାଉନାହିଁ।ଗଣତନ୍ତ୍ରର ପବିତ୍ର ଗୃହ ବିଧାନସଭା ଆଜି ପଙ୍ଗୁ ହୋଇଯାଇଛି।ରାଜ୍ୟରେ ନିୟମିତ ବର୍ଷା ନହେବାରୁ ଉତ୍କଟ ମରୁଡି ସମସ୍ୟା ଦେଖା ଦେଇଛି।ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ବୃଷ୍ଟିପାତର ସବିଶେଷ ଖବର ନାହିଁ।ସରକାରୀ ଦଳର ବିଧାୟକ ୧୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତିରେ ସଂପୃକ୍ତ ଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।ସରକାର ସମସ୍ତ ୨୯ ଟି ବିଷୟକୁ ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରିନାହାନ୍ତି ।ରାଜ୍ୟସରକାର ୫ମ ପାଳି ଶାସନ କ୍ଷମତାକୁ ଆସିବାରୁ ଅହମ ଭାବ ପୋଷଣ କରି ସମ୍ବିଧାନର ଗାରିମାକୁ ନଷ୍ଟ କରିଛନ୍ତି ତେଣୁ ୨୪ ଜୁଲାଇ ବୁଧବାର ସମସ୍ତ ଜିଲ୍ଲା ସଦର ମହକୁମା ସମ୍ମୁଖରେ କଂଗ୍ରେସ ବିକ୍ଷୋଭ କରିବ ବୋଲି ନରସିଂହ ମିଶ୍ର କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.