ଭୁବନେଶ୍ବର: ବିଜେଡିରୁ ବିଦା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜନ ବିରୋଧି କାର୍ଯ୍ୟ କରି ନିଲମ୍ବିତ ହୋଇଥିବା ଦଳ ପକ୍ଷରୁ ସୂଚନା ମିଳିଛି । ଦଳର ପ୍ରାଥମିକତା ସଦସ୍ୟ ପଦରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ବିଜେଡି ଏକ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦେଇଛି ।
ଗିରଫ IFS ଅଭୟ ପାଠକଙ୍କ ସହ ପ୍ରଦୀପଙ୍କ ସମ୍ପର୍କ ଥିବା ନେଇ ଅଭିଯୋଗ ରହିଛି । ପ୍ରକାଶଥାଉକି, ପାଠକ ବାପା-ପୁଅଙ୍କ ସମ୍ପର୍କକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଥିଲେ ପ୍ରଦୀପ ଓ ବର୍ତ୍ତମାନ ତାଙ୍କୁ ଦଳରୁ ବିଦା କରାଯାଇଛି ।
ଭୁବନେଶ୍ବରରୁ ତପନ ଦାଶ ଓ ଜ୍ଞାନଦର୍ଶୀ ସାହୁ , ଇଟିଭି ଭାରତ