ETV Bharat / city

ରାଜ୍ୟବ୍ୟାପୀ ଜାରି ରହିବ ରାତ୍ରକାଳୀନ କର୍ଫ୍ୟୁ, 4 ଜିଲ୍ଲା ସପ୍ତାହକୁ ଦୁଇ ଦିନ ସଟଡାଉନ

author img

By

Published : Jul 31, 2020, 9:49 PM IST

ଅଗଷ୍ଟ 31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ, 4 ଟି ଜିଲ୍ଳା ସପ୍ତାହକୁ ଦୁଇ ଦିନ ସଟଡାଉନ ରହିବ । ଅଧିକ ପଢନ୍ତୁ...

ରାଜ୍ୟବ୍ୟାପୀ ଜାରି ରହିବ ରାତ୍ରିକାଳୀନ କାର୍ଫ୍ୟୁ, 4 ଟି ଜିଲ୍ଳା ସପ୍ତାହକୁ ଦୁଇ ଦିନ ସଟଡାଉନ

ଭୁବନେଶ୍ବର: ଅଗଷ୍ଟ 1 ରୁ 31 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ରହିବ ଲାକଡାଉନ । କଣ୍ଟେନମେଣ୍ଟ ଅଂଚକରୁ କୌଣସି ଲୋକ ବାହାରକୁ ଆସିବେ ନାହିଁ କି ସେହି ଅଞ୍ଚଳକୁ ଯାଇପାରିବେ ନାହିଁ । ଏହାକୁ ନେଇ କଡ଼ାକଡ଼ି କରିଛି ପ୍ରଶାସନ । ଅଗଷ୍ଟ 31 ଯାଏଁ ସମସ୍ତ ଶିକ୍ଷାଅନୁଷ୍ଠାନ ବନ୍ଦ ରହିବ । ଅଗଷ୍ଟ 5 ରୁ ଯୋଗ କେନ୍ଦ୍ର ଓ ଜିମ ଖୋଲା ଯାଇପାରିବ । ଅଗଷ୍ଟ 1 ରୁ 31 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ । କେବଳ ରାତି 9 ରୁ ସକାଳ 5 ପର୍ଯ୍ୟନ୍ତ ଜାରି ରହିବ କର୍ଫ୍ୟୁ । ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କୁ ମିଳିବ ଅନୁମତି ।

ରାଜ୍ୟବ୍ୟାପୀ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ, 4 ଜିଲ୍ଳା ସପ୍ତାହକୁ ଦୁଇ ଦିନ ସଟଡାଉନ

ବିମାନବନ୍ଦର ଓ ରେଳ ଷ୍ଟେସନ ସହ ବସ ଷ୍ଟାଣ୍ଡରେ ଯାତ୍ରୀବାହି ଗାଡି ଯାଇପାରିବ । ଜାତୀୟ ରାଜପଥରେ ହୋଟେଲ ଖୋଲାଯିବ। କେବଳ ଖାଦ୍ୟ ନେଇପାରିବେ ସେଠାରେ ବସି ଖାଇବା ମନା । ସାରା ରାଜ୍ୟରେ ରାତି କର୍ଫ୍ୟୁ କରାଯିବ କିନ୍ତୁ ଗଂଜାମ ଖୋର୍ଦ୍ଧା ଗଜପତି ଓ କଟକ ସହ ରାଉରକେଲା ମ୍ୟୁନିସିପାଲଟିକୁ ସଟଡାଉନ କରାଯିବ । ସପ୍ତାହର ପ୍ରତି ଶନିବାର ଓ ରବିବାରକୁ ସଟଡାଉନ କରାଯିବ । ଅଗଷ୍ଟ 1 ଓ 2 ତାରିଖ ରେ ସତଡାଉନ । ପରବର୍ତ୍ତୀ ସମୟରେ ଶନିବାର ଓ ରବିବାର କରାଯିବ ।

ସେହିପରି ପ୍ରତି ଅପରାହ୍ଣ 1 ରୁ ରାତି 9 ପର୍ଯ୍ୟନ୍ତ ରହିବ ଲାକଡାଉନ । ଏମରଜେନ୍ସି ପାଇଁ ଯାତାୟାତ କରିପାରିବେ । ଏହି ସମୟରେ ସରକାରୀ ଅଫିସରେ 50 ପ୍ରତିଶତ କର୍ମଚାରୀ ରହିବେ । ବ୍ୟାଙ୍କ କିଭଳି ଭାବରେ କାମ କରିବେ ରାଜ୍ୟ ଅର୍ଥ ବିଭାଗ ନିର୍ଦେଶ ଦେବେ । ସାମାଜିକ ଦୂରତା ନିୟମ ମାନିବେ । ଯଦି ସାମାଜିକ ଦୂରତା ନ ମାନନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ବାହାରୁ କେହି ଯଦି 3 ଦିନ ପାଇଁ ଆସନ୍ତି ତେବେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ ନାହିଁ । ଅନ୍ୟମାନଙ୍କ ଉପରେ ନିୟମ ଲାଗୁ ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.