ETV Bharat / city

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ମାମଲା, ଆସନ୍ତା 7ରେ ପରବର୍ତ୍ତୀ ଶୁଣାଣି

author img

By

Published : Nov 23, 2020, 1:55 PM IST

ମାସ୍କ ଦୁର୍ନୀତି ମାମଲା । ଲୋକାୟୁକ୍ତରେ ହାଜର ହେଲେ ଓଡିଶା ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା । ପୂର୍ବରୁ ଉଭୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଧିକ ପଢନ୍ତୁ...

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ମାମଲା, ଲୋକାୟୁକ୍ତରେ ହାଜର ହେଲେ ଦୁଇ IAS

ଭୁବନେଶ୍ବର: ଲୋକାୟୁକ୍ତରେ ହାଜର ହେଲେ ଓଡିଶା ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା । ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାରେ ଉଭୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମାସ୍କ ଓ ପିପିଇ କିଟ ଦୁର୍ନୀତି ମାମଲାରେ ଆଜି(ସୋମବାର) ଲୋକାୟୁକ୍ତ ଶୁଣାଣି କରିଛନ୍ତି । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହ ଦୁଇ ଆଇଏଏସ ହାଜର ହୋଇଥିଲେ । ଏବଂ ମୁଖ୍ୟ ଶାସନ ସଚିବ ଲିଖିତ ଆକାରରେ ଲୋକାୟୁକ୍ତଙ୍କ ନିକଟରେ ନିଜର ପକ୍ଷ ରଖିଥିଲେ । ହେଲେ ଏଥିରେ ଲୋକାୟୁକ୍ତ ସନ୍ତୁଷ୍ଟ ନ ହେବାରୁ ପରବର୍ତ୍ତୀ ତାରିଖ ଘୋଷଣା କରିଛନ୍ତି । ତେଣୁ ଆସନ୍ତା 7 ତାରିଖରେ ମାମଲା ପରବର୍ତ୍ତୀ ଶୁଣାଣି ହେବ ।

କୋରୋନା କାଳରେ ମାସ୍କ ଓ ପିପିଇ କିଟ୍ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତିରେ ଓଡିଶା ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ବଡ ହାତ ଥିବା ବିରୋଧି ଅଭିଯୋଗ କରିଥିଲେ । ଯାହାକୁ ନେଇ ରାଜନୈତିକ ବିବାଦ ଜୋର ଧରିଥିଲା । ପରେ ଲୋକାୟୁକ୍ତ ଏହି ଦୁର୍ନୀତିର ତଦନ୍ତ କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.