ETV Bharat / city

ପିପିଇ ମାସ୍କ ଦୁର୍ନୀତି: ତଦନ୍ତ ଦାବି କଲେ ବିରୋଧୀ

author img

By

Published : Jun 6, 2020, 6:59 PM IST

କୋରୋନା ଯୁଦ୍ଧକୁ ପ୍ରତିହତ କରିବାକୁ ଗୋଟେପଟେ ସରକାର ହୁଙ୍କାର ଦେଇଥିବାବେଳେ ଏପଟେ ପିପିଇ କିଟରେ ମହାଦୁର୍ନୀତିର ଅଭିଯୋଗ ଆଣିଛନ୍ତି ବିରୋଧି ବିଜେପି ଏବଂ କଂଗ୍ରେସ । ଅଧିକ ପଢନ୍ତୁ..

ppe-mask-scam
ppe-mask-scam

ଭୁବନେଶ୍ବର:ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି କୋରୋନା କିଟ୍ ଦୁର୍ନୀତି ଅଭିଯୋଗ । ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ଆସିବା ପରେ କୋଭିଡ୍ ପରିଚାଳନାର ଅତିରିକ୍ତ ଦାୟିତ୍ୱରେ ଥିବା ୧୦ଜଣ ଆଇଏଏସଙ୍କୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି। କୋଭିଡ୍ ପରିଚାଳନା ସାମଗ୍ରୀ କ୍ରୟ ନିମନ୍ତେ ଗଠିତ ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟିରୁ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଗତ ୧ ତାରିଖରେ ହଟାଯିବା ପରେ ଶୁକ୍ରବାର ଅନ୍ୟ ୯ଜଣ ଆଇଏଏସଙ୍କୁ ମଧ୍ୟ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି। ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ପିପିଇ ମାସ୍କ ଦୁର୍ନୀତି: ତଦନ୍ତ ଦାବି କଲେ ବିରୋଧୀ
ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ପିପିଇ କିଟ ଓ ମାସ୍କ ଦୁର୍ନୀତି ପ୍ରସଙ୍ଗରେ କେବଳ ଆଇଏଏସ ଅଫିସରଙ୍କୁ ଦାୟିତ୍ବରୁ କାଢ଼ିଦେଲେ ହେବନି । ଏ ଦୁର୍ନୀତିର ପରିମାଣ କେତେ ଓ ତଳୁ ଉପର ପର୍ଯ୍ୟନ୍ତ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି ସେଥିପାଇଁ ସରକାର ଘୋଷଣା କରନ୍ତୁ ଏବଂ ଏକ ସ୍ୱାଧୀନ ସଂସ୍ଥା ଦ୍ୱାରା 24 ଘଣ୍ଟା ମଧ୍ୟରେ ତଦନ୍ତ କରାନ୍ତୁ ବୋଲି ସେ କହିଛନ୍ତି ।ତେବେ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ବଳବତ୍ତର ରହିଥିବାବେଳେ ଏହି ଆଇଏଏସ ଅଫିସରମାନଙ୍କୁ କାହିଁକି ଦାୟିତ୍ୱମୁକ୍ତ କରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ କଂଗ୍ରେସ ମଧ୍ୟ ପିପିଇ କିଟ ଓ ମାସ୍କ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛି । କେବଳ ଅଫିସର ମାନଙ୍କୁ ବାଦ ଦେଲେ ହେବନି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ। କୋରୋନା ମୁକାବିଲା ପାଇଁ ଏହି ଆଇଏଏସ ମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଏବେ କୋରୋନା ସଂକ୍ରମଣ ଅଧିକ ଥିବାବେଳେ ସେମାନଙ୍କୁ ଅବ୍ୟାହତି ଦେବାର ମାନେ କଣ ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.