ETV Bharat / city

ଲୋକାୟୁକ୍ତରେ ପିପିଇ କିଟ ଓ ମାସ୍କ ମାମଲାର ହୋଇପାରିଲାନି ଶୁଣାଣି

ଆଜି(ଶୁକ୍ରବାର) ଏହି ସମ୍ପର୍କରେ ପକ୍ଷ ରଖିବାକୁ ହେମନ୍ତଙ୍କୁ କୁହାୟାଇଥିବାବେଳେ ସେ ଆଜି ହାଜର ହୋଇନଥିଲେ କି ନିଜ ପକ୍ଷ ମଧ୍ୟ ରଖିନାହାନ୍ତି ।

author img

By

Published : Aug 7, 2020, 10:58 PM IST

Lokayut
ଲୋକାୟୁକ୍ତରେ ପିପିଇ କିଟ ଓ ମାସ୍କ ମାମଲାର ଶୁଣାଣି

ଭୁବନେଶ୍ବର: ରାଜ୍ୟରେ ବହୁ ଚର୍ଚ୍ଚିତ କୋରୋନା ମୁକାବିଲା ପାଇଁ ପିପିଇ ଓ ମାସ୍କ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିବାବେଳେ ସେହି ସମୟରେ କ୍ରୟ କମିଟି ମୁଖ୍ୟ ଦାୟୀତ୍ବ ତୁଲାଉଥିବା ଆଇଏଏସ ହେମମନ୍ତ ଶର୍ମାଙ୍କୁ ଏଥିପାଇଁ ଦାୟୀ କରାଯାଇଥିଲା ।

ମାତ୍ର ଏହାକୁ ନେଇ ରାଜନୈତିକ ବାଦ ବିବାଦ ଜୋର ଧରିଥିବାବେଳେ ଲୋକାୟୁକ୍ତଙ୍କ ଦ୍ବାରା ଏହାର ତଦନ୍ତ ହୋଇଥିଲା । ତେବେ ଆଜି(ଶୁକ୍ରବାର) ଏହି ସମ୍ପର୍କରେ ପକ୍ଷ ରଖିବାକୁ ହେମନ୍ତଙ୍କୁ କୁହାୟାଇଥିବାବେଳେ ସେ ଆଜି ହାଜର ହୋଇନଥିଲେ କି ନିଜ ପକ୍ଷ ମଧ୍ୟ ରଖିନାହାନ୍ତି ।

ସେତେବେଳେ ପ୍ରୋକୁମେଣ୍ଟ କମିଟିର ଅଧ୍ୟକ୍ଷ ଥିବା ହେମନ୍ତ ଶର୍ମା ଓ ଅନ୍ୟ ପକ୍ଷ ଭୁକ୍ତ ଉତ୍ତର ରଖିନଥିବାରୁ ହୋଇପାରିଲା ନାହିଁ ଲୋକାଯୁକ୍ତ ଙ୍କ ନିକଟରେ ଶୁଣାଣି। ଆସନ୍ତା ସେପ୍ଟେମ୍ବର 14 ତାରିଖ ଭିତରେ ଉତ୍ତର ରଖିବାକୁ ପକ୍ଷଭୁକ୍ତ କଲେ ଲୋକାୟୁକ୍ତ। ଓଡିଶା ବିକାଶ ପରିଷଦ ଓ କଂଗ୍ରେସ ପୂର୍ବରୁ ମାସ୍କ ଓ ପିପିଇ କିଟ ସ୍କାମକୁ ନେଇ ଲୋକଅୟୁତଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ। ଏମାନେ ଲୋକୟୁକ୍ତରେ ଉପସ୍ଥିତରେ ରହିଥିଲେ ମଧ୍ୟ ପକ୍ଷ ଭୁକ୍ତଙ୍କ ପକ୍ଷରୁ କୌଣସି ଉତ୍ତର ଆସିନଥିଲା। ଯାହା ଫଳରେ ଶୁଣାଣି ଘଞ୍ଚାଇ ଦେଉଛନ୍ତି ଲୋକାୟୁକ୍ତ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.