ETV Bharat / city

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି; ଲୋକାୟୁକ୍ତରେ ହାଜର ହେଲ ଦୁଇ ଆଇଏଏସ ଅଫିସର ହାଜର

author img

By

Published : Dec 7, 2020, 11:27 AM IST

Updated : Dec 7, 2020, 5:37 PM IST

ppe-kit-mask-procurement-scam-two-senior-ias-officer-again-appears-before-lokayukta
ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି

11:21 December 07

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି; ଲୋକାୟୁକ୍ତରେ ହାଜର ହେଲ ଦୁଇ ଆଇଏଏସ ଅଫିସର ହାଜର

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି; ଲୋକାୟୁକ୍ତରେ ହାଜର ହେଲ ଦୁଇ ଆଇଏଏସ ଅଫିସର ହାଜର

ଭୁବନେଶ୍ବର: ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ନେଇ ପୁଣି ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିଲେ ଦୁଇ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ । ଆଜି ଲୋକାୟୁକ୍ତରେ ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତିକୁ ନେଇ ଶୁଣାଣା ହୋଇଥିଲା। ପ୍ରାୟ ଅଢେଇ ଘଣ୍ଟା ଧରି ହୋଇଥିବା ଶୁଣାଣି ବେଳେ ଦୁଇ ଆଇଏଏସ ଅଧିକାରୀ ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ଅଭିଯୋଗ ଭିତ୍ତିରେ ସମ୍ପୁର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ଆଇଏଏସଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟକୁ ଭୁଲ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ।  

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ନେଇ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଦୁଇ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ ଏହି ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା। ଆଜି(ସୋମବାର) ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଲୋକାୟୁକ୍ତଙ୍କ ନିକଟରେ ଦେଇଥିବା ସମସ୍ତ ତଥ୍ୟ ସତ୍ୟ ଉପରେ ଆଧାରିତ ନାହିଁ ବୋଲି ଅଭିଯୋଗ। ମାସ୍କ ଯୋଗାଇ ଦେବାକୁ କେତେ ଜଣ ଆବେଦନ କରିଥିଲେ ସେହି ତଥ୍ୟ ଦେବାକୁ କଂଗ୍ରେସ ନେତା ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ନିକଟରେ ଦାବି କରିଛନ୍ତି। ମାସ୍କ ଓ ପିପିଇ କିଟକୁ ଯୋଗାଣକୁ ନେଇ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପରବର୍ତ୍ତୀ ଶୁଣାଣା ଆସନ୍ତାକାଲି(ମଙ୍ଗଳବାର) କରାଯିବ।

ଚର୍ଚ୍ଚିତ ମାସ୍କ ଓ ପିପିଇକିଟ ଦୁର୍ନୀତିକୁ ନେଇ ଉପଯୁକ୍ତ ତଥ୍ୟ ପ୍ରମାଣ ମାଗିଲେ ଅଭିଯୋଗକାରୀ। ଏହାସହ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସର ଆଣିବାକୁ ଲୋକାୟୁକ୍ତଙ୍କୁ ନିବେଦନ କରାଯାଇଛି। ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ନେଇ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସଙ୍କ ଦ୍ବାରା ଦାୟର କରାଯାଇଥିବା ମାମଲାର ଶୁଣାଣି ଗତ ନଭେମ୍ବର 23 ତାରିଖରେ ହୋଇଥିଲା । ସେହିଦିନ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଥିଲା । ହେଲେ ଏହାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆଜି(ସୋମବାର) କରିବା ପାଇଁ ଦିନ ଧାର୍ଯ୍ୟ କରିଥିଲେ ଲୋକାୟୁକ୍ତ ।  

କୋରୋନା କାଳରେ ମାସ୍କ ଓ ପିପିଇ କିଟ୍ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତିରେ ଓଡିଶା ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ବଡ ହାତ ଥିବା ବିରୋଧି ଅଭିଯୋଗ କରିଥିଲେ । ଯାହାକୁ ନେଇ ରାଜନୈତିକ ବିବାଦ ଜୋର ଧରିଥିଲା । ପରେ ଲୋକାୟୁକ୍ତ ଏହି ଦୁର୍ନୀତିର ତଦନ୍ତ କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Dec 7, 2020, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.