ETV Bharat / city

ଚାଷୀ ଓ ଇଣ୍ଟିଗ୍ରେଟରଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରହିବା ଆବଶ୍ୟକ: ମନ୍ତ୍ରୀ

ଭୁବନେଶ୍ବର ସ୍ଥିତ କୃଷି ଭବନରେ ରାଜ୍ୟର ଇଣ୍ଟିଗ୍ରେଟର ଏବଂ କୁକୁଡ଼ା ଚାଷୀଙ୍କ ବୈଠକ ଅନୁଷ୍ଠିତ। କୁକୁଡ଼ା ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ

poultry farmers meeting in Bhubaneswar
ଚାଷୀ ଓ ଇଣ୍ଟିଗ୍ରେଟରଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରହିବା ଆବଶ୍ୟକ: ମନ୍ତ୍ରୀ
author img

By

Published : Oct 2, 2022, 1:57 PM IST

ଭୁବନେଶ୍ବର: କୃଷି ଭବନରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଇଣ୍ଟିଗ୍ରେଟର ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା କୁକୁଡ଼ା ଚାଷୀମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଛି । କୁକୁଡ଼ା ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷ ବିକାଶ ନିମନ୍ତେ ଚାଷୀ ଏବଂ ଇଣ୍ଟିଗ୍ରେଟରମାନଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରଖିବା ଆବଶ୍ୟକ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ବୈଠକରେ କୁକୁଡ଼ା ଚିଆଁର ଦରବୃଦ୍ଧି, ବିକ୍ରି ଯୋଗ୍ୟ କୁକୁଡ଼ା ଇଣ୍ଟିଗ୍ରେଟରମାନଙ୍କ ଦ୍ୱାରା ଉଠାଣ, ଉନ୍ନତ ମାନର ଓ ସଠିକ ଓଜନର କୁକୁଡ଼ା ଚିଆଁ ଓ କୁକୁଡ଼ା ଖାଦ୍ୟ ଯୋଗାଣ, କୁକୁଡ଼ାର ବୀମାକରଣ, କୁକୁଡ଼ା ବିକ୍ରୀରେ ଚାଷୀଙ୍କୁ ପ୍ରୋତ୍ସାହନ, ଇଣ୍ଟିଗ୍ରେଟର ଓ ଚାଷୀମାନଙ୍କ ମଧ୍ୟରେ ହେଉଥିବା ଚୁକ୍ତିନାମାକୁ ଓଡ଼ିଆ ଭାଷାରେ କରିବା ଆଦି ବିଷୟରେ ଆଲୋଚନା ହୋଇଛି । ଇଣ୍ଟିଗ୍ରେଟରମାନେ ଚାଷୀଙ୍କ ସହିତ ନିୟମିତ ଆଲୋଚନା କରି ଉପୁଜିଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରବର୍ତ୍ତୀ ସମୟରେ ଏ ଦିଗରେ କୁକୁଡ଼ା ଚାଷୀମାନଙ୍କ ପ୍ରତିନିଧି ଓ ଇଣ୍ଟିଗ୍ରେଟରମାନଙ୍କ ସହିତ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ବୈଠକ ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: National Anti-drug Addiction Day: ସୁସ୍ଥ ସମାଜ ପାଇଁ ନିଶାକୁ କୁହନ୍ତୁ ନା

ଚୁକ୍ତିଭିତ୍ତିକ ବ୍ରଏଲର କୁକୁଡ଼ା ଚାଷ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଚିଠା ମାର୍ଗଦର୍ଶିକା ନେଇ ଆପତ୍ତି ଓ ପରାମର୍ଶ ଦେବା ପାଇଁ ବୈଠକରେ କୁହାଯାଇଛି । ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ୟେଦୁଲ୍ଲା ବିଜୟ ଏବଂ ବିଭାହର ବରିଷ୍ଠ ଅଧିକାରୀମାନଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ବ୍ରଏଲର କୁକୁଡ଼ା ଚାଷୀ ଓ ଇଣ୍ଟିଗ୍ରେଟରମାନେ ଯୋଗ ଦେଇଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.