ETV Bharat / city

ପରିଚୟ ଅପେକ୍ଷାରେ ସାଲିଆ ସାହିର ଫୁଟବଲ ପ୍ରତିଭା - ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ଖେଳାଳି

ଭୁବନେଶ୍ବର ସାଲିଆ ସାହି, ଆଦିବାସୀ ବସ୍ତିରେ ଫୁଟବଲ ପ୍ରତିଭା ରଞ୍ଜନ ସୋରେନ ଓ ସୁନୀଲ ସୋରେନ । ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ରାଜଧାନୀର ଏହି ଦୁଇ ଖେଳାଳୀ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Sep 9, 2019, 5:06 PM IST

ଭୁବନେଶ୍ବର: କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ । ପ୍ରତିଭାର ପ୍ରତିଟି ପାଖୁଡା ପରିପ୍ରକାଶ ହୋଇ ଚର୍ତୁପାର୍ଶ୍ବକୁ ମହକାଏ । ସେମିତି କିଛି ଘଟିଛି ସାଲିଆ ସାହି ସ୍ଥିତ ଆଦିବାସୀ ବସ୍ତିରେ । ଦୁଇ ଭାଇ ରଞ୍ଜନ ଓ ସୁନୀଲଙ୍କ ଫୁଟବଲ ପ୍ରତିଭାକୁ ଏବେ ବେଶ ଚର୍ଚ୍ଚା । ନିଜ ଘର ପାଖ ପଡିଆରେ ଦିନେ ଖେଳୁଥିଲେ ଦୁଇ ଭାଇ ।

Ranjan soren
ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ପରେ କୋଚ ଜୟଦେବ ମହାପାତ୍ରଙ୍କ ନଜର ପଡିଥିଲା ତାଙ୍କ ଉପରେ । ସୁନା ଚିହ୍ନେ ବଣିଆ ପରି ଜୟଦେବ ତାଙ୍କ ପ୍ରତିଭାର ଆଭାସ ପାଇଥିଲେ । ଏହାପରେ ଉପଯୁକ୍ତ ପ୍ରଶିକ୍ଷଣ ଦେବାକୁ ପ୍ରୟାସ ଆରମ୍ଭ କଲେ । ଆଦିବାସୀ ଗାଁ ପକ୍ଷରୁ ଫୁଟବଲ ଖେଳୁଥିବା ରଞ୍ଜନ ଖାସି କପରୁ ଆଜି 15ବର୍ଷରୁ କମ ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ବ କରୁଛନ୍ତି। ପରେ ଯାତ୍ରା ଜାରି ରହିଥିଲା । ସାଫ କପରେ ନେପାଳକୁ 7-0 ଗୋଲରେ ପରାସ୍ତ କରିଥିଲା ଭାରତ । ଏଥିରେ ଡିଫେଣ୍ଡର ରଞ୍ଜନଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ଖାଲି ରଞ୍ଜନ ନୁହଁନ୍ତି, ଭାଇ ସୁନୀଲ ମଧ୍ୟ ପଞ୍ଜାବ ଫୁଟବଲ କ୍ଲବରେ ଖେଳୁଥିବା ବେଳେ ଆଇ ଲିଗରେ ସ୍ଥାନ ପାଇଛନ୍ତି।

Ranjan soren
ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଦୁଇ ପୁଅ ପାଇଁ ବାପା ରାମଚନ୍ଦ୍ର ସୋରେନ ଗର୍ବିତ ବୋଲି କହିଛନ୍ତି । ମାତ୍ର ଝାଟିମାଟିର କୁଡିଆରେ ମୂଲ ଲାଗିଲେ ହିଁ ଘର ଚଳିବ। ସେଥିପାଇଁ ଦୁଇ ପୁଅଙ୍କ ପାଇଁ ବେଶୀ କିଛି ଚିନ୍ତା କରି ପାରିନାହାଁନ୍ତି ରାମଚ଼ନ୍ଦ୍ର । କୋଚ ଦେବଦୂତ ସାଜି ସହଯୋଗ କରିଛନ୍ତି ବୋଲି ପିଲା ଦିଟା ଏଯାଏଁ ପହଞ୍ଚିଛନ୍ତି । ଏମିତିକି ଜୋତା, ଡ୍ରେସ, ଖେଳ ସରଞ୍ଜାମ ସବୁ କୋଚଙ୍କ ପାଇଁ ସମ୍ଭବ ହେଇଛି କହିଛନ୍ତି।

Ranjan soren
ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଏପରି ସ୍ଥିତିରେ ବାପାଙ୍କ ଖୁସି ଯେତିକି କ୍ଷୋଭ ବି ସେତିକି। ରାଜ୍ୟ ଫୁଟବଲ ଆସୋସିଏସନ ପରିବାର ଉପରେ ଏଯାଏଁ ପଡିନି ନଜର । ରାଜ୍ୟ ସରକାର ଓ କ୍ରୀଡା ମନ୍ତ୍ରାଣାଳୟ କେହି ମଧ୍ୟ ଆଡ଼ ଆଖିରେ ଅନାଇ ନାହାନ୍ତି କହିଛନ୍ତି ରଞ୍ଜନଙ୍କ ବାପା।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ତେବେ ସଫଳତାର ସହ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଓଡିଶା କ୍ରୀଡା ରାଜଧାନୀ ହୋଇଥିବା କୁହାଯାଉଛି। ରାଜ୍ୟ ସରକାର କ୍ରୀଡୀନୀତି ଆଣି ରାଜ୍ୟରେ ଥିବା ବିଭିନ୍ନ କ୍ରୀଡା ପ୍ରତିଭାଙ୍କୁ ସ୍ବତନ୍ତ୍ର ସହାୟତା କରିବେ ବୋଲି କୁହାଯାଇଛି । ତେବେ ସବୁ ଯେମିତି ପ୍ରତିଶ୍ରୁତିରେ ରହିଥିବା ଚର୍ଚ୍ଚା ହେଉଛି । ସେଥପାଇଁ ତ ରାଜଧାନୀର ଛାତି ଉପରେ ଥିବା ସାଲିଆ ସାହିର ପ୍ରତିଭା ଆଜି ସହାୟତା ଅପେକ୍ଷାରେ ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ସାଲିଆ ସାହି ଆଦିବାସୀ ବସ୍ତି ଖାସି କପ ରୁ ସାଫ କପ କୁ ଯାଇ ଥିବା ରଞ୍ଜନ ସୋରେନ ର ପରିବାର ଆଜି ବି ମୂଲ ଲାଗି ଚଳିବାର ଦେଖିବା କୁ ମିଳିଛି। ଖାଲି ରଂଜନ ନୁହେଁ ତାଙ୍କ ଭାଇ ସୁନୀଲ ମଧ୍ୟ ପଞ୍ଜାବ ଫୁଟବଲ କ୍ଲବ ରେ ଖେଳୁ ଥିବା ବେଳେ ଆଇ ଲିଗ ରେ ସ୍ଥାନ ପାଇଛନ୍ତି। ଦୁଇ ପୁଅ ପାଇଁ ବାପା ରାମଚନ୍ଦ୍ର ସୋରେନ ଗର୍ବ କରୁଛନ୍ତି ସତ ହେଲେ ଆଜି ବି ନିଜର ପରିବାର ର ପ୍ରତିପେଶଣ ପାଇଁ ମୂଳ ଲାଗିଛନ୍ତି। ଦିନ ଥିଲା ଆଦିବାସୀ ଗାଁ ପକ୍ଷରୁ ଫୁଟବଲ ଖେଳୁ ଥିବା ରଂଜନ ଖାସି କପ ରୁ ଆଜି 15ବର୍ଷରୁ କମ ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ବ କରୁଛନ୍ତି। ଅନ୍ୟ ପଟେ ନେପାଳ କୁ 7 -0 ଗୋଲରେ ପରାସ୍ତ କରି ସାଫ କପ ଜିତାଇ ବାରେ ରଂଜନ ଡିଫେଁଣ୍ଡର ଭୂମିକା ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ହେଲେ ପରିବାର ର ଅଭିଯୋଗ ଯେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଙ୍କ ଖେଳ ବିଭାଗ ନା ରାଜ୍ୟ ଫୁଟବଲ ଆସେସିଏସନ ତାଙ୍କୁ ଆଡ଼ ଆଖିରେ ଆନାଇ ନାହାନ୍ତି।କେବଳ ନିଜର କୋଚ ଜୟଦେବ ମାହାପତ୍ର ଙ୍କ ସାହାଯ୍ୟ ରେ ଆଜି ଏତିକି ବାଟ ଯାଇଛନ୍ତି ରଂଜନ ବାପା କହିଛନ୍ତି।

Body:ଭୁବନେଶ୍ୱର ସାଲିଆ ସାହି ଆଦିବାସୀ ବସ୍ତି ଖାସି କପ ରୁ ସାଫ କପ କୁ ଯାଇ ଥିବା ରଞ୍ଜନ ସୋରେନ ର ପରିବାର ଆଜି ବି ମୂଲ ଲାଗି ଚଳିବାର ଦେଖିବା କୁ ମିଳିଛି। ଖାଲି ରଂଜନ ନୁହେଁ ତାଙ୍କ ଭାଇ ସୁନୀଲ ମଧ୍ୟ ପଞ୍ଜାବ ଫୁଟବଲ କ୍ଲବ ରେ ଖେଳୁ ଥିବା ବେଳେ ଆଇ ଲିଗ ରେ ସ୍ଥାନ ପାଇଛନ୍ତି। ଦୁଇ ପୁଅ ପାଇଁ ବାପା ରାମଚନ୍ଦ୍ର ସୋରେନ ଗର୍ବ କରୁଛନ୍ତି ସତ ହେଲେ ଆଜି ବି ନିଜର ପରିବାର ର ପ୍ରତିପେଶଣ ପାଇଁ ମୂଳ ଲାଗିଛନ୍ତି। ଦିନ ଥିଲା ଆଦିବାସୀ ଗାଁ ପକ୍ଷରୁ ଫୁଟବଲ ଖେଳୁ ଥିବା ରଂଜନ ଖାସି କପ ରୁ ଆଜି 15ବର୍ଷରୁ କମ ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ବ କରୁଛନ୍ତି। ଅନ୍ୟ ପଟେ ନେପାଳ କୁ 7 -0 ଗୋଲରେ ପରାସ୍ତ କରି ସାଫ କପ ଜିତାଇ ବାରେ ରଂଜନ ଡିଫେଁଣ୍ଡର ଭୂମିକା ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ହେଲେ ପରିବାର ର ଅଭିଯୋଗ ଯେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଙ୍କ ଖେଳ ବିଭାଗ ନା ରାଜ୍ୟ ଫୁଟବଲ ଆସେସିଏସନ ତାଙ୍କୁ ଆଡ଼ ଆଖିରେ ଆନାଇ ନାହାନ୍ତି।କେବଳ ନିଜର କୋଚ ଜୟଦେବ ମାହାପତ୍ର ଙ୍କ ସାହାଯ୍ୟ ରେ ଆଜି ଏତିକି ବାଟ ଯାଇଛନ୍ତି ରଂଜନ ବାପା କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.