ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ପଲିଟେକ୍ନିକ କଲେଜ ରାଙ୍କିଂ ହୋଇଛି। ଆଜି ଟେକନିକାଲ ଏଜୁକେସନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏହାର ରାଙ୍କ ଉନ୍ମୋଚନ କରିଛନ୍ତି । ଏଥିରେ ୧୧୦ଟି ପଲିଟେକ୍ନିକ କଲେଜ ଭାଗ ନେଇଥିଲେ। ୧୦୨ ଟି ସରକାରୀ ଓ ବେସରକାରୀ ପଲିଟେକନିକ କଲେଜକୁ ରାଙ୍କ୍ ମିଳିଛି। ୩୦ଟି ଜିଲ୍ଲାରେ ଥିବା ପଲିଟେକନିକ ଇନଷ୍ଟିଚ୍ୟୁଟ ଏଥିରେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟରେ ୩୪ଟି ସରକାରୀ ପଲିଟେକନିକ ସହ ୬୮ଟି ବେସରକାରୀ ପଲିଟେକନିକ ରହିଛି । ପ୍ରଥମ ୧୦ଟି ସ୍ଥାନରେ ୫ଟି ସରକାରୀ ଓ ୫ଟି ବେସରକାରୀ କଲେଜ ରହିଛି । ୭୨.୭୮ ପ୍ରତିଶତ ପାଇ କିଟ୍ ପଲିଟେକନିକ ଶୀର୍ଷରେ । ୭ ଟି ପାରାମିଟରକୁ ଆଧାର କରି ରାଙ୍କିଂ ହୋଇଛି । ରାଙ୍କିଂ ଦ୍ୱାରା କଲେଜ ଗୁଡିକ ମଧ୍ୟରେ ପାଠ ପଢା ଠାରୁ ଆରମ୍ଭ କରି ପ୍ଲେସମେଣ୍ଟ ସବୁକ୍ଷେତ୍ରରେ ପ୍ରତିଯୋଗିତା ବଢିବ ଓ ପିଲାମାନେ ଲାଭନ୍ବିତ ହେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର