ETV Bharat / city

ବିକ୍ରମଙ୍କ ରାଜନୈତିକ ଯାତ୍ରା, ଛାତ୍ର ସଂସଦ ସଭାପତିରୁ ବାଚସ୍ପତି - ଓଡିଶା ବିଧାନସଭାର ନୂଆ ବାଚସ୍ପତି

ରାଜ୍ୟର ୧୭ ତମ ବାଚସ୍ପତି ପଦ ସମ୍ଭାଳିବାକୁ ଯାଉଛନ୍ତି ବରିଷ୍ଠ ରାଜନେତା ବିକ୍ରମ କେଶରୀ ଆରୁଖ । ଛାତ୍ର ସଂସଦ ସଭାପତିରୁ କ୍ୟାରିଅର ଆରମ୍ଭ କରିଥିବାବେଳେ ସର୍ବାଧିକ ସମୟ ମନ୍ତ୍ରୀ ପଦ ସମ୍ଭାଳିଥିଲେ ବିକ୍ରମ । ଅଧିକ ପଢନ୍ତୁ

ବିକ୍ରମଙ୍କ ରାଜନୈତିକ ଯାତ୍ରା, ଛାତ୍ର ସଂସଦ ସଭାପତିରୁ ବାଚସ୍ପତି

author img

By

Published : Jun 10, 2022, 3:47 PM IST

ଭୁବନେଶ୍ବର: ରାଜ୍ୟର ୧୭ତମ ବାଚସ୍ପତି ପଦ ସମ୍ଭାଳିବାକୁ ଯାଉଛନ୍ତି ବରିଷ୍ଠ ରାଜନେତା ବିକ୍ରମ କେଶରୀ ଆରୁଖ । ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ବିକ୍ରମ ହେବେ ପରବର୍ତ୍ତୀ ବାଚସ୍ପତି । ଜନତା ଦଳ ଟିକେଟରେ ବିଧାନସଭା ଆସିଥିବା ବିକ୍ରମ ନବୀନଙ୍କ ଶାସନରେ ସର୍ବାଧିକ ସମୟ ମନ୍ତ୍ରୀ ହୋଇଥିବା ନେତାଙ୍କ ମଧ୍ୟରୁ ଅନ୍ୟତମ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଥାପିଥିଲେ ବିକ୍ରମ ।

୮୦ ଦଶକରେ ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୨-୮୩ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ହୋଇଥିଲେ ବିକ୍ରମ । ପରବର୍ତ୍ତୀ ବର୍ଷ ଅର୍ଥାତ ୧୯୮୩-୮୪ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଉପ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ସେ । ଆଇନ ଶିକ୍ଷା ଶେଷ କରି ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ ବିକ୍ରମ । ୧୯୯୨ରେ ଭଞ୍ଜନଗର ବ୍ଲକ ଚେୟାରମ୍ୟାନ ହୋଇଥିଲେ । ବିଜୁ ଆନୁଗତ୍ୟ ହୋଇଥିବାରୁ ୧୯୯୫ ରେ ଜନତା ଦଳ ଟିକେଟରୁ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ । ଏହା ପରେ ବିକ୍ରମ ପଛକୁ ଫେରି ଚାହିଁନାହାନ୍ତି । ବିଜୁ ଜନତା ଦଳ ଗଠନ ହେବା ପରେ ଲଗାତାର ୫ ଥର ଭଞ୍ଜନଗର ଆସନରୁ ବିଜୟ ହୋଇ ବିଧାନସଭା ଆସୁଛନ୍ତି ।

ଏହା ବି ପଢନ୍ତୁ- ବାଚସ୍ପତି ନିର୍ବାଚନ: ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ

୨୦୦୮ରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ମିଳିଥିଲା । ପରବର୍ତ୍ତୀ ସମୟରେ ୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ବିକ୍ରମ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି । ବିଭିନ୍ନ ସମୟରେ ସେ ଗ୍ରାମ୍ୟ ଉନ୍ନୟନ, ଆଇନ, ଜଙ୍ଗଲ ଏବଂ ପରିବେଶ, ସାଧାରଣ ଉଦ୍ୟୋଗ, ସୂଚନା ଏବଂ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି । ଏହା ସହ ବିଧାନସଭାର ବିଭିନ୍ନ କମିଟିରେ ବିକ୍ରମ ଲଗାତାର ଭାବେ ଅଧ୍ୟକ୍ଷ ଓ ସଦସ୍ୟ ରହି ଆସିଛନ୍ତି ।

ରାଜନୈତିକ କ୍ୟାରିଅରରେ ବିକ୍ରମ ଏକାଧିକ ବିବାଦରେ ଛନ୍ଦି ହୋଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ରହିଛନ୍ତି । ଜଙ୍ଗଲ ବିଭାଗରେ ଦୁର୍ନୀତି, ଏସିଏଫ ସୌମ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଭୂମିକା ନେଇ ବିରୋଧୀ ବିକ୍ରମଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । କିନ୍ତୁ ବିଜେଡି ସୁପ୍ରିମୋଙ୍କ ଏକାନ୍ତ ସହଯୋଗୀ ବୋଲି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୁଏନାହିଁ ବୋଲି ବିରୋଧୀ ଅଭିଯୋଗ କରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.