ETV Bharat / city

ଲଗାଣ ବର୍ଷାରେ ଭାସିଲା ଭୁବନଶ୍ବର, ଦାୟୀ କିଏ ? - ବର୍ଷାକୁ ନେଇ ବିରୋଧୀ ଶାସକ ମୁହାଁମୁହିଁ

ମୂଷଳଧାରା ବର୍ଷାରେ ସ୍ମାର୍ଟ ଭୁବନେଶ୍ବରର ଅସଲ ଚିତ୍ର ପଦାରେ ପଡ଼ଛି । ବର୍ଷାଜଳ ଭର୍ତ୍ତି ହୋଇ ଭୁବନେଶ୍ବର ନଦୀର ଭ୍ରମ ସୃଷ୍ଟି କରୁଛି । ଏପଟେ ବିରୋଧୀ-ଶାସକ କାଦୁଅ ଫିଙ୍ଗା ଆରମ୍ଭ କରିଛନ୍ତି ।ଅଧିକ ପଢ଼ନ୍ତୁ...

ଭୁବନଶ୍ବର ହେଲା ଭୁଜଳେଶ୍ବର, ଦାୟୀ କିଏ ?
ଭୁବନଶ୍ବର ହେଲା ଭୁଜଳେଶ୍ବର, ଦାୟୀ କିଏ ?
author img

By

Published : Sep 15, 2021, 7:59 PM IST

ଭୁବନେଶ୍ବର: ମୂଷଳଧାରା ବର୍ଷାରେ ସ୍ମାର୍ଟ ଭୁବନେଶ୍ବରର ଅସଲ ଚିତ୍ର ପଦାରେ ପଡ଼ଛି । ବର୍ଷାଜଳ ଭର୍ତ୍ତି ହୋଇ ଭୁବନେଶ୍ବର ନଦୀର ଭ୍ରମ ସୃଷ୍ଟି କରିଛୁ । ସ୍ଥାନେସ୍ଥାନେ ବର୍ଷା ଜଳ ଲହଡ଼ି ମାରୁଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ଛି । ତେବେ ମନ୍ଦିରମାଳିନୀ ସହରର ଏଭଳି ଅବସ୍ଥା ପାଇଁ ଦାୟୀ କିଏ ? ଏହି ପ୍ରଶ୍ନରେ ବିରୋଧୀ ରାଜ୍ୟ ସରକାରଙ୍କୁ ଦାୟୀ କରୁଥିବା ବେଳେ ବିରୋଧୀଙ୍କୁ ଓଲଟା ପ୍ରଶ୍ନ କରୁଛନ୍ତି ଶାସକ ଦଳ ପ୍ରତିନିଧି ।

ଲଗାଣ ବର୍ଷାରେ ଭାସିଲା ଭୁବନଶ୍ବର, ଦାୟୀ କିଏ ?

ଭୁବନେଶ୍ବରର ବିଶ୍ବସ୍ତରୀୟ ରେଳ ଷ୍ଟେସନର ଅବସ୍ଥା ନକହିବା ଭଲ । ରେଳ ଧାରଣାର ଆଣ୍ଠୁଏ ପାଣି ଯୋଗୁଁ ଟ୍ରେନ ଚାଲିବା ମୁସ୍କିଲ ହୋଇ ପଡ଼ିଛି । ନୟାପଲ୍ଲୀ ଇସ୍କନ ମନ୍ଦିର ସାମ୍ନାରେ ପ୍ରତିବର୍ଷା ଭଳି ଏବର୍ଷ ମଧ୍ୟ କାର ଓ ବାଇକ୍‌ ବୁଡ଼ିଯାଇଥିବା ଦେଖା ଦେଇଛି । ଭୁବନେଶ୍ୱରରେ 23 ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖା ଦେଇଛି । ବଡଗଡ଼, ଲକ୍ଷ୍ମୀସାଗର, ଡୁମୁଡୁମା, ଓଲ୍ଡ ଟାଉନ, ନୟପଲ୍ଲୀ, ଇସ୍କନ ମନ୍ଦିର ଭଳି ପ୍ରମୁଖ ସ୍ଥାନ ଜଳମଗ୍ନ ହୋଇ ରହିଛି ।

ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ରାଜଧାନୀର ଡ୍ରେନେଜ ବ୍ୟବସ୍ଥା ସୁଧାରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ ହୋଇଛି । 7 ବର୍ଷ ହେବ ସ୍ମାର୍ଟସିଟି ରେ ମାଳମାଳ ଯୋଜନା, ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଜଳବନ୍ଦୀ ସମସ୍ୟାରେ ସୁଧାର ଆସୁନାହିଁ ।

ବିଜେଡିର 21 ବର୍ଷ ଶାସନରେ 3 ଟି ମେୟର, 6 ଜଣ ବିଜେଡି ବିଧାୟକ, ସାଂସଦ ଏଠି ଅଛନ୍ତି, ହେଲେ ବର୍ଷା ହେଲେ ଲୋକେ ଘରୁ ବାହାରି ପାରୁନାହାନ୍ତି । ଆଉ କେତେ ସମୟ ଦେଲେ ସରକାର ଭୁବନେଶ୍ୱର ସମସ୍ୟା ଦୂର କରିବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । କୋଟି କୋଟି ଟଙ୍କା ବ୍ୟୟ ହେଉଛି ହେଲେ ଅବସ୍ଥା ସୁଧୁରୁନି । ସରକାର କେତେବେଳେ କେନ୍ଦ୍ରକୁ ଦାୟୀ କରୁଛନ୍ତି ଆଉ କେତେବେଳେ ଇନ୍ଦ୍ରଙ୍କୁ ଦାୟୀ କରୁଛନ୍ତି ।

ସେପଟେ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ଶାସକ ଦଳ ପ୍ରତିନିଧି । ବିରୋଧୀମାନେ 50 ବର୍ଷର ଶାସନ ମଧ୍ଯରେ କଣ କରିଛନ୍ତି ବୋଲି ଦଳ ପକ୍ଷରୁ ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଡ୍ରେନେଜ ବ୍ଯବସ୍ଥାରେ ସୁଧାର ପାଇଁ ରାଜ୍ଯ ସରକାର ବ୍ଯାପକ ପଦକ୍ଷେପ ନେଉଛନ୍ତି । ପ୍ରକ୍ରିୟା ଜାରି ରହିଛି ଜମି ଅଧିଗ୍ରହଣ ଭଳି କିଛି ସମସ୍ଯା ଯୋଗୁ ବହୁ କାମ ଅଟକି ରହିଛି ବୋଲି ଭୁବନେଶ୍ବର ମଧ୍ୟ ବିଧାୟକ କହିଛନ୍ତି ।

ରାଜନୈତିକ ପଶାପାଲୀରେ ସାଧାରଣ ଜନତାଙ୍କ ସ୍ବାର୍ଥ ବାଜି ଲାଗୁଛି । ଭୁବନେଶ୍ବରବାସୀ ଏହାର ଜ୍ବଳନ୍ତ ଉଦାହରଣ । ବର୍ଷା ହେଲେ ଭୁବନେଶ୍ବର ଜଳବନ୍ଦୀ ସହରରେ ପରିଣତ ହେଉଛି । ଏଥିପ୍ରତି ରାଜନେତା ଓ ସରକାରୀ ବାବୁଙ୍କ ନିଘା ନଥିବା ପ୍ରମାଣିତ ହେଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.