ETV Bharat / city

Vote Counting Reaction: ଫଳାଫଳ ଟ୍ରେଣ୍ଡ ନେଇ ତିନି ପ୍ରମୁଖ ଦଳର ପ୍ରତିକ୍ରିୟା - ନିର୍ବାଚନକୁ ନେଇ ବିଜେଡିର ପ୍ରତିକ୍ରିୟା

ନିର୍ବାଚନ ଫଳାଫଳକୁ ନେଇ ତିନି ଦଳର ପ୍ରତିକ୍ରିୟା ସାମ୍ନାକୁ ଆସିଛି । କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କହୁଥିବା ବେଳେ ବିଜେଡି ସରକାରୀ କଳର ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛି ବିଜେଡି । ସେପଟେ ପରିବହନ ମନ୍ତ୍ରୀ ବିରୋଧିଙ୍କ ଏହା ମନଗଢା କାହାଣୀ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ନିର୍ବାଚନ ଫଳାଫଳକୁ ନେଇ ତିନି ପ୍ରମୁଖ ଦଳର ପ୍ରତିକ୍ରିୟା

author img

By

Published : Feb 26, 2022, 7:32 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ତିନି ପ୍ରମୁଖ ଦଳର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବିଜେପି ନେତା ଜୀବନ ପ୍ରଦୀପ ଦାଶ କହିଛନ୍ତି, ବିଜେପି ଯାହା ଭାବିଥିଲା ଗତଥର ଠାରୁ ଭଲ କରିବ, କିନ୍ତୁ ଏଥର ଭଲ କରିବନାହିଁ । କାରଣ ନିର୍ବାଚନ ମ୍ୟାନେଜମେଣ୍ଟରେ ବିଜେଡି ଆଗରେ ରହିଛି । ସରକାରୀ କଳକୁ ଅପବ୍ୟବହାର କରି, ଅର୍ଥବଳ ପ୍ରୟୋଗ କରି ଏବଂ ପ୍ରତ୍ୟେକ ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରି ବିଜେଡି ନିର୍ବାଚନ ହାତେଇବାକୁ ଚେଷ୍ଟା କରିଥିଲା । ସେ କହିଛନ୍ତି, ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସବୁ ଜାଗା ସରକାରୀ କଳ ବ୍ୟବହାର କରିଛନ୍ତି ବହୁ ମାତ୍ରରେ ଟଙ୍କା ବଣ୍ଟା ହୋଇଛି । ସରକାରୀ କର୍ମଚାରୀ ମାନେ ଦଳୀୟ କର୍ମୀଙ୍କ ଭଳି କାର୍ଯ୍ୟ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ନିର୍ବାଚନ ଫଳାଫଳକୁ ନେଇ ତିନି ପ୍ରମୁଖ ଦଳର ପ୍ରତିକ୍ରିୟା
ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏଥର ଯେଉଁ ନିର୍ବାଚନ ହୋଇଛି ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ନୁହେଁ ବରଂ ହତ୍ୟା କରିବା ପାଇଁ । ଲୋକମାନଙ୍କୁ ମାରିଦେବା, ବାଲାଟ ବାକ୍ସ ନେଇଯିବା, ପୋଲିସକୁ ପିଟିବା ଏକ ପ୍ରକାର ଆତଙ୍କରାଜ ସୃଷ୍ଟି କରି ବିଜେଡି ଭୋଟ ନେଇଛି । ଯେଉଁ ଆଶାରେ ବିଜେପି କହୁଥିଲେ ଦିତୀୟ ସ୍ଥାନରେ ରହିବ ବୋଲି ସେ ତୃତୀୟ ସ୍ଥାନକୁ ଖସି ଆସିଛି । ଦୁଇ ଦିନ ଗଣତି ପରେ ଜଣାପଡିବ ବୋଲି କହିଛନ୍ତି ସୁର ରାଉତରାୟ । ଦିତୀୟ ସ୍ଥାନରେ କଂଗ୍ରେସ ରହିବ ଏବଂ ତୃତୀୟରେ ରହିବ ବିଜେପି । ଗତଥର ଯେଉଁ ଅର୍ଥବଳ ପାଇଥିଲେ ବିଜେପି ଏଥର ପାଇନାହିଁ ବୋଲି ମଧ୍ୟ କହିଛନ୍ତି ସୁର ରାଉତରାୟ । ସେ ଆହୁରି କହିଛନ୍ତି, ‘‘ବିଜେଡି ତ ରାଜ୍ୟ କୁ ଦଖଲ କରିରହିଛି । କର୍ମଚାରୀ ତାଙ୍କର, ପଇସା ତାଙ୍କର ସେମାନଙ୍କୁ କିଏ କହିବ ।’’

ବିରୋଧିଙ୍କୁ ଜବାବ ଦେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଥାଏ । ନିର୍ବାଚନ ଏକ ନିରନ୍ତର ପ୍ରକ୍ରିୟା, ବିଜେଡି ଲୋକମାନଙ୍କ ସହ ରହିଛି । ଲୋକ ମାନଙ୍କର ବିକାଶ ହୋଇଛି, ତେଣୁ ଦଳ ଭଲ ପ୍ରଦର୍ଶନ କରିଛି । ବିରୋଧୀଙ୍କ ଅଭିଯୋଗର ସତ୍ୟତା ନାହିଁ ଏବଂ ପରାଜୟକୁ ଏଡାଇବା ପାଇଁ ଏଭଳି କହୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.