ETV Bharat / city

ସିବିଆଇ ରେଡ୍ ପଲିଟିକ୍ସ: କଂଗ୍ରେସ-ବିଜେଡିର କଟାକ୍ଷ, ବିଜେପିର ଜବାବ - ବିଜେପିର ଜବାବ

ବହୁଦିନ ପରେ ପୁଣି ଫେରିଛି ସିବିଆଇ ପଲିଟିକ୍ସ । ରାଜ୍ୟ ସରକାର କେନ୍ଦ୍ର ଇସାରାରେ ନାଚୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ସେପଟେ ନିର୍ବାଚନ ଆସିଲେ ସିବିଆଇ ଚଢାଉର ଡ୍ରାମା କରେ ବୋଲି ବିଜେଡି କହିଛି । ତେବେ ବିଜେଡି ଓ କଂଗ୍ରେସର ଅଭିଯୋଗର ଜବାବ ରଖିଛି ବିଜେପି ।

political blame game start over cbi raid in odisha
ସିବିଆଇ ରେଡ୍ ପରେ ରାଜନୈତିକ କାଦୁଅ ପିଙ୍ଗା ଆରମ୍ଭ
author img

By

Published : Sep 19, 2020, 9:04 PM IST

ଭୁବନେଶ୍ବର: ବହୁଦିନ ପରେ ପୁଣି ଫେରିଛି ସିବିଆଇ ପଲିଟିକ୍ସ । ବରିଷ୍ଠ ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପରେ ସରଗରମ ରାଜ୍ୟ ରାଜନୀତି । ରାଜ୍ୟ କେନ୍ଦ୍ର ସରକାରଙ୍କ ଇସାରାରେ ନାଚୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ସେହିପରି ନିର୍ବାଚନ ଆସିଲେ ସିବିଆଇ ଚଢାଉର ଡ୍ରାମା କରେ ବୋଲି ବିଜେଡି କହିଛି । ତେବେ ବିଜେଡି ଓ କଂଗ୍ରେସର ଅଭିଯୋଗର ଜବାବ ରଖିଛି ବିଜେପି । କେନ୍ଦ୍ରୀୟ ତଦନ୍ତକାରୀ ଟିମ ସିବିଆଇ ବିଜେପିର ଏକ ମୋର୍ଚ୍ଚା ନୁହେଁ, ଏକ ନିରେପେକ୍ଷ ସଂସ୍ଥା ବୋଲି କହିଛି ବିଜେପି ।

ସିବିଆଇ ରେଡ୍ ପରେ ରାଜନୈତିକ କାଦୁଅ ପିଙ୍ଗା ଆରମ୍ଭ

କଂଗ୍ରେସର ଅଭିଯୋଗ
ରାଜ୍ୟରେ ପୁଣି ସକ୍ରିୟ ହୋଇଛି ସିବିଆଇ । ବିଜେଡିର ବଡମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍କୁ ନେଇ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏହା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିଜେଡି ଓ କଂଗ୍ରେସ । ସିବିଆଇ ବିଜେପିର କଣ୍ଢେଇ ସାଜିଥିବା କଂଗ୍ରେସ ବିଧାୟକ ତାରା ବାହୀନିପତି ଅଭିଯୋଗ କରିଛନ୍ତି । ଯେହେତୁ ଆଗକୁ ଉପନିର୍ବାଚନ ରହିଛି ସେଥିପାଇଁ ସିବିଆଇ ବିଜେପି କଥାରେ ରାଜ୍ୟରେ ଚଢାଉ ଆରମ୍ଭ କରିଛି ବୋଲି ସେ କହିଛନ୍ତି । ସାତ ବର୍ଷ ହେଲା ସିବିଆଇ କେଉଁଠି ଶୋଇଥିଲା ବୋଲି ତାରା ପ୍ରଶ୍ନ କରିଛନ୍ତି । ଏହାସହ ସିବିଆଇ କେବଳ ଆଇ ଓ୍ଵାସ ପାଇଁ ରେଡ୍ କରିଥିବା କହିଛନ୍ତି ତାରା ।

ସେପଟେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉଉରାୟ କହିଛନ୍ତି, ୧୧୩ ଜଣଙ୍କ ଲିଷ୍ଟ ରହିଛି । ସମସ୍ତଙ୍କ ଘରେ ରେଡ୍ ହେଉ । ତାଲିକାରେ ନେତା ଆଇଏଏସ୍ ଓ ଆଇପିଏସ ଅଛନ୍ତି । ତେବେ ଯାଇ ଲୋକେ ତାଙ୍କ ଟଙ୍କା ଫେରିପାରିବେ ବୋଲି କହିଛନ୍ତି ସୁର ।

ସିବିଆଇ ରେଡ୍କୁ ବିଜେ଼ଡିର ସନ୍ଦେହ
ନିର୍ବାଚନ ଆସିଲେ ଏପରି ଡ୍ରାମା ଦେଖିବାକୁ ମିଳେ କହି ଦଳ ଅଭିଯୋଗ କରିଛି । ପୂର୍ବରୁ ଅନେକ ଲୋକଙ୍କ ଘରକୁ ଯାଇଛି ଫଳ କଣ ଓଡ଼ିଶା ଲୋକ ବୁଝନ୍ତି । ଯେଉଁ ନିର୍ବାଚନକୁ ଆଖିଆଗରେ ରଖି ଏହି ଚଢାଉ କରାଯାଇଛି ତାହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ।

ଜବାବ ରଖିଲା ବିଜେପି
ସେପଟେ ସିବିଆଇ ରେଡ୍ ଉପରେ ଓକିଲାତି କରିଛି ରାଜ୍ୟ ବିଜେପି । ଦଳ କହିଛି ଯେ ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ । ଯେଉଁ ନେତା ଓ ଅଫିସର ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ଅଛନ୍ତି ସେମାନେ ଦଣ୍ଡ ପାଇବା ଉଚିତ । ବିଜେଡି ସିବିଆଇକୁ ଏତେ ଭୟ କାହିଁକି କରୁଛି ବୋଲି ଦଳ ପ୍ରଶ୍ନ କରିଛି । ସିବିଆଇ ଏକ ସ୍ଵାଧୀନ ସଂସ୍ଥା, କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେମାନେ ନିଷ୍ପତ୍ତି ନେବେ। ସିବିଆଇ ବିଜେପିର ମୋର୍ଚ୍ଚା ନୁହେଁ । ସିବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିଥାଏ ।

ତେବେ ଆଗକୁ ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ପାଇଁ ହେବ ଉପ-ନିର୍ବାଚନ । ତେବ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହଠାତ ରାଜ୍ୟରେ ସିବିଆଇ ରେଡ୍ ଅନେକ ପ୍ରଶ୍ନ ଛିଡାକରିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.