ଭୁବନେଶ୍ବର: ବେଟିଂ ବେଳେ କମିସନରେଟ ପୋଲିସର ସେଟିଂ, ଉପର ଅଫିସର ଲିଙ୍କ୍ । ଥାନାରୁ ଚୋରା ଗାଡି ବିକ୍ରି ,ନିଶା ମାଫିଆଙ୍କଠୁ ବଟି, ବିଲଡ଼ରଙ୍କଠୁ ମାସିକ କଲେକ୍ସନ। ଏଥିସହ ପେଟ୍ରୋଲ ପମ୍ପ ,ବାର ,ଶିଳ୍ପାଞ୍ଚଳର କମ୍ପାନୀ, ବଡ ବଡ ସୋରୁମ ଓ ସପିଂମଲ ଆଦିଙ୍କ ଠୁ ମାସିକିଆ କଲେକ୍ସନ । ପୋଲିସ ବର୍ଦିର ଗରମ ଦେଖାଇ ଆଦାୟ ହେଉଛି ଟଙ୍କା । ତଳଠୁ ଆରମ୍ଭ କରି ଉପର ଅଫିସରଙ୍କ ରହିଛି ହାତ।
ମୁମ୍ବାଇ ପୋଲିସ ଢାଞ୍ଚାରେ ଆପଣାଇଛନ୍ତି କଲେକ୍ସନ ବାଟ। ଦୀର୍ଘଦିନ ଧରି ଥାନା ଓ ସ୍ବତନ୍ତ୍ର ଏଜେନ୍ସି କ୍ୟୁଏଟି ଓ ସ୍ପେଶାଲ ସ୍କ୍ବାଡ଼ରେ ରହି ଏପରି କରିବାକୁ ସାହାସ ପାଉଛନ୍ତି କନଷ୍ଟେଵଳ ଓ ଅଫିସର। ଏଥିପାଇଁ ଉପର ଅଫିସରଙ୍କ ପାଇଁ ବଢୁଛି ସାହାସ । କାରଣ ଗତ ମଙ୍ଗଳବାର ଏୟାରପୋର୍ଟ ଏରିଆରେ ଓୟୋ ରୁମରେ ପାଖାପାଖି ୧ କୋଟି ଜବତ ବେଳେ ସାମ୍ନାକୁ ଆସିଛି କମିସନରେଟ ପୋଲିସର ଏହି କଳାକାରାନାମା । କିଭଳି ଅଣ୍ଡ଼ରକଭର ମାନେ ଘଟଣାକୁ ରଫାଦଫା ପାଇ ବଟି ଜରିଆର ସେଟିଂ ଯୋଜନା ବେଳେ ଘଟଣା ହେଲା ଫର୍ଦାଫାସ।ଘଟଣାରେ ୩ କର୍ମଚାରି ଗିରଫ ହୋଇ ୨ଜଣକୁ ସସପେଣ୍ଡ ପରେ ବାକି ଅଫିସରଙ୍କ ଲିଙ୍କ ନେଇ ଘଣ୍ଟଘୋଡାଯାଉଛି । ହେଲେ ତଦନ୍ତ ଆଳରେ ସମୟ ଗଡାଇଚାଲିଥିଲେବି ଉପର ଅଫିସର ଘଟଣାରୁ ଖସିଯାଉଛନ୍ତି । ଯାହାକୁ ଏଭଳି କଳାକାରବାର ପଛରେ ମୁମ୍ବାଇର ପୋଲିସ ଚେନ ଭଳି କେବଳ ତଳ ସ୍ତରର ନୁହେଁ ଇନସପେକ୍ଟର ଓ ଏସିପି ଭଳି ଉପର ଅଫିସରଙ୍କ ସମ୍ପୃକ୍ତି ସନ୍ଦେହ କରିଛନ୍ତି ବରିଷ୍ଠ ଆଇନଜୀବୀ । ଏନେଇ ଗୃହ ବିଭାଗ ତଦନ୍ତ ନିର୍ଦେଶର ଆବଶ୍ୟକ ବୋଲି ସେ କହିଛନ୍ତି।
ଏହି ଘଟଣା ନୂଆ ନୁହେଁ ପୁର୍ବରୁ ଏପରି ହେଉଥିଲା ବୋଲି କହିଛନ୍ତି ପୁର୍ବତନ ପୋଲିସ ଅଧିକାରୀ । ପୂର୍ବରୁ ଜଟଣୀ ଥାନାଧିକାରୀ ସଜିବ ମହାନ୍ତି ଭିଜିଲାନ୍ସ ଟ୍ରାପରେ ପଡିଥିଲେ । ଏପରିକି କ୍ୟାପିଟାଲ ଥାନାରେ ଚୋରା ଗାଡି ବିକ୍ରି ଅଭିଯୋଗରେ ଏସଆଇଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ନୟାପଲ୍ଲି ଏନ ୩ରେ ଘରେ ପଶି ଜବରଦଖଲ ବେଳେ ବିଲଡ଼ରଙ୍କ ସହ ଘଟଣା ସ୍ଥଳରେ ପୋଲିସର ସୁରକ୍ଷା । ବ୍ରାଉନସୁଗାର ଲିଙ୍କରେ କନଷ୍ଟେବଳ ଗିରଫ ଭଳି ମଞ୍ଚେଶ୍ବର ଥାନାଧିକାରୀଙ୍କ ନାରେ ସଙ୍ଗିନ ଅଭିଯୋଗ କ୍ରମେ ରାତିଅଧିଆ ବଦଳି ମଧ୍ୟ ସାମ୍ନାକୁ ଆସିଛି । ହେଲେ ତଥାପି ଏହିଠୁ ପ୍ରମୋସନ ପାଇଥିବା ଅଫିସରଙ୍କୁ ଏଇଠି ପୋଷ୍ଟିଂ, ଦୀର୍ଘଦିନ ଧରି ଟ୍ବିନସିଟିରେ ରହି ଏଭଳି କାରବାର ପାଇଁ କମିସନରେଟ ପୋଲିସ ଅଡୁଆରେ ପଡିଛି । ସେପଟେ କମିସନରେଟ ପୋଲିସର ଏନେଇ ମୁହଁ ଖୋଲିବାକୁ ନାରାଜ ଅଫିସର ।
ପୋଲିସର କଳାକାରବାର ନେଇ ଯେପରି ମହାରାଷ୍ଟ୍ର ସରକାର ବଦନାମ ହେଉଛି, ସେପରି ଓଡିଶା ପୋଲିସରେ ଚାଲିଥିବା ଏଭଳି କାରବାର ନେଇ ସରକାର ଭାବମୂର୍ତ୍ତି ବଞ୍ଚାଇବାକୁ ଦୁର୍ନିତଖୋର ଅଫିସରଙ୍କ ବିରୋଧରେ ନେବେ କି କାର୍ଯାନୁଷ୍ଠାନ ? ତାକୁ ନେଇ ଅପେକ୍ଷା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ