ଭୁବନେଶ୍ବର : ରସିକିଆ ଠକ ଡାକ୍ତରର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ନକଲି ଡାକ୍ତର ରମେଶକୁ ପ୍ରଥମ ଦିନ ରିମାଣ୍ଡରେ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ ପଚରାଉଚୁରା କରିଛି । ଠକ ଡାକ୍ତରର ମାରାଥନ ଜେରା ପରେ ପୋଲିସ ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।
ଏମ୍ସରେ ଚାକିରୀ କରାଇ ଦେବା କହି ଜଣେ ମହିଳାଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଠକି ନେଇଥିଲା ଠକ ଡାକ୍ତର । ଏନେଇ ଭରତପୁର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି । କିପରି ସେ ଜାଲ ବିଛାଇ ମହିଳାଙ୍କୁ ବିବାହ କରି ଲୁଟୁଥିଲା ସେ ନେଇ ପଚରାଉଚୁରା କରିଛି ପୋଲିସ ।
ଏହାବି ପଢନ୍ତୁ : ୫ ଦିନିଆ ରିମାଣ୍ଡରେ ଠକ ଡାକ୍ତର:୧୧ ମାମଲା ରୁଜୁ, ମହିଳାଙ୍କ ଠାରୁ ଲଗାଇଛନ୍ତି 20 ଲକ୍ଷ ଟଙ୍କାର ଚୁନ
ରିମାଣ୍ତର ଦ୍ବିତୀୟ ଦିନରେ ଅଧିକ ତଦନ୍ତ ପାଇଁ ପୋଲିସର ସ୍ବତନ୍ତ୍ର ଟିମ ଠକ ରମେଶକୁ ନେଇ କେନ୍ଦ୍ରାପଡା ଯାଇଛି । ଏହି ଟିମରେ ସହୀଦ ନଗର ଥାନା ପୋଲିସ ,ମହିଳା ଥାନା, ଇନଫୋସିଟି ଥାନା ସହ ସ୍ପେଶାଲ ସ୍କ୍ୱାର୍ଡ ଅଧିକାରୀଙ୍କୁ ସାମିଲ ଅଛନ୍ତି । ତେବେ କେନ୍ଦ୍ରାପଡାରେ ଠକ ଡାକ୍ତରର ଘର ହୋଇଥିବାରୁ ସେଠାରୁ ଅନେକ କିଛି ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ