ଭୁବନେଶ୍ବର: ରାଜଧାନୀରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଟ୍ରାଫିକ ସମସ୍ୟା । ଏହି ସବୁ ସମସ୍ୟାରୁ ମୁକୁଳିବା ପାଇଁ ଖୁବ ଶିଘ୍ର ନିଯୁକ୍ତ ହେବେ ସ୍ୱତନ୍ତ୍ର ଟ୍ରାଫିକ ଡିସିପି । ଏଥିସହ ଟ୍ରାଫିକରେ ଥିବା ଡିଜିଟାଲ ସିଗନାଲ ଗୁଡିକକୁ ଖୁବ ଶୀଘ୍ର ମରାମତି କରି ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯିବ । ଏହା ବ୍ୟତୀତ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଦୁଇ ଗୁଣା ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ କରାଯିବ।
ଟ୍ରାଫିକ ସମସ୍ୟା ସମାଧାନ ପାଇଁ ରାଜଧାନୀରେ 160 ଜଣ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ। ଦୁଇ ଗୁଣା ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟାରଙ୍କୁ ରାଜ୍ୟସରକାର ନିଯୁକ୍ତି କରିବା ସହ ସମ୍ପୂର୍ଣ୍ଣ ସହରର ଟ୍ରାଫିକ ବ୍ୟବସ୍ଥା ପୋଲିସ କମିଶନରେଟ ମୁଖ୍ୟାଳୟରୁ ନିୟନ୍ତ୍ରଣ କରାଯିବ ।
ତେବେ ଭୁବନେଶ୍ୱରରେ ଦୁଇଟି ଆରଟିଓ ରହିଥିବା ବେଳେ ପ୍ରତି ଆରଟିଓ ଅଧୀନରେ ବାର୍ଷିକ 1.5 ଲକ୍ଷ ଜଣ ବାଇକ କାର ରେଜିଷ୍ଟ୍ରେସନ କରାଯାଉଛି। ଯେଉଁଥିପାଇଁ ରାଜଧାନୀରେ ବିଭିନ୍ନ ସମୟରେ ଜାମ ରହୁଥିବା ନଜରକୁ ଆସୁଛି। ଏଥିପାଇଁ ରାଜଧାନୀର ଅଧିକାଂଶ ସ୍ଥାନରେ ଡିଜିଟାଲ ସିଗନାଲ ଲଗାଯିବାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର କମିଶନର ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭି ଭାରତ