ଭୁବନେଶ୍ବର: ରାଜଧାନୀରେ କମିଶନରେଟ ପୋଲିସର ଅତର୍କିତ ଚଢାଉ । ୟୁନିଟ-୬ ନିକଟସ୍ଥ ଗଙ୍ଗନଗରରେ ଥିବା ଶାରଦା ହୋମ ଷ୍ଟେ ଇନରେ ଚଢାଉ ହୋଇଛି । ଗେଷ୍ଟହାଉସର ସଟର ଟେକି ଅତର୍କିତ ଚଢାଉ କରିଥିଲା କମିଶନରେଟ ପୋଲିସ ।
ଗେଷ୍ଟ ହାଉସର ରୁମ ସର୍ଚ୍ଚ କରିବା ସହ ସିସିଟିଭି ଯାଞ୍ଚ ପାଇଁ ପ୍ରୟାସ କରିଥିଲେ । ତେବେ ଗେଷ୍ଟହାଉସର ମାଲିକକୁ ପୋଲିସ ଖୋଜୁଥିବା ବେଳେ ଶନିବାର ଖବର ପାଇଁ ଚଢାଉ କରିଥିଲେ । ଚଢାଉ ବେଳେ କିଛି ନ ପାଇ ଖାଲି ହାତରେ ଫେରିଥିଲା ପୋଲିସ। ପ୍ରାୟ ୧୫ ଦିନ ତଳେ ଗେଷ୍ଟ ହାଉସରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ତଦନ୍ତ କରୁଛି ଏୟାରପୋର୍ଟ ଥାନ ପୋଲିସ। ପୂର୍ବରୁ ଏହି ଘଟଣାରେ 3 ଜଣ ଗିରଫ କରାଯାଇଥିବାବେଳେ ମୁଖ୍ୟ ଆସାମୀ ହୋଟେଲ ମାଲିକ ଫେରାର ଥିଲା। ତେବେ ହୋଟେଲରେ ଅଭିଯୁକ୍ତ ଥିବା ସୂଚନା ପାଇ ପୋଲିସ ପକ୍ଷରୁ ଚଢାଉ ହୋଇଥିଲା।
ଭୁବେନଶ୍ବରରୁ ତାପସ ପରିଡା, ଇଟିଭି ଭାରତ