ଭୁବନେଶ୍ବର: ଖୋର୍ଦ୍ଧା ଓ ବେଗୁନିଆ ପୋଲିସର ମିଳିତ ଉଦ୍ୟମରେ ଚଢାଉ ଜାରି । ଖୋଲିବାରେ ଲାଗିଛି ମାନବବାଦ ସଂଗଠନ ମୁଖିଆ ମାନସ ଦାସଙ୍କ ଆଶ୍ରମର ପେଡି । ତା ସହିତ ଆଶ୍ରମରେ ଟଙ୍କା ନେଣଦେଣ ନେଇ ଆଶ୍ରମର ମାନବବାଦ ସଂଗଠନ ମାନସ ଦାସଙ୍କ ଘରେ ହୋଇଛି ଚଢାଉ । ତେବେ ମନି ଟ୍ରାନଜାକ୍ସନର ସୁରାକ ଖୋଜି ପାଇବାକୁ ବେଗୁନିଆ ଓ ଖୋର୍ଦ୍ଧା ପୋଲିସର ଏକ ଟିମ୍ ମାନସ ଦାସଙ୍କ ଘରେ ଚଢାଉ କରି ସମସ୍ତ କାଗଜ ପତ୍ର ସମେତ ବିଭିନ୍ନ ରେକର୍ଡକୁ ଯାଞ୍ଚ କରିବାରେ ଲାଗିଛନ୍ତି ।
ସୂଚନାନୁସାରେ ଏହି ଟିମରେ ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ବରେ ଦୁଇଜଣ ଇନସ୍ପେକ୍ଟର ଓ ଦୁଇ ଏସଆଇଙ୍କ ସମେତ ଜଣେ ଏଏସଆଇ ଓ ଏକ ଟିମ ସହିଦ ନଗରସ୍ଥିତ ମାନସ ଦାସଙ୍କ ଶାନ୍ତି ନିବାସ ନାମରେ ଥିବା ବାସଭବନରେ ସର୍ଚ୍ଚ ଅପରେସନ ଜାରି ରଖିଛି । ତେବେ ଏହି ଅପରେସନ ସମୟରେ ଘର ଭିତରୁ ଆଶ୍ରମ ସହ ଜଡିତ କିଛି କାଗଜ ପତ୍ର ପୁସ୍ତିକା ସମେତ ଆଧ୍ୟାତ୍ମିକ ବହି ଓ କିଛି ଫଟୋକୁ ଜବତ କରିଛି ପୋଲିସ । ଏଥି ସହ ଏକ ଚେକ ମଧ୍ୟ ମିଳିଛି ଯେଉଁଥିରେ ମାନବବାଦର ଟଙ୍କା କାରବାର ହେଉଥିବା ନେଇ ପୋଲିସ ଜାଣିବାକୁ ପାଇଛି । ତେବେ ସେସବୁ ଆକାଉଣ୍ଟ ଗୁଡିକ ମାନସ ଦାସଙ୍କ ନାଁରେ ଥିବା ଜଣାପଡିଛି ।
ସେପଟେ ସଙ୍ଗଠନକୁ ଆର୍ଥିକ କାରବାର ହୋଇଥିବା ନେଇ ତାହାର ନେଣ ଦେଣ ଲିଙ୍କର ଖିଅ ଖୋଜୁଛି ପୋଲିସ । ତା ସହିତ ସେପ୍ଟେମ୍ବର ୨ ତାରିଖରେ ଗିରଫ ହୋଇଥିବା ଦୁଇ ବାପ ପୁଅଙ୍କ ପ୍ରମାଣ ଯୋଗାଡ କରୁଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ