ଭୁବନେଶ୍ବର: ଚେକିଂ ସମୟରେ ପୋଲିସ ହଟହଟା । ପୋଲିସକୁ ଓଲଟା କାଗଜପତ୍ର ମାଗିଲେ ଲୋକେ । ଚେକିଂ ବନ୍ଦ କରି ସ୍ଥାନ ଛାଡି ଚାଲିଗଲେ ପୋଲିସ । ଏପରି ଦେଖିବାକୁ ମିଳିଛି ଭୁବନେଶ୍ବରର କଳ୍ପନା ଛକ ନିକଟରେ।
ଛକର ରାଜ୍ୟ ସଂଗ୍ରହାଳୟ ସାମ୍ନାରେ ଗାଡି ଚେକିଂ କରୁଥିବାବେଳେ ହରଡଘଣାରେ ପଡିଛି ପୋଲିସ । ଚେକିଂ ସମୟରେ ଜଣଏ ଅଟୋ ଡ୍ରାଇଭରକୁ 10 ହଜାର ଟଙ୍କା ଫାଇନ ଲାଗୁ କରିବାରୁ ସେଠାରେ ଥିବା ଲୋକେ ପୋଲିସକୁ ଚେକିଂ କାଗଜପତ୍ର ମାଗିଥିଲେ । ଏହାସହ ପୋଲିସ ଗାଡିର ମଧ୍ୟ କାଗଜପତ୍ର ମାଗିଥିଲେ ଲୋକେ ।
ଏହାପରେ କାଗଜପତ୍ର ଦେଖାଇ ନ ପାରି ସ୍ଥାନ ଛାଡି ଚାଲିଯାଇଥିଲେ ଜଣେ ଏସଆଇ ଓ କନଷ୍ଟେବଳ । ପୋଲିସ ଦୁଇଜଣ ବରଗଡ ଥାନାର ବୋଲି ସୂଚନା ମିଳିଛି।ସେପଟେ ଏପରି ଘଟିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରାଫିକ ଏସିପି କହିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ